ଖୁବ ଶସ୍ତା ହୋଇଗଲା ବିମାନ ଯାତ୍ରା । କେବଳ ମାତ୍ର ୧୦୦ ଟଙ୍କା ଦେଇ ଆପଣବି କରିପାରିବେ ଯାତ୍ରା ।

ଏଣିକି ଆଉ ଲୋକଙ୍କୁ ବିମାନ ଯାତ୍ରା କରିବା ସ୍ୱପ୍ନ ହୋଇ ରହିବ ନାହିଁ । କାରଣ ଖୁବ ଶସ୍ତାରେ ଅନ୍ୟ ଯାନବାହନ ଭଳି ବିମାନରେ ମଧ୍ୟ ନିଜର ଗନ୍ତବ୍ୟ ସ୍ଥଳରେ ସେମାନେ ପହଞ୍ଚି ପାରିବେ । ସାଧାରଣ ଲୋକଙ୍କୁ ବିମାନରେ ବସିବା ଏକ ସ୍ୱପ୍ନ ଭଳି ଥିଲା । ଆଉ ସେମାନଙ୍କର ଏହି ସ୍ୱପ୍ନ ମଧ୍ୟ ବର୍ତ୍ତମାନ ପୂରଣ ହୋଇଯିବ ।

ବର୍ତ୍ତମାନ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରି ଆପଣ ମଧ୍ୟ ବିମାନରେ ଯାଇ ପାରିବେ । ବିମାନ ଟିକେଟର ଦାମ ମାତ୍ର ୧୦୦ ଟଙ୍କା ଶୁଣି ହୁଏତ ଆପଣ ଏହି କଥାକୁ ବିଶ୍ୱାସ କରି ପାରୁ ନଥିବେ । କିନ୍ତୁ ଏଲ୍ଲାଏନ୍ସ ଏୟାର ସମସ୍ତଙ୍କୁ ଚକିତ କରିଦେବା ଭଳି ଏକ ଖବର ଆଣିଛନ୍ତି ।

ଆପଣଙ୍କୁ ମାତ୍ର ୧୦୦ ଟଙ୍କା ମୁଲ୍ୟରେ ବିମାନ ଟିକେଟ ମିଳିବାକୁ ଯାଉଛି । ବର୍ତ୍ତମାନ ଚାଲନ୍ତୁ ସେହି ଅଫର ବାବଦରେ ଜାଣିନେବା । ଏଲଏନ୍ସ ସଂସ୍ଥାର ଏହି ବିମାନ ଟିକେଟ ବିଭିନ୍ନ ୱେବସାଇଟରେ ଉପଲବ୍ଧ ହେଉଛି । ଏହି ଟିକେଟର ମୂଲ୍ୟ ମାତ୍ର ୧୦୦ ଟଙ୍କାରୁ ଆରମ୍ଭ ହେଉଛି । ଆଉ ଯାହାର ବୁକିଂ ଆପଣଙ୍କୁ ମାସକ ଆଗରୁ ମଧ୍ୟ କରିବାକୁ ପଡ଼ିବନି ।

ଯଦି ଆପଣଙ୍କୁ ଦିନେ କିମ୍ବା ଦୁଇ ଦିନ ପରେ ଯାତ୍ରା କରିବାର ଅଛି ତେବେ ମଧ୍ୟ ଆପଣ ଶସ୍ତାରେ ଟିକେଟ କରି ପାରିବେ । ଟିକେଟ ଉପରେ ତର୍ଜମା ପରେ ଏହା ଜଣା ପଡ଼ିଛି ଯେ ସିଲମ ରୁ ଗୌହାଟୀକୁ ବିମାନ ଟିକେଟର ମୂଲ୍ୟ ମାତ୍ର ୧୦୦ ଟଙ୍କା ରହିଛି । ଏହି ଦୁଇ ସହର ମଧ୍ୟରେ ଦୂରତା ପ୍ରାୟ ୯୦ କିଲୋମିଟର ।

ତର୍ଜମା ପରେ ଆହୁରି ମଧ୍ୟ ଜଣା ପଡ଼ିଛି ଯେ ଅହି ଦୁଇ ସହର ମଧ୍ୟରେ ବିମାନ ଟିକେଟର ମୂଲ୍ୟ ମାତ୍ର ୪୦୦ ଟଙ୍କା । ଆଉ ବର୍ତ୍ତମାନ ଏହା ଉପରେ ୩୦୦ ତାଙ୍କର ଡିସକାଉଣ୍ଟ ମଧ୍ୟ ଦିଆଯାଉଛି । ତେଣୁ ଏହି ଯାତ୍ରା ପାଇଁ ଆପଣଙ୍କୁ ମାତ୍ର ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ଏଲଏନ୍ସ ଏୟାରଲାଇନର ସାଇଟରେ ଏହି ଟିକେଟର ମୂଲ୍ୟ ୪୦୦ ଟଙ୍କା ରହିଛି ।ସେହିଭଳି goibibo ରେ ମଧ୍ୟ ଟିକେଟର ମୂଲ୍ୟ ୪୦୦ ଟଙ୍କା ଏବଂ happy fares ୱେବ ସାଇଟରେ ଟିକେଟର ମୂଲ୍ୟ ମାତ୍ର ୨୮୫ ଟଙ୍କା ରହିଛି । ଏଲଏନ୍ସ ଏୟାରଲାଇନ AIASAL ର ସମ୍ପୂର୍ଣ୍ଣ ମାଲିକାନାର ଏକ କମ୍ପାନୀ । ଯାହାକୁ ଭାରତ ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ପରେ ସ୍ଥାପନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *