ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ହାସ୍ୟ କଳାକାର ମିଷ୍ଟର ଗୁଲୁଆ। ଜାଣନ୍ତୁ କାହାକୁ ସେ ବିବାହ କରିବାକୁ ଯାଉଛନ୍ତି।

ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ରାଜ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ। ଆଜ୍ଞା ହଁ, ଆଜି ଆମେ ହାସ୍ୟ କଳାକାର ମିଷ୍ଟର ଗୁଲୁଆ ଙ୍କ ବିଷୟରେ କହିବାକୁ ଯାଉଛୁ। ଯାହାଙ୍କର ନିର୍ବନ୍ଧ ଶେଷ ହୋଇ ସାରିଛି ଏବଂ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଓଡିଆ ଇଣ୍ଡଷ୍ଟ୍ରିରେ ଛୋଟ ପରଦା ଅର୍ଥାତ ୟୁଟୁବ୍ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବର୍ତ୍ତମାନ ସେ ଏବେ ସାରା ଓଡ଼ିଶାରେ ଖୁବ ପରିଚିତ ହୋଇଛନ୍ତି। ସେ ଜଣେ ପ୍ରସିଦ୍ଧ କମେଡିଆନ୍ ତାଙ୍କ ମଜାଦାର କଥାରେ ଅନେକ ଲୋକଙ୍କୁ ମୁଗ୍ଧ କରି ଦିଅନ୍ତି। ଆଜି ସେହି କଳାକାରଙ୍କ ନିର୍ବନ୍ଧ ଶେଷ ହୋଇଛି। ସେ ନିଜର ଜୀବନ ସାଥି ବାଛି ସାରିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗୁଲୁଆ ନିଜ ଦୀର୍ଘ ଦିନର ପ୍ରେମିକା ବର୍ଷକୁ ମୁଦି ପିନ୍ଧାଇଛନ୍ତି। ତେବେ ଏହି ନିର୍ବନ୍ଧରେ ଉଭୟ ପରିବାରର ସଦସ୍ୟ ଉପସ୍ଥିତ ଥିଲେ। ତେବେ ଦୁହେଁ ପରସ୍ପରକୁ ପ୍ରେମ କରି ଆସୁଥିଲେ ଏବଂ ଆଜି ତାଙ୍କର ନିର୍ବନ୍ଧ ସରିଛି। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହି କାର୍ଯ୍ୟକ୍ରମ କରୋନା କଟକଣାକୁ ଦୃଷ୍ଟିରେ ରଖି କରାଯାଇଛି।

ଆଶିଷ କୁମାର ଦାସ ଯିଏକି ମିଷ୍ଟର ଗୁଲୁଆ ଭାବେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କର ଅନେକ ଫେମସ ଡାଇଲୋଗ ରହିଛି ହେଲେ “ଗୋଟେ ଖୁସି ଆଉ ” ଖୁବ ଲୋକପ୍ରିୟତା ହାସଲ କରିଥିଲା। ଯାହାକି ତାଙ୍କ ସଫଳତାର ବାଟ କାଢି ଆଣିଥିଲା। ୟୁଟୁବ ରେ ତାଙ୍କ ଭିଡିଓ ଆସିବା ମାତ୍ରେ ଲକ୍ଷାଧିକ ଭିୟୁଜ ଆସିଥାଏ।

ତେବେ ଏହି ଦୃଶ୍ୟ ଆଲବମ କୁଇନ ରାଣୀ ପଣ୍ଡା ନିଜ ଇଂଷ୍ଟାଗ୍ରାମରେ ଲାଇଭ ଆସି ଦେଖାଇ ଥିଲେ। ନିର୍ବନ୍ଧ ସମୟରେ ଦୁଇ ପ୍ରେମୀ ଯୁଗଳ ନାଲି ରଙ୍ଗର ପୋଷାକ ପିନ୍ଧିଥିବାର ନଜରକୁ ଆସିବେ ଏବଂ ବିବାହକୁ ନେଇ ମନରେ ଉତ୍ସାହ ଭରି ରହିଥିବା ଆପଣ ତାଙ୍କ ମୁଁହରୁ ଜାଣି ପାରିବେ। ତେବେ ଭିଡ଼ିଓ ଭାଇରାଲ ହେବା ପରେ ମିଷ୍ଟର ଗୁଲୁଆଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *