ରାଣୀ ପଣ୍ଡାଙ୍କୁ ନେଇ ଏମିତି କହିଲେ ‘ ସୁର ରାଉତରାୟ ‘ କହିଲେ ଭଲ ଅଭିନୟ କରୁଛି ଏବଂ ଭଲ ନାଚୁଛି ଆଉ ୫୦୦୦ ଲୋକଙ୍କୁ ମଟନ କହିବାକୁ ଦେଇଛି ।

ଓଡ଼ିଶାରେ ସାଂସଦ ସୁର ରାଉତରାୟଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଓଡ଼ିଶାରେ କିଛି ଟ୍ରେଣ୍ଡିଙ୍ଗ ଘଟଣା ଚାଲିବା ସମୟରେ ସୁର ରାଉତରାୟଙ୍କ ବେବାକ ମତ କାହାକୁ ଭଲ ଲାଗୁଥିବା ବେଳେ ଆଉ କାହାକୁ ପସନ୍ଦ ଆସିନଥାଏ । କିନ୍ତୁ ଅନେକ ସମୟରେ ସେ ଯେଉଁ ମତ ଦିଅନ୍ତି ତାହା ଠିକ ହୋଇଥାଏ ।

ଆଉ ବର୍ତ୍ତମାନ ସୁର ରାଉତରାୟଙ୍କର ଯେଉଁ ଭିଡ଼ିଓ ଭାଇରଲ ହେଉଛି ତାହା ଦେଖିଲେ ଆପଣ ମଧ୍ୟ ଠିକ ବୋଲି କହିବେ । କହିରଖିବୁ ଯେ ବର୍ତ୍ତମାନ ସମୟରେ ରାଣୀ ପଣ୍ଡା ବେଶ ଚର୍ଚ୍ଚାରେ । କାରଣ ଗତ କିଛିଦିନ ତଳେ ତାଙ୍କୁ ଯେଉଁ ସ୍ଥାନରେ ଯେଉଁ ଷ୍ଟେଜରୁ ବେନ କରାଯାଇଥିଲା ସେହିଠାରେ ସେ ଅଭିନୟ କରିଥିଲେ ।

ପୂର୍ବରୁ ତାଙ୍କର ଏକ ନାଟକ ଆସିଥିଲା ଯାହା ଥିଲା ” ହାତୀ ଘୋଡ଼ା ଗଣ୍ଡାକୁ ଗଣ୍ଡା ଏକା ଲଢ଼ିବ ରାଣୀ ପଣ୍ଡା ” । ଯାହାକି ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା । ଆଉ ଏଇ କିଛି ଦିନ ତଳେ ଆଉ ଏକ ନାଟକ ଆସିଛି , ” ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ” । ତେବେ ନିଜର ଏକ ବିବାଦୀୟ ଘଟଣାରୁ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିର ସେହି ମଞ୍ଚରୁ ବେନ କରାଯାଇଥିଲା । ସେବେ ଠାରୁ ସେ ସେଠାରେ ଆଉ ଅଭିନୟ କରି ନଥିଲେ । ଆଉ ଏବେ ତାଙ୍କର ଏହି ଅଭିନୟକୁ ଲୋକେ ବେଶ ପ୍ରଶଂସା କରୁଛନ୍ତି । ଏହା ମଧ୍ୟ କହୁଛନ୍ତି ଯେ ସେ କୁଆଡ଼େ ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏପଟେ ସାଂସଦ ସୁର ରାଉତରାୟ ମଧ୍ୟ ତାଙ୍କୁ ପ୍ରଶଂସା ନକରି ରହିପାରି ନାହାନ୍ତି । ସୁର ରାଉତରାୟ କହିଛନ୍ତି ଯେ ରାଣୀ ପଣ୍ଡା ଭଲ ଅଭିନୟ କରୁଛନ୍ତି , ଭଲ ଡାନ୍ସ କରୁଛନ୍ତି , ଗରୀବ ଲୋକଙ୍କୁ ସାହାଯ୍ୟ କରିବା ସହିତ ଖଣ୍ଡଗିରିରେ ୫୦୦୦ ଲୋକଙ୍କୁ ମଟନ ମଧ୍ୟ ଖାଇବାକୁ ଦେଇଛନ୍ତି । ତେବେ ରାଣୀ ପଣ୍ଡାଙ୍କ ବ୍ୟକ୍ତିତ୍ୱ ଏମିତି ଯେ ତାଙ୍କୁ ଯେକେହିବି ପ୍ରଶଂସା କରିବେ । ଆଉ ସାଂସଦ ସୁର ରାଉତରାୟଙ୍କ କ୍ଷେତ୍ରରେ ମଧ୍ୟ ଏମିତି ହୋଇଛି ।

ଯଦି ଆମେ ରାଣୀ ପଣ୍ଡାଙ୍କ କ୍ୟାରିଅର ବିଷୟରେ କହିବା ତେବେ ତାଙ୍କ ଜୀବନ ଖୁବ ସଂଘର୍ଷରେ ଭରି ରହିଛି । ଯେଉଁ ମଞ୍ଚରେ ତାଙ୍କୁ ବେନ କରାଯାଇଥିଲା କିନ୍ତୁ ସେହି ମଞ୍ଚକୁ ଫେରି ସେ ଅଭିନୟ କଲେ ସେଥିରେ ସେ ଖୁବ ଖୁସି ଅଛନ୍ତି । ଏଥର କିନ୍ତୁ ସେ ଡାନ୍ସ ନୁହେଁ ବରଂ ନିଜର ଅଭିନୟର ଯାଦୁରେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *