ଚଳନ୍ତା ରାପିଡୋ ବାଇକରୁ ହଠାତ୍ ଡେଇଁ ପଡ଼ୁଛନ୍ତି ମହିଳା, ଭାଇରାଲ ହେଲା ସିସିଟିଭି ଭିଡିଓ।

ଗତ ୨୧ ତାରିଖ ଠାରୁ ସୋସିଆଲ ମିଡିଆରେ ଜଣେ ମହିଳା ବାଇକରୁ ଡେଇଁପଡିବାର ସିସିଟିଭି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଟି ବେଙ୍ଗାଲୁରୁର ୟେଲାହଙ୍କା ନ୍ୟୁ ଟାଉନ ପୋ-ଲିସ ଷ୍ଟେ-ସନ ଅଞ୍ଚଳର। ଭିଡିଓ ରେ ଜଣେ ମହିଳା ଚଳନ୍ତା ବାଇକରୁ ହଠାତ୍ ଡେଇଁ ପଡ଼ୁଛନ୍ତି ଏବଂ କିଛି ସମୟ ପରେ ଉଠି ସାହାଯ୍ୟ ମାଗୁଛନ୍ତି।

୨୧ ତାରିଖ ରାତି ୧୧.୧୦ ରେ ଜଣେ ୩୦ ବର୍ଷୀୟ ମହିଳା ଇନ୍ଦିରାନଗର ଯିବା ପାଇଁ ରାପିଡୋ ବୁକ୍ କରିଥିଲେ। କିଛି ସମୟ ପରେ ରାପିଡୋ ଡ୍ରାଇଭର ଆସି ତାଙ୍କ ଘର ଆଗରେ ପହଞ୍ଚିଲା ଆଉ ତାପରେ ସେ ହେଲମେଣ୍ଟ ପିନ୍ଧି ଇନ୍ଦିରାନଗରକୁ ବାହାରି ଗଲେ। କିଛି ବାଟ ଯିବାପରେ ମହିଳା ଜଣଙ୍କ ଯେତେବେଳେ ଗୁଗଲ ମ୍ୟାପ୍ ଦେଖିବାକୁ ଫୋନ୍ କଢ଼ିଲେ ସେ ଓଟିପି ଦେଖିବା ବାହାନାରେ ମହିଳାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ତାଙ୍କୁ ଶାରୀ-ରିକ ନିର୍ଯା-ତନା ଦେଇ ମହିଳାଙ୍କ ସହିତ ଅସଦା-ଚରଣ ବ୍ୟବହାର କଲା

ସେଥିପାଇଁ ମହିଳା ଜଣକ ଯେତେବେଳେ ଗାଡି ଅଟକାଇବାକୁ କହିଲେ, ଡ୍ରାଇଭର ଇନ୍ଦିରାନଗର ଆଡକୁ ଗାଡ଼ି ନ ନେଇ ଦୋଦବାଲାଲାପୁର ଆଡକୁ ଚାଲିଲା। ଗାଡ଼ିର ଦିଗ ବଦଳାଇବା ଦେଖି ମହିଳା ଜଣଙ୍କ ଚଳନ୍ତା ବାଇକରୁ ଡେଇଁପଡିଲେ। ସେ ହେଲମେଣ୍ଟ ପିନ୍ଧି ଥିବାରୁ ତାଙ୍କର ବିଶେଷ କିଛି କ୍ଷ-ତି ହେଇ ନଥିଲା।

ତା ପରଦିନ ସେ ପୋ-ଲିସ ଷ୍ଟେ-ସନ ଯାଇ ଅଭି-ଯୋଗ କଲେ। ପୋ-ଲିସ ଅଭି-ଯୁକ୍ତ ଡ୍ରାଇଭରକୁ ଟ୍ରାକ୍ କରି ଗି-ରଫ କରିଛନ୍ତି। ଅଭି-ଯୁକ୍ତ ଜଣକ ହାଇଦ୍ରାବାଦର ୨୮ ବର୍ଷୀୟ ଦୀପକ ରାଓ। ସେ ଗତ ଚାରି ବର୍ଷ ହେଲା ବେଙ୍ଗାଲୁରୁରେ ରହି କାମକରୁଥିଲେ। ଦୀପକ ପ୍ରଥମେ ଡେଲିଭରି ବଏ ର କାମ କରୁଥିଲେ ଗତ କିଛି ବର୍ଷ ହେଲା ସେ ରାପିଡୋ ଚାଉଛନ୍ତି। ମହିଳାଙ୍କ ଅଭି-ଯୋଗ ପରେ ପୋ-ଲିସ୍ ସିସିଟିଭି ଦେଖି ଦୀପକଙ୍କୁ ଗି-ରଫ କରି କୋର୍ଟ ଚା-ଲଣ କରିଛି।

Leave a Reply

Your email address will not be published. Required fields are marked *