ଦାନ୍ତ ଉପାଡ଼ୁଥିବା ବେଳେ ମହିଳାଙ୍କୁ ଦୁ-ଷ୍କର୍ମ କଲେ ଡାକ୍ତର….

ଡାକ୍ତରକୁ ଲୋକେ ଦ୍ୱିତୀୟ ଭଗବାନ ମାନନ୍ତି । କାରଣ ଭଗବାନଙ୍କ ପରେ ଆଉ ଯିଏ ମନୁଷ୍ୟର ଜୀବନ ବଞ୍ଚାଇ ଥାଏ ସେ ହେଉଛି ଡାକ୍ତର । କିନ୍ତୁ ସେହି ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସାଧାରଣ ଲୋକେ ବା ଆଉ କଣ କରିବେ ? କାରଣ ଜଣେ ଡାକ୍ତର ରୋଗର ଯନ୍ତ୍ରଣା ଦୂର କରିବା ପରିବର୍ତ୍ତେ ରୋଗୀ ଉପରେ ଆହୁରି ଦୁଃଖ କଷ୍ଟ ଯନ୍ତ୍ରଣା ଲଦି ଦେଇଛନ୍ତି । ମହିଳାଙ୍କୁ ଆନାସ୍ଥେସିଆ ଦେବା ନାଁରେ ବେହୋସ ଇଞ୍ଜେକସନ ଦେଇଥିଲେ ଏବଂ ଦୁଷ୍କର୍ମ କରିବା ସମୟର ଫୋଟ ଏବଂ ଭିଡ଼ିଓ ମଧ୍ୟ ଦେଇଥିଲେ । କହିରଖିବୁ ଯେ ଜଣେ ମହିଳା ନିଜର ଦାନ୍ତ ବିନ୍ଧିବାରୁ ଦାନ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ । ତେବେ ଡାକ୍ତର ତାଙ୍କ ଉପରେ ଖରାପ ନଜର ରଖିବା ସହିତ ତାଙ୍କ ଦାନ୍ତ ଉପାଡ଼ିବାକୁ ନେଇ ଯାଇଥିଲେ ।

ଏପଟେ କୁଆଡ଼େ ମହିଳା ସନ୍ଦେହ କରିବେ ସେଥିପାଇଁ ତାଙ୍କୁ ଆନାସ୍ଥେସିଆ ଦେବା ବଦଳରେ ବେହୋସ କରିବା ଇଞ୍ଜେକସନ ଥିଲା ଦେଇଥିଲେ । କିଛି ସମୟ ପରେ ମହିଳା ଜଣକ ବେହୋସ ହୋଇଯିବା ପରେ ଡାକ୍ତର ଜଣକ ତାହାର ସୁଯୋଗ ଉଠାଇଥିଲେ । ମହିଳାଙ୍କୁ ସେହି ଡାକ୍ତର ଜଣକ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ସେହି ସମୟର ଅଶ୍ଳୀଳ ଫୋଟ ଏବଂ ଭିଡ଼ିଓ ମଧ୍ୟ ଉତ୍ତୋଳନ କରିଥିଲେ । ଯେତେବେଳେ ମହିଳାଙ୍କର ଚେତା ଫେରିଥିଲା ସେତେବେଳେ ତାଙ୍କ ମୁହଁ ବନ୍ଦ କରିବା ପାଇଁ କରିଥିବା ଅଶ୍ଳୀଳ ଫୋଟ ଏବଂ ଭିଡ଼ିଓକୁ ଭାଇରଲ କରି ଦେବାକୁ ଧମକ ଦେଇଥିଲେ । ତେବେ ଥରେ କି ଦୁଇଥର ନୁହେଁ ବରଂ ସାତ ସାତ ଥର ସେହି ଡାକ୍ତର ଜଣକ ଦୁଷ୍କର୍ମ କରିଥିଲା । ସୂଚନା ଅନୁଯାୟୀ ଏଭଳି ଏକ ଘଟାଣ ରାଜସ୍ଥାନଏର ଜାଲୋର ଜିଲ୍ଲାର ଭିନମା ସହରରେ ଘଟି ଯାଇଛି ।

ଚିକିତ୍ସା ନାମରେ ଜଣେ ମହିଳାଙ୍କୁ ସାତ ଥର ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ଡାକ୍ତରକୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଦଣ୍ତ5ଡାକ୍ତର ଜଣକ ହେଉଛନ୍ତି ସୁରେଶ ସୁନ୍ଦେଶା । ତେବେ ତାଙ୍କ କ୍ଲିନିକକୁ ଜଣେ ମହିଳା ଦାନ୍ତ ଯନ୍ତ୍ରଣା ହେବାରୁ ଚିକିତ୍ସା କରାଇବାକୁ ଯାଇଥିଲେ । କିନ୍ତୁ ଡାକ୍ତର ସୁରେଶଙ୍କୁ ଆନାସ୍ଥେସିଆ ଦେବା ନାଁରେ ବେହୋସ ଇଞ୍ଜେକସନ ଦେଇ ତାଙ୍କ ବାରମ୍ବାର ଦୁଷ୍କର୍ମ କରିଥିଲେ ।

ପରେ ଫୋଟ ଏବଂ ଭିଡ଼ିଓକୁ ଭାଇରାଲ କରି ଦେବାକୁ ଧମକ ଦେଇ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିବାକୁ ଲାଗିଥିଲେ । ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ଘରକୁ ମଧ୍ୟ ଯାଉଥିଲେ । ତାହାକୁ ସହି ନପାରି ମହିଳା ଜଣକ ଥାନାରେ ଅଭିଯୋଗ କଲେ । ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *