ରାସ୍ତା ଉପରେ ଚପଲ ଖୋଲି ସରପଞ୍ଚକୁ ପିଟିଲେ ଓଡ଼ିଆ ଆଲବମ ଅଭିନେତ୍ରୀ ରୋମାଞ୍ଜଳି । ପ୍ରେମରୁ ସୃଷ୍ଟି ହେଲା ମହାଭାରତ ।

ପୂର୍ବତନ ସରପଞ୍ଚ ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ରାସ୍ତା ଉପରେ ମାଡ଼ଗୋଳ । ଜଣାଶୁଣା ଆଲବମ ଅଭିନେତ୍ରୀ ଏବଂ ଜଣେ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ରାସ୍ତା ଉପରେ ମାରପିଟ ଚାଲିଥିଲା । ଯେତେ ଛଡ଼ାଇବାକୁ ଚେଷ୍ଟା କଲେ ବି ଘଟଣା ସେମିତି ଜାରି ରହିଥିଲା ।

ଏପଟେ ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଓଡ଼ିଆ ଅଭିନେତ୍ରୀ ରୋମାଞ୍ଜଳି ନିଜ ପାଦରୁ ଚପଲ କାଢ଼ି ମାରିବାକୁ ଗୋଡ଼ାଉଛନ୍ତି । ପୁଣି ସେପଟେ ଅଭିନେତ୍ରୀଙ୍କ ମା’ ଏବଂ ପୂର୍ବତନ ସରପଞ୍ଚ ଠେଲା ଠେଲି ହେଉଛନ୍ତି । ସନ୍ଧ୍ୟା ସମୟରେ ରେକର୍ଡ଼ ହୋଇଥିବା ଏହି ଭିଡ଼ିଓରୁ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ଯେ ଏହା ପଛରେ କଣ ଗୋଟିଏ କାରଣ ରହିଛି । ଆଉ ଏଭଳି ଅନେକ ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା ।

ଆପଣ ମାନେ ବି ଜାଣିଥିବେ ଯେ ଓଡ଼ିଆ ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କୁ ଓଡ଼ିଶାର ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି । ତାଙ୍କର ଡାନ୍ସ ଏବଂ ଅଭିନୟ ଉଭୟକୁ ଲୋକେ ଖୁବ ପସନ୍ଦ କରନ୍ତି । ସେଥିପାଇଁ ସେ ମଧ୍ୟ ଖୁବ ଭାଇରଲ ହୋଇଛନ୍ତି । ତାଙ୍କର ଏକାଧିକ ଆଲବମ ଲୋକଙ୍କୁ ବେଶ ପସନ୍ଦ ଆସିଛି । କିନ୍ତୁ ରୋମାଞ୍ଜଳିଙ୍କର ଭାଇରଲ ହେଉଥିବା ଭିଡ଼ିଓ ଦେଖିଲେ ମନରେ ପ୍ରଶ୍ନ ଉଠୁଛି ଯେ ସେ କାହିଁକି ଚପଲ ଧରି ମାଡ଼ ମାରୁଛନ୍ତି ? ତେବେ ଦେଖିବାକୁ ମିଳିଛି ଯେ ପ୍ରଥମେ ରୋମାଞ୍ଜଳିଙ୍କ ମା’ଙ୍କ ଉପରେ ପ୍ରଥମେ ଅଟାକ ହେବା ପରେ ରୋମାଞ୍ଜଳି ଚପଲ ଧରି ମାରିବାକୁ ଗୋଡ଼ାଇଛନ୍ତି । ତେବେ ଯାହା ଜଣା ପଡ଼ିଛି ଯେ ଏହି ଘଟଣା ପଛରେ କୁଆଡ଼େ ପ୍ରେମ ବେପାରର କାରଣ ରହିଛି ।

ପ୍ରେମକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଛି । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ ଦେଖିବାକୁ ମିଳିଛି । ମୃଦଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଆଏଚ ଏବଂ ସେହି ପଞ୍ଚାୟତର ଆଲବମ ଅଭିନେତ୍ରୀ ରୋମାଞ୍ଜଳିଙ୍କ ପରିବାର ମଧ୍ୟରେ ମାରପିଟ ହୋଇଥିଲା । ଗତକାଲି ସନ୍ଧ୍ୟାରେ ପେଣ୍ଠଶାଳିଆ ଛକ ନିକଟରେ ଏକ ଚା’ ଦୋକାନରେ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଆଉ ଭାଇରଲ ହେଉଥିବା ଭିଡ଼ିଓରେ ରୋମାଞ୍ଜଳିଙ୍କ ଭଉଣୀଙ୍କ ପୂର୍ବତନ ପ୍ରେମିକର ବାପାକୁ ଚପଲରେ ପିଟିବାକୁ ଗୋଡ଼ାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ଅଭିନେତ୍ରୀଙ୍କ ମା’ଙ୍କୁ ମଧ୍ୟ ଠେଲା ପେଲା କରାଯାଉଛି । ତେବେ ଏହି ଘଟଣା ପରେ ଉଭୟ ପକ୍ଷ ଭୁବନ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ଉଭୟ ପକ୍ଷର ମାମଲାକୁ ତଦାରଖ କରି ଭୁବନ ଥାନା ପୋଲିସ ବର୍ତ୍ତମାନ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *