ଜଗନ୍ନାଥ ମାଉସୀଙ୍କୁ ଉଠାଇ ନେଲେ ଝରକା ବାଟେ ।

ଯେତେବେଳେ ଜଗାର ଡୋରି ଲାଗେ ସେତେବେଳେ ଭକ୍ତକୁବା କିଏ ଅଟକାଇ ପାରିବ । ଆଉ ଯେତେବେଳେ ଜଗାର ଡୋରି ଲାଗେ ଅନେକ ବାଧା ବିଘ୍ନ ଆସିଲେ ବି ଭକ୍ତକୁ କେହି ରୋକି ପାରନ୍ତି ନାହିଁ । ଭକ୍ତ ରଙ୍କୁଣା ଜଗନ୍ନାଥ ସବୁବେଳେ ଚାହେଁ ବଡ ଦାଣ୍ଡରେ ଲାଗି ରହୁ ତା ଭକ୍ତଙ୍କ ଭିଡ । ସେଥି ପାଇଁ ତ ଜଣେ ମହିଳା ଭିଡ ନ ମାନି ଝରକା ବାଟେ ଡେଇଁ ମୋ ବସରେ ବସିବାକୁ ବ୍ୟାକୁଳ ହୋଇ ଉଠୁଛନ୍ତି । କାରଣ ସେ ଟିକେ ଜଗତର ନାଥ ଜଗନ୍ନାଥଙ୍କୁ ଦେଖିବେ । ସେ ଟିକେ ଆଖି ପୁରାଇ ଚକା ନୟନକୁ ଦର୍ଶନ କରିବେ । ଆଉ ଭାବର ଠାକୁର ଜଗନ୍ନାଥଙ୍କ ନିକଟରେ ନିଜକୁ ହଜାଇ ଦେବେ ।

ମୁଣ୍ଡରେ ଓଢଣା ଦେଇ ମୋ ବସର ଖଚା ଖଚ ଭିଡ ଭିତରକୁ ଜଣେ ମହିଳା ଯିବାକୁ ବେଗ୍ର ହୋଇ ଉଠୁଥିଲେ । ଆଉ ଏହା ପରେ ଏତେ ଲମ୍ବା ଲୋକଙ୍କ ଲାଇନରେ ମହିଳା ମୋ ବସ ଉପରକୁ ଉଠିବାକୁ ସମର୍ଥ ହେଲେ ନାହିଁ । ଆଉ ଶେଷରେ ମହିଳା ଜଣଙ୍କ ଏପରି କା-ଣ୍ଡ କଲେ ଯାହା ଦେଖିଲେ ଆପଣ ଆପଣଙ୍କ ମୁଣ୍ଡରେ ହାତ ଦେବେ । ବାହାରକୁ ବହୁତ୍ ଲାଜ କୁଳି ଲାଗୁଥିଲେ ମହିଳା ଜଣଙ୍କ । ହେଲେ ମହିଳାଙ୍କ ଲାଜ ସବୁ ପଛରେ ପକାଇ ମହିଳା ଭିଆଇଲେ ସାଙ୍ଘା-ତିକ କା-ଣ୍ଡ । ଶହ ଶହ ଲୋକଙ୍କ ଭିଡ ଭିତରେ ମହିଳା ଜଣଙ୍କ ହଟାତ୍ ମୋ ବସର ଝରକା ବାଟେ ଉଠିବାକୁ ଚେଷ୍ଟା କଲେ ।

ଲୋକ ମାନେ ଯେତେ ବି ମନା କରୁଥିଲେ ମହିଳା ମାନିବାକୁ ନାରାଜ । କଣ୍ଡକ୍ତର କହୁଥାନ୍ତି ବସରେ ପ୍ରବଳ ଭିଡ଼ ହେଇଗଲାଣି ଆଉ ପ୍ୟାସେଞ୍ଜର ନେଇ ହେବନି । ହେଲେ ବାହାରକୁ ବହୁତ୍ ସାଧା ସିଧା ଲାଗୁଥିବା ମହିଳା ଜଣଙ୍କ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ । ଆଉ ଶେଷରେ ମହିଳା ଜଣଙ୍କ ମୋ ବସର ଝରକା ବାଟେ ଉଠି ପଡ଼ିଥିଲେ । ହଁ ବନ୍ଧୁଗଣ ଏବେ ରଥ ଯାତ୍ରା ସମୟ ଚାଲି ଥିବାରୁ ମୋ ବସରେ ଭିଡ ବହୁତ୍ ରହୁଛି । ଭୁବନେଶ୍ବରରୁ ପୁରୀକୁ ଯାଉଥିବା ମୋ ବସରେ ଲୋକଙ୍କ ପ୍ରବଳ ଗହଳି ଲାଗି ରହୁଛି । ହେଲେ ଏହି ସମୟରେ ଲୋକେ ଜଗା ପାଖକୁ ଯିବା ପାଇଁ ଯେତେ କଷ୍ଟ ଆସିଲେ ବି ସହି ଯାଉଛନ୍ତି ।

ତେବେ ଏହି ମହିଳା ଜଣଙ୍କ ପୁରୀ ଯିବାକୁ ବ୍ୟାକୁଳ ହେଉଥିବା ଶୁଣିବାକୁ ମିଳୁଛି । ମହିଳା ଜଣଙ୍କ ଭାବର ଠାକୁର ଆମ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ବ୍ୟସ୍ତ । ହେଲେ ବନ୍ଧୁଗଣ ଜଗା ଦର୍ଶନ ଠିକ୍ କଥା । କିନ୍ତୁ ଯଦି ଦେଖିବା ଏହି ଭାଇରାଲ ଭିଡିଓ ଏବେ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି । ଆଉ ଏହା ଦେଖିବା ପରେ ସମସ୍ତେ କହୁଛନ୍ତି ଏହି ଭଳି ବି-ପଦ ଜନକ ଭାବରେ ଯାତ୍ରା କରିବା ଉଚିତ୍ ନୁହେଁ । ଜଗା ଦର୍ଶନ କରିବା ଠିକ୍ ହେଲେ ଜଗା ଏଭଳି ବିପଦ ଜନକ ଭାବେ ଜୀବନକୁ ବାଜିରେ ଲଗାଇ ଯାତ୍ରା କରି ତା ଭକ୍ତ ତା ନିକଟରେ ପହଞ୍ଚନ୍ତୁ ସେ କେବେ ବି ଏହା ଚାହାଁନ୍ତି ନାହିଁ ।

Leave a Reply

Your email address will not be published. Required fields are marked *