ଏହି ଦେସୀ ଯୁଗାଡ ଉପରେ ଆସିଲା ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ, ନିବେଶ କରିବାର ଇଚ୍ଛା ପ୍ରକାଶ କଲେ, ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏହି ଯୁଗଡି ଦେଖି : ଦେଖନ୍ତୁ ଭିଡିଓ

ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟ୍ସ ତାଙ୍କୁ ପ୍ରତିଦିନ ମୁଖ୍ୟ ଖବର କରି ରଖିଥାଏ। ବାସ୍ତବରେ ଆନନ୍ଦ ମହିନ୍ଦ୍ରାଙ୍କୁ ଅନ୍ତରଙ୍ଗୀ ଆଇଡିଆଜ ବହୁତ ପସନ୍ଦ ଆସିଥାଏ। ପ୍ରାୟତଃ ସେ ଏହା ସହିତ ଯୋଡା ଭିଡିଓ ଟୁଇଟରରେ ସେୟାର କରିବାରେ ଲାଗିଥାନ୍ତି। ବର୍ତମାନ ତାଙ୍କୁ ଗୁରସୌରଭ ସିଂହଙ୍କ ଉଦ୍ଭାବନ ଏତେ ପସନ୍ଦ ଆସିଥିଲା କି ସେ ତାଙ୍କ କମ୍ପାନୀରେ ନିବେଶ କରିବା ପାଇଁ ଚାହୁଁଛନ୍ତି। ଆପଣମାନେ ସାଇକେଲ ତ ଦେଖିଥିବେ ଯଦି ଏହି ସାଧାରଣ ସାଇକେଲ ଅନେକ କାମରେ ଆସିବାକୁ ଲାଗିବ ତାହେଲେ କ’ଣ କଥା ହେବ କିଛି ଏମିତି ହିଁ ଚିନ୍ତା ସହିତ ଜଣେ ଯୁବକ ନିବେଶ କରିଛନ୍ତି।

ଧ୍ରୁବ ବିଦ୍ଧୁତର ପ୍ରତିଷ୍ଠାତା ଗୁରସୌରଭ ସିଂହଙ୍କ ଡିଭାଇସ ବହୁତ ଟେକ ସେବୀ ଅଟେ।ଏହା ହିରୋ କିମ୍ବା ଏଟଲାସ ଭଳି କମ୍ପାନୀର ସାଧାରଣ ସାଇକେଲକୁ ଇଲେକ୍ଟ୍ରିକାଲ ସାଇକେଲରେ ରୂପାନ୍ତର କରି ଦେଇଥାଏ।ଏହି ଡିଭାଇରସର ସବୁଠାରୁ ବଡ଼ କଥା ଏହା ଅଟେ କି ଏଥିପାଇଁ ସାଇକେଲରେ କୈାଣସି ପରିବର୍ତ୍ତନକରିବା ପାଇଁ ପଡିନଥାଏ। ଅର୍ଥାତ ସାଇକେଲରେ ନାଁ ତ କେଉଁଠାରେ କଟିଙ୍ଗ କରିବା ପାଇଁ ପଡ଼ିଥାଏ,ନା ବୋଲ୍ଡିଙ୍ଗ, ବରଂ ଏହି ସାଇକେଲରେ ପ୍ୟାଡେଲ ଉପରେ ନଟବୋଲ୍ଟରେ ଟାଇଟ କରା ଯାଇଥାଏ।

ଫୋନ ଚାର୍ଜିଙ୍ଗ ଭଳି ଅନେକ ସୁବିଧା

୨୦ମିନିଟ ପ୍ୟାଡେଲ ମାରିବା ଦ୍ଵାରା ଏହାର ବ୍ୟାଟେରୀ ୫୦% ଚାର୍ଜ ହୋଇ ଯାଇଥାଏ। ଏହି ଡିଭାଇସ ଦେସୀ ସାଇକେଲକୁ ଅଧିକତର ୨୫ କିଲୋମିଟର ପ୍ରତି ଘଣ୍ଟାର ଗତିରେ ଚଲେଇବାର ସୁଯୋଗ ଦେଇଥାଏ।ଏହା ସହିତ ଏହା ଗୋଟିଏ ଥର ଫୁଲ ଚାର୍ଜ ହେବାପରେ ୪୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।୧୭୦ କିଲୋଗ୍ରାମ ପର୍ଯ୍ୟନ୍ତର ଓଜନକୁ ଟାଣିପାରେ।ଏହି ଦେସୀ ସାଇକେଲ ନିଆଁ ଏବଂ ପାଣିରେ କିଛି କ୍ଷତି ହୋଇ ପାରିବ ନାହିଁ। କୃଷି ଏବଂ ଆବର୍ଜନାରେ ମଧ୍ୟ ଏହି ସାଇକେଲକୁ ଆରାମରେ ଟାଣି ପାରିବେ।ଏହା ବ୍ୟତୀତ ଏଥିରେ ଫୋନ ଚାର୍ଜ କରିବାର ସୁବିଧା ମଧ୍ୟ ଅଛି।

ଆନନ୍ଦ ମହିନ୍ଦ୍ରା କରିବା ପାଇଁ ଚାହୁଁଛନ୍ତି ନିବେଶ

ସେଠାରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏଥିରେ ନିବେଶ କରିବା ପାଇଁ ଚାହୁଁଛନ୍ତି,ସେ ଟୁଇଟରେ କହିଛନ୍ତି କି ଏହି ବ୍ୟବସାୟ ଲାଭ ଦେବ କି ନାହିଁ, କିନ୍ତୁ ଏହା ଉପରେ ନିବେଶ କରିବା ମୋ ପାଇଁ ଗର୍ବର କଥା ହେବ ଏହା ସହିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମାଲିକ ଏହି ଡିଭାଇସକୁ ବନେଇବା ବାଲା ଗୁରସୌରଭଙ୍କ ସହିତ ଦେଖା ହେବାପାଇଁ ଚାହୁଁଛନ୍ତି।

Leave a Reply

Your email address will not be published. Required fields are marked *