ଦୁଇଟି ବିବାହ କରିଛନ୍ତି ଏହି ଯାତ୍ରା କଳାକାର । କହିଲେ ” ପରିସ୍ଥିତିରେ ପଡ଼ି ଏମିତି ହୋଇଛି , ସବୁ ଖଣ୍ଡଗିରି ମେଳାରେ ………

ଶିବାନୀ ଗଣନାଟ୍ୟର ଲୋକପ୍ରିୟ କମେଡିଆନ ଭିକାରୀ ସ୍ବାଇଁଙ୍କୁ ବା କିଏ ନଜାଣେ ? ସେ ସବୁ ବେଳେ ଲୋକଙ୍କୁ ନିଜର କମେଡିରେ ହସାଇଥାଆନ୍ତି । ତାଙ୍କର ଅନେକ ଏଭଳି ଡାଇଲଗ ଅଛି ଯାହାକୁ ନେଇ ଦର୍ଶକ ଆଜିବି ତାଙ୍କୁ ସେଇ ନାମରେ ମନେ ରଖିଛନ୍ତି । ତାଙ୍କୁ ଯାତ୍ରା ଜଗତକୁ ଆସିବାର ପ୍ରାୟ ୨୪ ବର୍ଷ ହୋଇଗଲାଣି । ଆଉ ଏହାରି ଭିତରେ ସେ ଅନେକ ଲୋକପ୍ରିୟତା ହାସଲ କରଛନ୍ତି ।

ଆଉ ବର୍ତ୍ତମାନ ସମୟରେ ଖଣ୍ଡଗିରିରେ ପଡ଼ିଥିବା ନାଟକ ” ଗାନ୍ଧୀ ଭୂମିକାରେ କହ୍ନେଇ ଦାସ ” ରେ ମଧ୍ୟ ସେ କମେଡିଆନ ଭାବରେ ଅଭିନୟ କରିଛନ୍ତି । ଲୋକଙ୍କୁ ମଧ୍ୟ ତାଙ୍କର କମେଡି ବେଶ ପସନ୍ଦ ଆସୁଥିବା ଶୁଣିବାକୁ ମିଳୁଛି ।କମେଡିଆନ ଭିକାରୀ ସ୍ବାଇଁଙ୍କ ପରିବାର ବିଷୟରେ କହିଲେ ତାଙ୍କର ବାପା , ମା ଏବଂ ସାନ ଭାଇର ପରିବାର ବ୍ୟତୀତ ନିଜର ଦୁଇ ସ୍ତ୍ରୀ ଏବଂ ପ୍ରଥମ ସ୍ତ୍ରୀର ଦୁଇ ପୁଅ ସମେତ ଦ୍ୱିତୀୟ ସ୍ତ୍ରୀର ଗୋଟିଏ ପୁଅ ଅଛନ୍ତି ।

ଦ୍ୱିତୀୟ ବିବାହକୁ ତାଙ୍କର ୭ ବର୍ଷ ବିତି ଯାଇଛି । ତେବେ ଘରେ ଦୁଇଟି ସ୍ତ୍ରୀ ରହିଲେବି ସୁଦ୍ଧା ପରିବାର ବେସ୍ଯ5ସୁଖ ଦୁଃଖର ଭଲରେ ଚଳି ଯାଉଥିବା ସେ କହିଛନ୍ତି । ଆଉ ପରିବାରରେ କେବେ କେମିତି ଛୋଟ ଛୋଟ ମତାନ୍ତର ହୋଇ ତାହା ସମାଧାନ ହୋଇଯାଏ ବୋଲି ସେ କହିଛନ୍ତି । ତେବେ ନିଜ ବିବାହ ଉପରେ କମେଡିଆନ ଭିକାରୀ ସ୍ବାଇଁ କହିଛନ୍ତି ଯେ ପରିସ୍ଥିତିରେ ପଡ଼ି ହିଁ ତାଙ୍କର ଦ୍ୱିତୀୟ ବିବାହ ହୋଇଥିଲା ।

ଆଉ ବର୍ତ୍ତମାନ ପରିବାରରେ ସମସ୍ତେ ଖୁସିରେ ଅଛନ୍ତି । କହିରଖିବୁ ଯେ ବର୍ତ୍ତମାନ ସମୟରେ ଶିବାନୀ ଗଣନାଟ୍ୟ ଖଣ୍ଡଗିରିରେ ନିଜର ନାଟକ ପରିବେଷଣ କରିବା ଜାରି ରଖିଛି । ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଭିଡ଼ ଲାଗୁଛି । ପୁଣି କିଛି ଲୋକ ଖାସ ରାଣୀ ପଣ୍ଡାଙ୍କୁ ଦେଖିବାକୁ ଆସୁଛନ୍ତି । ଯାହାକୁ ନେଇ ନିଜର ମତ ରଖିଛନ୍ତି ଭିକାରୀ ସ୍ୱାଇଁ । ସେ କହିଛନ୍ତି ଯେ ନିଶ୍ଚିତ ଭାବରେ ରାଣୀ ପଣ୍ଡା ବର୍ତ୍ତମାନ ଖଣ୍ଡଗିରିରେ ରାଜତ୍ୱ କରୁଛନ୍ତି ।

ତାଙ୍କ ପାଇଁ ଯେତିକି ଅଧିକ ଲୋକ ହେବା କଥା ତାଠାରୁ ଆହୁରି ଅଧିକ ଲୋକ ଭିଡ଼ ହେଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ରାଣୀ ପଣ୍ଡା ନିଶ୍ଚିତ ଭାବରେ ଜଣେ ଭଲ କଳାକାର ଅଟନ୍ତି ଏବଂ ତାଙ୍କ ନାମ ସହିତ ଲାଗିଥିବା ବିବାଦ ଆଜି ଆଉ ନାହିଁ । ତାହା ବର୍ତ୍ତମାନ ସମାଜସେବୀ ରାଣୀ ପଣ୍ଡା ହୋଇ ଯାଇଛି । ଯାହା ବାସ୍ତବରେ ଏକ ବଡ଼ କଥା ବୋଲି କହିଛନ୍ତି ଶିବାନୀ ଗଣନାଟ୍ୟର କମେଡିଆନ ଭିକାରୀ ସ୍ୱାଇଁ ।

Leave a Reply

Your email address will not be published. Required fields are marked *