ଖୁସି ଖବର:- ରାସନ କାର୍ଡ ନଥିଲେ ମଧ୍ୟ ମାଗଣାରେ ମିଳିବ ରାସନ, ଜଣାନ୍ତୁ କିପରି ପାଇବେ ରାସନ?

ଗରିବ ଲୋକଙ୍କୁ ସହାୟତା ଯୋଗେଇ ଦେବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ତେବେ ସେଥିମଧ୍ୟରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ରାସନ କାର୍ଡ ଯୋଜନା ମାଧ୍ୟମରେ ଗରିବ ଲୋକମାନଙ୍କ ପାଖକୁ ସହାୟତା ପହଞ୍ଚି ପାରୁଛି। ଯାହାକି ‘ୱନ ନେସନ ୱନ୍ ରାସନ କାର୍ଡ ଯୋଜନା’ ଭାବେ ପରିଚିତ। ତେବେ ଏହି ସମୟରେ ରାସନ କାର୍ଡର ହିତାଧିକାରୀଙ୍କ ପାଇଁ ଖୁସିଖବର । କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ବିନା ରାସନ କାର୍ଡରେ ମଧ୍ୟ ମାଗଣାରେ ରାସନ ଦିଆଯାଇ ପାରିବ। ତେବେ ଦେଶର ଅନେକ ରାଜ୍ୟରେ ଏହି ନିୟମ ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହା ଅନେକ ରାଜ୍ୟରେ ଆରମ୍ଭ ହୋଇ ସାରିଛି।

ଏହି ନିୟମ ଲାଗୁ ହେବା ପୂର୍ବରୁ ହି ୟୁପି, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଝାରଖଣ୍ଡରେ ରାସନ କାର୍ଡ ନଥିବା ସତ୍ତ୍ୱେ ଫ୍ରିରେ ରାସନ ଦିଆଯାଉଥିଲା। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ପ୍ରକ୍ରିୟା।

ଏଥିସହିତ ଦେଶରେ ନୂଆ ରାସନ କାର୍ଡରେ ନାମ ଯୋଡିବା ଅବା ହଟାଇବା ଆଦି କାମ ମଧ୍ୟ ଚାଲୁଛି। କିନ୍ତୁ ସେଥିପାଇଁ ଆପଣଙ୍କ ରାସନ କାର୍ଡରେ ଆଧାର କିମ୍ବା ବ୍ୟାଙ୍କ ପାସ ବୁକ ଲିଙ୍କ ଥିବା ଆବଶ୍ୟକ। ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା, ବିହାର, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ଭଳି ରାଜ୍ୟ ଗୁଡିକରେ ଏନସିଆରରେ ସସପେଣ୍ଡ କାର୍ଡକୁ ମଧ୍ୟ ଏବେ ନିକଟରେ ଲିଙ୍କ କରାଯାଇଛି।

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ନାହିଁ ତେବେ ଏଥିପାଇଁ ଆଉ ଚିନ୍ତିତ ହୁଅନ୍ତୁ ନାହିଁ। ଏଣିକି ମାଗଣା ରାସନ ଯୋଜନାର ଲାଭ ଉଠାଇ ପାରିବେ। କାରଣ ବର୍ତ୍ତମାନ ଆପଣଙ୍କୁ ରାସନ କାର୍ଡ ବିନା ମାଗଣାରେ ରାସନ ବାଣ୍ଟିବାର ଯୋଜନା ରହିଛି। କିନ୍ତୁ ଏଥିପାଇଁ ଆପଣଙ୍କ ଆଧାର କାର୍ଡ ରାସନ କାର୍ଡ ସହ ଅବା ବ୍ୟାଙ୍କ ସହ ଲିଙ୍କ ଥିବା ଦରକାର।

ୱନ ନେସନ ୱନ ରାସନ କାର୍ଡ

କେନ୍ଦ୍ର ସରକାରଙ୍କ ମୋଟୋ ୱନ ନେସନ ୱନ ରାସନ କାର୍ଡ ଯୋଜନା ମାଧ୍ୟମରେ ଅନେକ ଗରିବ ଲୋକେ ଉପକୃତ ହେଉଛନ୍ତି। ନିକଟରେ ଦିଲ୍ଲୀ ସରକାରଙ୍କ ତରଫରୁ ଏହି ଯୋଜନା ଅନୁସାରେ ଖାଦ୍ୟ ବିତରଣ ଏବେ ସମସ୍ତ ଇ-ପିଓଏସ୍ ମାଧ୍ୟମରେ ଲାଗୁ କରାଯାଉଛି। ଯାହାଫଳରେ ଏବେ ହିତାଧିକାରୀଙ୍କୁ ବିନା ରାସନ କାର୍ଡ ମାଧ୍ୟମରେ ରାସନ ପ୍ରଦାନ କରାଯାଇ ପାରିବ। କିନ୍ତୁ ଏଥିପାଇଁ ଆପଣଙ୍କ କାର୍ଡ ଆଧାର ବା ବ୍ୟାଙ୍କ ସହିତ ଲିଙ୍କ ହେବା ବାଧ୍ୟତାମୂଳକ। ଏହା ବ୍ୟତୀତ ଦିଲ୍ଲୀ ସରକାର ହିତାଧିକାରୀଙ୍କ ଉପକାର ପାଇଁ କିଛି କୋହଳ କରିଛନ୍ତି ତେବେ ଯଦି ରାସନ କାର୍ଡଧାରୀ କୌଣସି କାରଣରୁ ଦୋକାନକୁ ଯାଇ ରାସନ ଆଣି ପାରିଲେ ନାହିଁ କି ଆଣିବା ପାଇଁ ସକ୍ଷମ ନୁହଁନ୍ତି ତେବେ ପରିବାର ଯେ କୌଣସି ସଦସ୍ୟ କାର୍ଡ ଦେଖାଇ ଆଣି ପାରିବେ ନଚେତ ଚିହ୍ନା ଲୋକେ ମଧ୍ୟ ଆଣି ପାରିବେ।

Leave a Reply

Your email address will not be published. Required fields are marked *