ବସ୍ ଦୁର୍ଘଟଣାରେ ଚାଲିଗଲା ନିରୀହଙ୍କ ଜୀବନ, ଘଟଣା ପାଇଁ ବସ୍ ମାଲିକଙ୍କୁ କଲେ ଦାୟୀ !

ବେଳେ ବେଳେ ଅକାରଣରେ ଅନେକ ନିରୀହଙ୍କ ଜୀବନ ଚାଲି ଯାଇଥାଏ । ମଣିଷ ଜାଣି ନଥାଏ କି , ତା ଜୀବନ କେତେବେଳେ ଚାଲିଯିବ , କିନ୍ତୁ ଜୀବନରେ ତାହା ହିଁ ହୁଏ ଯାହାକୁ ମଣିଷ କେବେ ଭାବି ନଥାଏ । ଆଉ ତାହା ମଧ୍ୟରୁ ଗୋଟିଏ ହେଉଛି ମୃତ୍ୟୁ । କୁହାଯାଏ ମୃତ୍ୟୁ ହଠାତ୍ ଆସିଥାଏ ଆଉ ସବୁକିଛି ସାରି ଦେଇଥାଏ । ଆଉ ଯାହାର ସ୍ପଷ୍ଟ ପ୍ରମାଣ ବାହନଗା ରେଳ ଦୁର୍ଘଟଣା ଅଟେ । ଯେଉଁଥିରେ ହଜାର ହଜାର ଲୋକଙ୍କ ଜୀବନ ଚାଲିଗଲା , କେତେ ପରିବାର ବିଚ୍ଛିନ୍ନ ହୋଇଗଲା ଆଉ କେତେ ଲୋକ ନିଜ ପରିବାର ଲୋକଙ୍କୁ ହରାଇ ବସିଲେ ।

ତେବେ ବର୍ତ୍ତମାନ ସମୟରେ ଠିକ୍ ସେହିଭଳି ଏକ ଘଟଣା ବିଷୟରେ ଶୁଣିବାକୁ ମିଳିଛି , ଯାହା ଆପଣଙ୍କ ଲୋମ ଟାଙ୍କୁରାଇ ଦେବ । ତେବେ ଏହାରି ମଧ୍ୟରେ ଶୁଣିବାକୁ ମିଳିଛି କି , ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଆଉ ଏହାଠାରୁ ଆହୁରି ଦୁଃଖର କଥା ଏହା ଯେ , ଏଥିରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ , ଦୁଇ ବସ୍ ମଧ୍ୟରେ ଧକ୍କା ହୋଇଥିବା କାରଣରୁ ୮ ରୁ ଅଧିକ ଜଣ ଆହତ ହୋଇଛନ୍ତି ।

ତେବେ ସେହି ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ସୂଚନାଯୋଗ୍ୟ ଯେ , ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସଆରଟିସି ବସ୍ ଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନି ବସ୍‌ ସହିତ ଧକ୍କା ହୋଇଥିଲା । ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟି ଗଲା ଆଉ ଶହ ଶହ ନିରୀହଙ୍କ ଜୀବନ ଚାଲିଗଲା ।

ବର୍ତ୍ତମାନ ଦୁର୍ଘଟଣା ପରେ ଦୋଷୀ କିଏ ତାହା ଖୋଜା ହେବାରେ ଲାଗିଛି । କିଛି ଲୋକ କହୁଛନ୍ତି କି , ମିନି ବସ୍ କୁ ଯାତ୍ରୀ ବୋହିବା ପାଇଁ ଅନୁମତି ନଥିଲା । ୨୫ ବର୍ଷ ତଳର ପୁରୁଣା ଗାଡ଼ି ବିନା ଗାଇଡଲାଇନରେ ଗଡୁଥିଲା । ଏହା ବ୍ୟତୀତ ଏହି ଗାଡିର , ପୁରୁଣା ଗାଡ଼ି ଯୋଗୁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା । ଅନ୍ୟ ପକ୍ଷରେ ଗଞ୍ଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁ କହିଛନ୍ତି କି , ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ଫିଟନେସ୍ ଥିଲା କିନ୍ତୁ ରାତିରେ ଯାତ୍ରୀ ନେବା ପାଇଁ ଅନୁମତି ନଥିଲା କିମ୍ବା ବୀମା ମଧ୍ୟ ନଥିଲା । ତେଣୁ ଏତେ ବଡ ଦୁର୍ଘଟଣା ପାଇଁ କେବଳ ଗାଡ଼ି ମାଲିକ ହିଁ ଦାୟୀ । ତେଣୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସ୍ଥାନୀୟ ଲୋକ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *