ମନୋଜ ମିଶ୍ରକୁ ନେଇ ବିବାଦ ପରେ ମୁଁହ ଖୋଲିଲେ ନିଜେ ମନୋଜ । କହିଲେ ଅଲିଉଡ଼ ଅପେକ୍ଷା ବଲିଉଡରେ …

ଅନେକ ସମୟରେ ଅଲିଉଡ଼ରେ ଲୋକପ୍ରିୟ ଅଭିନେତା କିମ୍ବା ଖଳନାୟକ କୁହାଯାଉଥିବା ମନୋଜ ମିଶ୍ରଙ୍କ ନାମରେ ଅନେକ ଅଭିନେତା ଅଭିନେତ୍ରୀ ଏବଂ ଦର୍ଶକ ଭିନ୍ନ ଭିନ୍ନ ବ-ୟାନ ଦେଇଥାନ୍ତି । ମନୋଜ ମିଶ୍ର ଜଣେ ଏଭଳି ଅଭିନେତା ଅଟନ୍ତି ଯିଏକି ଖୁବ କମ ନିଜର ଇଣ୍ଟରଭିଉ ଦେଇଥାନ୍ତି ଏବଂ କାହାରି ବୟାନର ପ୍ରତି-କ୍ରିୟା ଦିଅନ୍ତି । କିନ୍ତୁ ଯାହା ଉଚିତ ଏବଂ ସଠିକ ତାହା ସେ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି ।

ଆଉ ନିକଟରେ ତାଙ୍କର ଏକ ଇଣ୍ଟରଭିଉ ନିଆଯାଇଥିଲା ଯେଉଁଥିରେ ସେ ଆଉ କିଛି କଥାକୁ ନେଇ ନିଜର ମତ ରଖିଥିଲେ । ଏବଂ ପରେ ଦର୍ଶକ ତାଙ୍କୁ ଦୋ-ଷ ଦେବା ସହିତ ତାଙ୍କ ନାମରେ ଖରାପ ପ୍ରତି-କ୍ରିୟା ରଖିଥିଲେ । ମନୋଜ ମିଶ୍ର ନିଜର କ୍ୟାରିଅର ସମ୍ବ-ନ୍ଧରେ କହିଥିଲେ ଯେ ଅଲିଉଡ଼ ଜଗତରେ ସେ ଯେତିକି ବର୍ଷକୁ ରୋଜଗାର କରୁଛନ୍ତି , ତାଠାରୁ ଅଧିକ ବଲିଉଡରେ ଗୋଟିଏ ଫିଲ୍ମରେ ସେ ରୋଜଗାର କରନ୍ତି ।

ଆଉ ଏହା ବାସ୍ତବ କଥା । କିନ୍ତୁ ଲୋକେ ତାହାର ଭୁଲ ଅର୍ଥ ବାହାର କରିଥିଲେ । ଦ୍ଵିତୀୟ ପ୍ରଶ୍ନ ଏହା ଥିଲା ଯେ ଯଦି ସେ ନିର୍ଦେଶକ ହୁଅନ୍ତି ତେବେ ସେ ନିଜ ଫିଲ୍ମ ପାଇଁ ଅନୁଭବ କିମ୍ବା ଅରିନ୍ଦମ ମଧ୍ୟରୁ କାହାକୁ ହିରୋ ଚରିତ୍ର ପାଇଁ ନେବେ । ଏହାର ଉତ୍ତରରେ ସେ ଅରିନ୍ଦମ କିମ୍ବା ଅନୁଭବଙ୍କ ମଧ୍ୟରୁ କାହାରି ନାମ ନନେଇ ବାବୁଶାନଙ୍କ ନାମ ନେଇଥିଲେ । କିନ୍ତୁ ସେ ଏଭଳି କହିବା ପଛରେ କାରଣ ମଧ୍ୟ ରହିଥିଲା ।

ବାସ୍ତବରେ ଉଭୟ ଅନୁଭବ ଏବଂ ଅରିନ୍ଦମ ତାଙ୍କର ଭଲ ବନ୍ଧୁ ହୋଇଥିବାରୁ ସେ ଏଭଳି ଜଣକୁ ବାଛିବା ପକ୍ଷପାତ ହୋଇଥାନ୍ତା । ତେଣୁ ସେ ଏଭଳି କହିନଥିବା କହିଛନ୍ତି । କିନ୍ତୁ ଦର୍ଶକ ତାହା ବୁଝି ନପାରି ଏଣୁତେଣୁ କହିବା ଆରମ୍ଭ କରି ଦେଇଥିଲେ । ତେବେ ଏସବୁ ପରେ ମନୋଜ କହିଛନ୍ତି ଯେ ଅଲିଉଡ଼ରେ ମଧ୍ୟ ଅନେକ ଭଲ ଭଲ ଡ଼ାଇରେକ୍ଟର ଅଛନ୍ତି ।

ଯେଉଁ ମାନଙ୍କୁ ସୁଯୋଗ ଦେଲେ ସେମାନେ ଖୁବ ଭଲ କାମ କରିବେ ଏବଂ ଅଲିଉଡ଼ ଆଗକୁ ଯିବ । କିନ୍ତୁ ଅଲିଉଡ଼ରେ ସମସ୍ୟା ଏହା ଯେ ଅନେକ ଡ଼ାଇରେକ୍ଟର ଏବଂ କଳାକାର ଏଭଳି ଅଛନ୍ତି ଯେଉଁମାନେ ବିନା କୌଣସି ପ୍ରତିଭା ଥାଇବି ସୁଦ୍ଧା ଅଭିନେତା ଅଭିନେତ୍ରୀ ଭାବରେ କାମ କରୁଛନ୍ତି ।

ପୁଣି ଦେଖିବାକୁ ଗଲେ ଏତେ ବର୍ଷ ସୁଦ୍ଧାବି ଓଡ଼ିଆରେ କୌଣସି ଫିଲ୍ମ ଏବେ ପର୍ଯ୍ୟନ୍ତ ରାଜ୍ୟ ବାହାରେ କିମ୍ବା ଦେଶ ବାହାରେ ବିକ୍ରି ହୋଇନାହିଁ । ଆଉ ଏମିତିରେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବ ବା କେମିତି ? ଆଉ ମନୋଜ ମିଶ୍ରଙ୍କ ବିଷୟରେ କହିଲେ , ସେ ଜଣେ ଅତି ଉତ୍ତମ କଳାକାର ଅଟନ୍ତି । ସେ କେବଳ ଓଡ଼ିଆରେ ନୁହେଁ ବଲିଉଡ , ଟୋଳିଉଡ଼ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରି ନିଜର ଲୋକପ୍ରିୟତା ଅର୍ଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *