ଦୁଇ ଦୁଇଟି ପୁଅ ଜନ୍ମ କରିଥିଲା ମାଆ , ଆଉ ଏବେ ଯନ୍ତ୍ର-ଣାରେ ଛଟପଟ ହେଉଛି ମାଆ

ମାଆ ଡାକ କେତେ ମଧୁର । ତା ନାମ ଧରି ନେଲେ ସବୁ ଦୁଃ-ଖ କଷ୍ଟ ଦୂର ହୋଇଯାଏ ଆଉ ସବୁ ଖୁସି ମିଳିଯାଏ । ସେହି ମାଆ ଏପରି ଜଣେ ମଣିଷ , ଯିଏ କେବେ ନିଜ ପେଟ କଥା ଭାବେ ନାହିଁ କି ନିଜ ଖୁସି ଦେଖେ ନାହିଁ । ତା ପିଲା ମାନଙ୍କୁ ଖୁସି ଦେଖି ଦେଲେ ତାର ସବୁ ଦୁଃ-ଖ କଷ୍ଟ ଦୂର ହୋଇଯାଏ । ଅନ୍ୟ ପକ୍ଷରେ କୁହାଯାଏ , ପୁଅ ମାନଙ୍କୁ ମାଆ ମାନେ ଅଧିକ ଭଲ ପାଇଥାନ୍ତି । ୯ ମାସ ଗ-ର୍ଭରେ ରଖି ଜନ୍ମ କରିଥିବା ପୁଅଟିକୁ ମାଆ କେମିତି ବା ଭଲ ନ ପାଇବ । ଗୋଟିଏ ପୁଅ ପାଇବା ପାଇଁ ମାଆ କେତେ ଯେ ମାନସିକ କରିଥାଏ । ଆଉ ଏହା କେବଳ ଏଥିପାଇଁ ଯେ , ବୁଢ଼ା ବୟସରେ ସେ ତାର ସାହା ଭରସା ପାଲଟିବ ।

କିନ୍ତୁ ଆଜିକାର ସଭ୍ୟ ସମାଜରେ ବାସ କରୁଥିବା କିଛି ମଣିଷ ମାଆର ତାତ୍ପର୍ଯ୍ୟକୁ ଭୁଲି ଯାଆନ୍ତି । ଆଉ ତାକୁ ବୁଢ଼ା ବୟସରେ ପର କରି ଦେଇ ଏକୁଟିଆ ଚାଲି ଯାଆନ୍ତି । ଯେଉଁ ବୟସରେ ମାଆର ଆଶାବାଡି ସାଜିବା କଥା , ସେହି ବୟସରେ ସେହି ମାଆକୁ ଦେଖିବା ପାଇଁ ମଧ୍ୟ ସେମାନେ ମନ କରନ୍ତି ନାହିଁ । ତେବେ ଆଜ୍ଞା ହଁ , ତେବେ ବର୍ତ୍ତମାନ ସମୟରେ ଏପରି ଏକ କରୁଣ କାହାଣୀ ଦେଖିବା ପାଇଁ ମିଳିଛି , ଯାହା ଆପଣଙ୍କ ଅନ୍ତର ଆତ୍ମାକୁ ତରଳାଇ ଦେବ । ଏପରି ଜଣେ ମାଆଙ୍କୁ ଦେଖିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁ-ହ ଝରି ଆସିବ ।

ବୁଢ଼ୀ ବୟସରେ ପ-କ୍ଷାଘା-ତ ରୋଗରେ ପୀ-ଡ଼ିତ ହୋଇ ଶ-ଯ୍ୟାଶା-ୟୀ ହୋଇ ଯାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପଟାଧାର ଗ୍ରାମର ପଦ୍ମାବତୀ । ସ୍ଵାମୀ ମରିବା ପରେ ଦୁଇ ପୁଅ ଆଉ ବୋହୂଙ୍କୁ ନେଇ ତାଙ୍କ ପରିବାର ଚାଲିଥିଲା । କିନ୍ତୁ ହଠାତ୍ ବଡ ପୁଅ ଏକୁଟିଆ ରହିବ ବୋଲି ଘର ଛାଡ଼ି ପଳାଇ ଯାଇଥିଲା । ଆଉ ଏପଟେ ମାଆ ପାଖରେ ରହୁଥିବା ସାନ ପୁଅ ମଧ୍ୟ ବଡ ଭାଇ ଆସୁନାହିଁ ବୋଲି କାରଣ ଦେଖାଇ ଘର ଛାଡ଼ି ପଳାଇ ଯାଇଥିଲା । ଥରେ ହେଲେ ମଧ୍ୟ କେହି ସେହି ବୁଢ଼ୀ ମାଆ କଥା ଭାବି ନଥିଲେ । ସେହି ମାଆଟି କଣ ଖାଇବ ଆଉ କିପରି ରହିବ , ସେ କଥା ସେମାନେ ଥରେ ଭାବି ନଥିଲେ ।

ଆଉ ଏପଟେ ଶଯ୍ୟାଶାୟୀ ମାଆ ବିଛଣା ଉପରେ ଶୋଇ ରହି ସେଇଠି ହିଁ ଝାଡା ପରି-ସ୍ରା କରି ଦେଉଛି । ଖାଇବାକୁ ଯାହା ପଡୋଶୀ ମାନେ ଦେଉଛନ୍ତି , ତାହାକୁ ଖାଇ ବଞ୍ଚୁଛି । ତେବେ କିଛି ମାସ ଆଗରୁ ତାଙ୍କ ଭାଇ ଆସି ତାଙ୍କ ସେବା କରିଥିଲେ । କିନ୍ତୁ ଦୁଇ ମାସ ପରେ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହୋଇ ଯାଇଥିଲା , ଯେଉଁଥି ପାଇଁ ତାଙ୍କୁ ବାଧ୍ୟ ହୋଇ ଯିବାକୁ ପଡ଼ିଥିଲା । ଆଉ ଏପଟେ ଯଥା ସମ୍ଭବ ପଦ୍ମାବତୀଙ୍କ ଧ୍ୟାନ ଗାଆଁ ଲୋକ ମାନେ ରଖିଥିଲେ । ତେବେ ବର୍ତ୍ତମାନ ସମୟରେ ଗାଆଁ ଲୋକଙ୍କ ଗୋଟିଏ ଦାବି ତାଙ୍କ ପୁଅ ମାନଙ୍କୁ ଘରକୁ ଫେରାଇ ଅଣାଯାଉ ନଚେତ୍ ସେମାନଙ୍କୁ ଦ-ଣ୍ଡ ଦିଆଯାଉ ।

Leave a Reply

Your email address will not be published. Required fields are marked *