ଝିପି ଝିପି ବର୍ଷାରେ ମୁଢ଼ି ଖାଇବା ପାଇଁ ଭାଇକୁ ଦୋକାନ କୁ ପଠେଇଲେ, କିନ୍ତୁ ତାପରେ ଏମିତି କିଛି ହେଇଯିବ ସେ ସ୍ବପ୍ନରେ ବି ଭାବି ନଥିଲେ।

ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣକେ ଆନ କେତେ ବେଳେ ଶଙ୍ଖ ମହୁରୀ ତ କେତେବେଳେ ପାଳ ଦଉଡି । ସେଥିପାଇଁ ମଣିଷ ଜୀବନରେ କେତେବେଳେ ଯେ କ’ଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଘରୁ ଟିକେ ସମୟ ପରେ ଫେରିବି କହି ଭୁଲିବାକୁ ଯାଉଥିବା ପୁଅ ଆଉ ଘରକୁ ଫେରେନି। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଏମିତି ଏକ ଆଶ୍ଚ-ର୍ୟ୍ଯଜନକ ଘ-ଟଣା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି।

ମୟୂରଭଞ୍ଜ ଜିଲ୍ଲା ଶରତ ଥା-ନା ଅନ୍ତର୍ଗତ ଆଦିବାସୀ ବହୁଳ ନୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅପପୁର ଗାଆଁର ମୋହନ ହିମ୍ରିମ୍ ଙ୍କ ୨୨ ବର୍ଷୀୟ ଝିଅ ନୟାମି ଭୁବନେଶ୍ଵରେ ରହି ବିଟେକ୍ କରୁଥିଲେ। ଆଉ ଗୋଟେ ବର୍ଷ ଯିବା ପରେ ତାଙ୍କ ପାଠ ପଢା ସରିଯାଇ ଥାଆନ୍ତା।

କିନ୍ତୁ ପାଠ ସାରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ହେଇଯିବ ସେ ସ୍ବପ୍ନରେ ମଧ୍ୟ ଭାବି ନଥିବେ।ନୟାମି ରଥ ଯାତ୍ରା ଛୁଟି କଟାଇବା ପାଇଁ ହଷ୍ଟେଲରୁ ଛୁଟି ନେଇ ଘରକୁ ବୁଲିବାକୁ ଆସିଥିଲେ। ବାହୁଡ଼ା ପରେ ସେ ପୁଣି ହଷ୍ଟେଲ ଫେରି ଯାଇ ଥାଆନ୍ତେ ସେଥିପାଇଁ ସେ ଘରେ ମନ ଖୁସିରେ ରହିବାକୁ ଚାହୁଁଥିଲେ।

ଗତ କାଲି ଝିପି ଝିପି ବର୍ଷରେ ସେ ବାରଣ୍ଡା ଉପରେ ବସି ମୁଢ଼ି ଖାଇବା ପାଇଁ କହିଲେ ତାଙ୍କ ଭାଇ ତାଙ୍କୁ ମୁଢ଼ି ଦେଇ ମିଶ୍ଚର୍ ଆଣିବାକୁ ଦୋକାନ କୁ ଗଲେ ଠିକ୍ ସେଇ ସମୟରେ ହଠାତ୍ କାଳ ବୈଶାଖୀ କୋଉଠି ଥିଲା କେଜାଣି ଯମ ସାଜି ଆସି ନୟାମି ଆଗରେ ପହଞ୍ଚିଲା। ହଠାତ୍ କାଳ ବୈଶାଖୀର ବଜ୍ରପାତ ଆସି ନୟାମି ଉପରେ ପଡ଼ିଲା । ଶବ୍ଦ ଶୁଣି ଘର ଲୋକ ଧାଇଁ ଆସିବା ବେଳକୁ ସବୁକିଛି ଜଳିଯାଇଥିଲ। ଘର ଲୋକ ନୟମୀଙ୍କୁ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ସେଠି ପହଞ୍ଚିବା ପୂର୍ବରୁ ସେ ମୃ-ତୁ ବ-ରଣ କରିସାରିଥିଲେ।

Leave a Reply

Your email address will not be published. Required fields are marked *