ସୋସିଆଲ ମିଡ଼ିଆରେ ନିଜ ଭିଡ଼ିଓକୁ ନେଇ ଏମିତି କହିଲେ ପ୍ରିୟଙ୍କା । କହିଲେ ” ଝିଅ ମାନେ ଭାଷା କହିବା ଖରାପ ନୁହେଁ , କିନ୍ତୁ ବେଳେ ବେଳେ………

ଟିକଟକ ହେଉ କିମ୍ବା ଇନଷ୍ଟାଗ୍ରାମ ହେଉ , ଅନେକ କ୍ରିଏଟର ଏମିତି ଅଛନ୍ତି ଯେଉଁମାନେ ସେଥିରୁ ହିଁ ନିଜର କ୍ୟାରିଅର ଆରମ୍ଭ କରି ବର୍ତ୍ତମାନ ଭଲ ପୋଜିସନରେ ଅଛନ୍ତି । କିଛି ରୋଜଗାର ନହେଲେବି ଅତି କମରେ ନେମ ଏବଂ ଫେମ ପାଇ ପାରୁଛନ୍ତି । ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ପ୍ରିୟଙ୍କା ସନମଙ୍କୁ ଜାଣିଥିବେ ।

ଯାହାଙ୍କର ଇନଷ୍ଟାରେ ଅନେକ ଫୋଲଅର୍ସ ଅଛନ୍ତି ଏବଂ ସେ ଟିକଟକ ସମୟରୁ ହିଁ ଲୋକପ୍ରିୟ । ତାଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ସେ କହିଛନ୍ତି ଯେ କିଭଳି ସେ ଅଭିନୟ ଲାଇନକୁ ଆସିଲେ । ସେ କହିଛନ୍ତି ଯେ ତାଙ୍କ ବାପା ଜଣେ ଡାନ୍ସର ଥିଲେ। ଆଉ ତାଙ୍କୁ କଳା ଲାଇନ ବେଶ ଭଲ ମଧ୍ୟ ଲାଗୁଛି ।

କିନ୍ତୁ ସେ ଜରନାଲିଯିମ ରେ ନିଜର କ୍ୟାରିଅର ଗଢ଼ିବେ । ତେବେ ଯେତେବେଳେ ତାଙ୍କୁ ତାଙ୍କ ଭିଡ଼ିଓରେ କେମେଣ୍ଟ ଆସିବାକୁ ନେଇ ପଚରା ଯାଇଥିଲା , ସେ କହିଛନ୍ତି ଯେ ଅନେକ ସମୟରେ କିଛି ଝିଅ ପିଲାମାନେ ଏମିତି କମେଣ୍ଟ କରନ୍ତି ଯାହାକି ତାଙ୍କୁ ଖୁବ ଖରାପ ଅନୁଭବ କରାଇ ଥାଏ । ଯେଉଁ କାରଣରୁ ସେ ସେହି କମେଣ୍ଟକୁ ଡିଲିଟ ମଧ୍ୟ କରି ଦିଅନ୍ତି ।

ପ୍ରିୟଙ୍କା ଏବଂ ଭିକି ପପଙ୍କ ନାମ ଆପଣ ମାନେ ମଧ୍ୟ ବେଶ ଶୁଣିଥିବେ । ଉଭୟଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରିବା ସହିତ ସମସ୍ତେ ଭାବନ୍ତି ଯେ ଦୁହେଁ ରିଲେଶନଶିପରେ ଅଛନ୍ତି । କିନ୍ତୁ ଏହାକୁ ନେଇ ଦୁହେଁ ଅନେକ ଥର ସୋସିଆଲ ମିଡିଆରେ ସ୍ପଷ୍ଟ କରିଛନ୍ତି ଯେ ଉଭୟ କେବଳ ଭଲ ବନ୍ଧୁ ଏବଂ ଉଭୟଙ୍କ ମଧ୍ୟରେ ସେଭଳି କୌଣସି ସମ୍ପର୍କ ନାହିଁ ।

ତେବେ ପୂର୍ବରୁ ଭିକିଙ୍କ ସହିତ ପ୍ରିୟଙ୍କାଙ୍କର ପ୍ରଥମ ଭିଡ଼ିଓ ଖୁବ ଭାଇରଲ ହୋଇଥିଲା । ସେବେଠାରୁ ହିଁ ଦୁହିଁଙ୍କୁ ଭଲ ପାଇବା ମିଳି ଆସୁଛି । ଏପଟେ ପ୍ରିୟଙ୍କାଙ୍କର ଅନ୍ୟ ଜଣେ ସାଙ୍ଗ ଆକାଶ ରାଉତ , ଯିଏକି ଅଲିଉଡ଼ରେ ବର୍ତ୍ତମାନ ଜଣାଶୁଣା ନାମ । ସେ କିଛି ଆଲବମ ମଧ୍ୟ କରିଛନ୍ତି । ତେବେ ପ୍ରିୟଙ୍କା ତାଙ୍କୁ ଭାଇ ବୋଲି ଡାକନ୍ତି ଏବଂ ଉଭୟଙ୍କ ପରିବାର ମଧ୍ୟରେ ବେଶ ଭଲ ସମ୍ପର୍କ ମଧ୍ୟ ରହିଛି । ଏସବୁ ପରେ ପ୍ରିୟଙ୍କା କହିଛନ୍ତି ଯେ ବ୍ୟକ୍ତିଗତ ଜୀବନରେ ସେ ବର୍ତ୍ତମାନ ଏତେ ବ୍ୟସ୍ତ ରହୁଛନ୍ତି ଯେ ଭିଡ଼ିଓ ବନାଇବାକୁ ସମୟ ମିଳୁନି । କିନ୍ତୁ ସେ ନିଜ ପ୍ରଶଂସକଙ୍କ ପାଇଁ ନିଶ୍ଚୟ ଭିଡ଼ିଓ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *