ହଜିଗଲା ମାନବିକତା ଏବଂ ମରିଗଲା ମଣିଷ ପଣିଆ । ଟ୍ରକ ତଳେ ଥିଲା ଡ୍ରାଇଭର କିନ୍ତୁ ଲୋକେ ପିଆଜ ବୋହିବାରେ ବ୍ୟସ୍ତ ।

ଆଜିକାଲି ଦୁନିଆରେ ମାନବିକତା ଯେମିତି ଉଭେଇ ଗଲାଣି । ଲୋକେ ଏତେ ସ୍ୱାର୍ଥପର ହୋଇ ଯାଇଛନ୍ତି ଯେ ମରି ଯାଉଥିବା ମଣିଷକୁ ମଧ୍ୟ ସେମାନେ ବଞ୍ଚାଇବାକୁ ଯାଉ ନାହାଁନ୍ତି । ଆପଣ ଭାବୁଥିବେ ଯେ ଆମେ କେବଳ କହିବା କଥା କହୁଛୁ । କିନ୍ତୁ ଏହା ଆଦୋୖ ନୁହେଁ । କାରଣ ଏହା ଆଖି ଦେଖିବା କଥା ।

ଯେଉଁଠି ଟ୍ରକ ତଳେ ଚାପି ହୋଇ ରହିଥିଲେ ଟ୍ରକ ଡ୍ରାଇଭର ଏବଂ ହେଲ୍ପର ସେଠାରେ ଦେଖଣାହାରି ସାଜିଥିବା ଲୋକେ କିଛି ଏଭଳି କଦର୍ଜ କାର୍ଯ୍ୟ କଲେ ତାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏଭଳି କାମ ହୁଏତ ଆପଣ କରି ନଥାନ୍ତେ ।

କିଛି ଏଭଳି ଦୃଶ୍ୟ ଆଜିକାଲିକା ଲୋକଙ୍କୁ ମଧ୍ୟ କଳୁଷିତ କରୁଛି । ଏପଟେ ଟ୍ରକ ଡ୍ରାଇଭର ଏବଂ ହେଲ୍ପର ଟ୍ରକ ତଳେ ଚାପି ହୋଇ ରହିଛନ୍ତି କିନ୍ତୁ ଲୋକେ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବା ପରିବର୍ତ୍ତେ ଟ୍ରକରୁ ପଡ଼ି ଯାଇଥିବା ପିଆଜକୁ ବୋହିବାରେ ଲାଗିଛନ୍ତି । ଯେଉଁ କାରଣରୁ ଉଦ୍ଧା-ରରେ ବିଳମ୍ବ ହେବାରୁ ଆଜି ଟ୍ରକ ଡ୍ରାଇଭରର ଜୀବନ ଚାଲି ଯାଇଛି । ଯଦି ତାଙ୍କୁ ଉ-ଦ୍ଧାର କରାଯାଇଥାନ୍ତା ତେବେ ସେ ବଞ୍ଚି ପାରିଥାନ୍ତା । କିନ୍ତୁ ଲୋକଙ୍କ ନଜର ମାଗଣା ପିଆଜ ଉପରେ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଶି ଥା-ନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଦୁର୍ଘ-ଟଣା କମିବାର ନାମ ନେଉ ନାହିଁ ।

ଗତ ୧୮ ତାରିଖରେ ଧଉଳି ଗଣନାଟ୍ୟର ଲାଇଟ ଏବଂ ମାଇକ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃ-ତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁ-ତର ଭାବରେ ଆ-ହତ ହୋଇଥିଲେ । ପୁଣି ବର୍ତ୍ତମାନ ଘାଟିରେ ନାସିକରୁ କଲିକତା ଯାଉଥିବା ଏହି ପିଆଜ ବୋଝେଇ ଟ୍ରକ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ସେହି ଦୁର୍ଘ-ଟଣାରେ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଉ-ଦ୍ଧାର କରିବା ବିଳମ୍ବ ହେବାରୁ ତାଙ୍କ ଅବସ୍ଥା ଖରାପ ହୋଇ ଯାଇଥିଲା

ବାଙ୍ଗିରିପୋଶି ଡାକ୍ତରଖାନାରେ ଡ୍ରାଇଭରଙ୍କୁ ଡାକ୍ତର ମୃ-ତ ଘୋଷଣା କରିବା ସହିତ ହେଲ୍ପର ବର୍ତ୍ତମାନ ଗୁରୁ-ତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଏଠାରେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏଭଳି ପରିସ୍ଥିତିରେ ଲୋକେ ଡ୍ରାଇଭର ଏବଂ ହେଲ୍ପରଙ୍କୁ ନବଞ୍ଚାଇ ପିଆଜ ବୋହିବାରେ ଲାଗିଥିଲେ । ଯେଉଁ ଦୃ-ଶ୍ୟକୁ ଦେଖିଲେ ଲାଗୁଛି ଯେ ଆଜିକା ସମୟରେ ଲୋକଙ୍କର ମାନବିକତା ଉଭେଇ ଗଲାଣି ।

Leave a Reply

Your email address will not be published. Required fields are marked *