ଶେଷ ରାତିରେ ଭଉଣୀର ହାତଗଣ୍ଠି ଫିଟେଇବାର ମଜା ଥିଲା କିଛି ଏମିତି , ଆଉ ତାପରେ ମାଡ଼ି ଆସିଲା ରୂପାଲୀଙ୍କ ଜୀବନରେ କାଳ

କୁହାଯାଏ ଜୀବନରେ ମୃ-ତ୍ୟୁ ଅନିର୍ବାର୍ଯ୍ୟ । ଜୀବନ ଅଛି ମାନେ ମ-ରଣ ଅଛି ଆଉ ତାକୁ କେହି ଅଟକାଇ ପାରିବ ନାହିଁ । କିନ୍ତୁ ହଠାତ୍ ଅକାଳରେ ଯେଉଁ ମୃ-ତ୍ୟୁ ଘଟି ଯାଇଥାଏ ନା , ତାହା ସମସ୍ତଙ୍କ ଆଖିରେ ଆଣି ଦେଇଥାଏ ଲୁ-ହର ଢେଉ । ଆଉ ପହରଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟି ଯାଇଥିବା ବସ୍ ଦୁର୍ଘ-ଟଣା ଥିଲା କିଛି ଏମିତି , ଯାହା ୧୨ ଜଣ ନିରୀହଙ୍କ ଜୀବନ ନେଇ ଯାଇଥିବା ବେଳେ ସେଥିରେ ଅଛନ୍ତି କିଛି ଜଣ ନିଷ୍ପାପ ଶିଶୁ । ଯେଉଁ ମାନେ କେବେ ଭାବି ନଥିଲେ କି , ଦୁନିଆଁକୁ ଆସିବାର ମାତ୍ର କିଛି ଦିନ ପରେ ସେମାନେ ଦୁନିଆଁ ଛାଡି ଚାଲି ଯିବେ ।

ତେବେ ଏହି ଦୁର୍ଘ-ଟଣାରେ ପ୍ରା-ଣ ହରାଇଥିବା ଲୋକଙ୍କ ମଧ୍ୟରେ ଯଦି କାହାକୁ ନେଇ ଅଧିକ ଆଲୋଚନା ହେଉଛି , ସେ ହେଉଛନ୍ତି ରୂପାଲୀ ପ୍ରଧାନ । ସୁନ୍ଦର ମୁହଁ ସାଙ୍ଗକୁ ହସ ହସ ଓଠ , ସଦାବେଳେ ତାଙ୍କ ମୁଁହରେ ହସ ହିଁ ଭଲ ଲାଗୁଥିଲା । ଆଉ ସେଦିନ ମଧ୍ୟ ସେ ଥିଲେ ଅନେକ ଖୁସି ଆଉ ହୋଇ ଯାଇଥିଲେ ବିଭୋର । କାହିଁକି ନା ଥିଲା ତାଙ୍କର ବଡ ଭଉଣୀ ବାହାଘର । କୁହାଯାଏ ବଡ ଭଉଣୀ ବାହାଘରରେ ସାନ ଭଉଣୀ ବେଶୀ ମଜା ନେଇଥାଏ । କାହିଁକି ନା ଆମ ହିନ୍ଦୁ ପରମ୍ପରାରେ ଏମିତି ଅନେକ ରୀତିନୀତି ରହିଛି , ଯାହାକୁ କେବଳ ସାନ ଭଉଣୀ ହିଁ ସମ୍ପନ୍ନ କରିଥାଏ ।

ତେବେ ଏହି ସବୁ ରୀତିନୀତି ମଧ୍ୟରୁ ଗୋଟିଏ ହେଉଛି ହାତ ଗଣ୍ଠି ଫିଟାଇବା । ଆଉ ଠିକ୍ ସେଦିନ ମଧ୍ୟ ହସଖୁସିରେ ବଡ ଭଉଣୀ ଆଉ ଭିଣେଇଙ୍କ ହାତଗଣ୍ଠି ଫିଟାଇ ଥିଲେ ରୂପାଲୀ , ଯାହାଙ୍କ ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଉ ଭିଣେଇଙ୍କ ଆଗରେ ଅଝଟ କରୁଛନ୍ତି ଅଧିକ ପ୍ରାପ୍ୟ ଦେବା ପାଇଁ । ତେବେ ବର୍ତ୍ତମାନ ସମୟରେ ଭାଇରାଲ ହେଉଥିବା ଭିଡ଼ିଓରେ ଏହା ପୁରାପୁରି ଦେଖିବାକୁ ମିଳୁଛି , ଆଉ ପରିବାର ଲୋକ ଏହାକୁ ଦେଖି କା-ନ୍ଦି ପକାଉଛନ୍ତି

କେବଳ ପରିବାର ଲୋକ ନୁହେଁ , ସାରା ଓଡ଼ିଶାବାସୀଙ୍କ ମନରେ ଏହି ଘ-ଟଣା ଲୁ-ହ ଆଣି ଦେଇଛି । ତେବେ ବଡ ଝିଅର ବାହାଘର ସମ୍ପନ୍ନ ହେବା ପରେ ପରିବାର ଲୋକ , ବସ୍ ସାହାଯ୍ୟରେ ଘରକୁ ବାହାରି ଆସିଥିଲେ । ଆଉ ଅତ୍ୟନ୍ତ ହସଖୁସିରେ ସେମାନେ କଥା ହୋଇ ହୋଇ ଫେରୁଥିଲେ । କିନ୍ତୁ କିଏ ବା ଜାଣିଥିଲା ଏମିତି ହେବ । ବାଟରେ ଜଗି ବସିଥିଲା କାଳ । ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ଦୁଇ ବସ୍ ମୁହାଁମୁହିଁ ହୋଇ ଧ-କ୍କା ହେବାରୁ ଚାଲି ଯାଇଥିଲା ୧୨ ଜଣ ନିରୀହଙ୍କ ଜୀବନ , ଆଉ ଯାହାଙ୍କ ମଧ୍ୟରେ ରୂପାଲୀ ମଧ୍ୟ ରହିଛନ୍ତି ଆଉ ତାଙ୍କ ପରିବାରର ବାକି ୭ ଜଣଙ୍କର ମଧ୍ୟ ମୃ-ତ୍ୟୁ ହୋଇଯାଇଛି ।

Leave a Reply

Your email address will not be published. Required fields are marked *