ଭିକ ମାଗି କୋଟିପତି ହେଲେ ଯୁବତୀ । ଦେଖିବାକୁ କୌଣସି ହିରୋଇନ ଠାରୁ କମ ନୁହଁନ୍ତି । ସାକ୍ଷାତକାରରେ କହିଲେ କିଛି ଏଭଳି ।

ଆଜିକାଲି ଅଧିକାଂଶ ଲୋକ ଏହା କହୁଥିବାର ଶୁଣିଥିବେ ଯେ ଚାକିରୀରେ ସେତିକି ପଇସା ନାହିଁ ଯେତିକି ବ୍ୟବସାୟରେ ରହିଛି । କାରଣ ବ୍ୟବସାୟରେ ଯେଉଁଠି ଆପଣ ନିଜ ଇଚ୍ଛା ଅନୁଯାୟୀ କାମ କରିବେ ଏବଂ ନିବେଶ କରିବେ ତାହା ଚାକିରୀରେ ସମ୍ଭବ ନୁହେଁ । କିନ୍ତୁ ଭିକ୍ଷା ମଧ୍ୟ ଆଜିକାଲି ଗୋଟିଏ ବୃତ୍ତି ହୋଇ ଯାଇଛି ।

ଆପଣ ମାନେ ଜାଣିଥିବେ ଯେ ଆଜିକାଲି ଚାକିରୀ ଅଭାବରୁ ବେରୋଜଗାରୀ ସମସ୍ୟା କେତେ ବଢ଼ିଲାଣି । ଆଉ ମୁଖ୍ୟତଃ ଏହି କାରଣରୁ ହିଁ ଅନେକ ଲୋକ ଭିକ୍ଷା ବୃତ୍ତି କରୁଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏପରି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏକି ଭିକ୍ଷା ବୃତ୍ତି କରି କୋଟିପତି ହୋଇଛନ୍ତି ।

ଯୁବତୀ ଜଣକ ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କ ଠାରୁ ମଧ୍ୟ କମ ନୁହଁନ୍ତି । କିନ୍ତୁ ସେ ଭିକ ମାଗି କୋଟିପତି ହୋଇଛନ୍ତି । ଏବେ ମାଲେସିଆରେ ତାଙ୍କର ଦୁଇଟି ଫ୍ଲାଟ ରହିଛି ଏବଂ ଦାମୀ କାର ମଧ୍ୟ ରହିଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ । କିନ୍ତୁ ମାମଲାଟି ସତ ଅଟେ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଉକ୍ତ ଯୁବତୀଙ୍କର ସାକ୍ଷାତକାରର ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ତେବେ ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ ବିଶ୍ୱାସ କରି ପାରି ନାହାଁନ୍ତି । ଯୁବତୀଙ୍କ ନାମ ହେଉଛି ଲାଇବାଉଟେ ଏବଂ ସେ ପାକିସ୍ତାନର ବାସିନ୍ଦା ହୋଇଥିବା ବେଳେ ମାଲେସିଆରେ ରହି ଭିକ ମାଗୁଛନ୍ତି ।

ସାକ୍ଷାତକାରରେ ଯୁବତୀଙ୍କୁ ସେ କିଭଳି ଭିକ ମାଗନ୍ତି ବୋଲି ପଚରା ଯାଇଥିଲା । ସେ ଉତ୍ତରରେ କହିଥିଲେ ଯେ ‘ ମୁଁ ହାତରେ ବହି ଧରି ଅନ୍ଧ ହେବାର ଅଭିନୟ କରେ ଏବଂ ସମସ୍ତଙ୍କୁ ନିଜ ଦୁଃଖୀ ଜୀବନର କାହାଣୀ କହିଥାଏ । ଯାହା ଉପରେ ଲୋକ ମାନେ ବିଶ୍ୱାସ କରି ମୋତେ ଅର୍ଥ ସାହାଯ୍ୟ କରଥାନ୍ତି । ” ତେବେ କହିରଖିବୁ ଯେ ଯୁବତୀ ଜଣକ ଭିକ୍ଷା ବୃତ୍ତି କରି ଭଲ ରୋଜଗାର କରିଛନ୍ତି ଏବଂ ମାଲେସିଆରେ ଦୁଇଟି ଫ୍ଲାଟ ସମେତ ଅନେକ ଦାମୀ ଗାଡ଼ି ମଧ୍ୟ କିଣିଛନ୍ତି । ଆଉ ଦେଖିବାକୁ ମଧ୍ୟ କୌଣସି ସେଲିବ୍ରିଟି ଠାରୁ କମ ନୁହଁନ୍ତି । ଖାଲି ସେତିକି ନୁହେଁ , ବର୍ତ୍ତମାନ ଯୁବତୀଙ୍କର ଅନେକ ବ୍ୟବସାୟ ମଧ୍ୟ ରହିଛି । କହିବାକୁ ଗଲେ ଭିକ୍ଷା ମାଗି ସେ ନିଜ ଜୀବନକୁ ବେଶ ବିଳାସମୟ ଭାବରେ ବଞ୍ଚୁଛନ୍ତି ।

Leave a Reply

Your email address will not be published. Required fields are marked *