ରୋଷ୍ଟୋରଙ୍କ ଉପରେ ବର୍ଷିଲେ କାର-ଖାନା ମାଲିକାଣୀଙ୍କ ସ୍ୱାମୀ । କହିଲେ ଲିମିଟରେ ରହି ରୋଷ୍ଟିଙ୍ଗ କର……….

ଗତ କିଛିଦିନ ହେବ କାର-ଖାନାର ମାଲିକାଣୀ ନେହା ପାଣିଗ୍ରାହୀ ଏବଂ ତାଙ୍କ ଯାଆଙ୍କୁ ନେଇ ଅନେକ କିଛି କଣ୍ଟ୍ରଭର୍ସି ହେଉଛି । ଯାହାକୁ ନେଇ କିଛିଦିନ ହେବ ତାଙ୍କ ବିଜନେସ ଏବଂ କାମ ଉପରେ ଅନେକ ପ୍ରଶ୍ନ ଉଠିଥିଲା । କିଛିଦିନ ପୂର୍ବରୁ ବିଏମସିର ଫାଇନ ଏବଂ କାର-ଖାନା ଭ୍ୟାନ ଲଗାଉଥିବା ସ୍ଥାନର ଲାଇସେନ୍ସ ମଧ୍ୟ ଦାବି କରାଯାଇ ଥିଲା ।

ଏହାକୁ ନେଇ ନେହା ମଧ୍ୟ ଲାଇସେନ୍ସ ପାଇଁ ଆବେଦନ କରିବେ ବୋଲି କହିଥିଲେ । କିନ୍ତୁ ଏହିକଥା ପରେ ମାମଲା ଅଟକି ନଥିଲା ବରଂ ନେହାଙ୍କ ପୁରୁଣା ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଲୋକେ ଚର୍ଚ୍ଚା କରିଥିଲେ । ଏମିତିକି ନେହା ଅନେକ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ ।

ଏପଟେ ଏକ ଜଣାଶୁଣା ଖବରକାଗଜର ସାପ୍ତାହିକ ମେଗାଜିନରେ ନେହାଙ୍କ ବିଷୟରେ କିଛି ଅଶ୍ଳୀଳ କଥା ଲେଖା ଯାଇଥିଲା । ଯାହାକୁ ନେଇ ନେହାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ଭାଉଜ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ଏଭଳି ଏକ କାମ ଆରମ୍ଭ କରିଥିଲେ ।

ଯେଉଁଠି ଲୋକଙ୍କୁ ୭୦ ଟଙ୍କାରେ ଭଲ ଖାଦ୍ୟ ଭାଗ୍ୟ ହେଉନି । ସେଠାରେ ଏହି ଦୁଇ ଭାଉଜ ସମସ୍ତଙ୍କୁ ୭୦ ଟଙ୍କାରେ ଭଲ ଖାଦ୍ୟ ଖୁଆଇବା ସହିତ ନିଜର ବିଜନେସ ଆଗକୁ କେମିତି ବଢ଼ିବ ଏବଂ ଲୋକେ କେମିତି କାର-ଖାନା ବିଷୟରେ ଜାଣିବେ ସେଥିପାଇଁ ମଧ୍ୟ ତାଙ୍କର ଉଦ୍ୟମ ଥିଲା ।

ସେମାନେ ଯାହା ଭାବିଥିଲେ ସବୁକିଛି ସେମିତି ହେଲା । ଲୋକେ ବି କାର-ଖାନାକୁ ବେଶ ଭଲ ପିଇବା ଦେଲେ । କିନ୍ତୁ ନେହାଙ୍କ ବ୍ୟକ୍ତିଗତ ଭିଡ଼ିଓକୁ ନେଇ ତାଙ୍କୁ ଟ୍ରୋଲ କରିବା ଆଦୋୖ ଉଚିତ ହୋଇନାହିଁ ବୋଲି କହିଛନ୍ତି ତାଙ୍କ ସ୍ୱାମୀ । ଏମିତିକି ତାଙ୍କ ପରିବାରରେ ମଧ୍ୟ ଏଭଳି ଏକ ମାମଲାକୁ ନେଇ ସମସ୍ତେ ଦୁଃଖିତ ଅଛନ୍ତି । ତାଙ୍କ କହିବା କଥା ଯେ ତାଙ୍କ ସ୍ତ୍ରୀଙ୍କ ପାଇଁ ଆଜି ଲୋକେ ତାଙ୍କୁ ଜାଣୁଛନ୍ତି । ନିଜ ସ୍ତ୍ରୀ ଏବଂ ଭାଉଜଙ୍କୁ ନେଇ ସେ ଖୁବ ଗର୍ବିତ ଥିବା ମଧ୍ୟ କହିଛନ୍ତି । ସେ ରୋଷ୍ଟୋର ମାନଙ୍କୁ ଲିମିଟରେ ରହି ରୋଷ୍ଟିଂ କରିବାକୁ ଚେତାବନୀ ଦେଇଛନ୍ତି । ଆଉ ନେହାଙ୍କ କ୍ଷେତ୍ରରେ ତାଙ୍କ ଉପରେ ଈର୍ଷା କରି ଏଭଳି କରାଯାଉଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *