ଏ ହେଉଛି ପ୍ରେମ,ପ୍ରେମିକ ପାଇଁ କାନ୍ଥ ଡେଇଁଲେ ପ୍ରେମିକା ।

ଲଭ୍ ପାଇଁ କୁଛ ବି କରେଗା । ବନ୍ଧୁଗଣ ଏ କଥା ଆପଣ ମାନେ ଜାଣିଥିବେ କି ଯେତେବେଳେ ଦୁଇଟି ହୃଦୟର ମିଳନ ହୁଏ ସେତେବେଳେ ସେହି ପ୍ରେମକୁ ଅଟକାଇବାକୁ ବା ରୋକିବାକୁ କାହା ପାଖରେ ବି ଶକ୍ତି ନଥାଏ । କୁହାଯାଏ ପବିତ୍ର ପ୍ରେମ କେବେ ସରେ ନାହିଁ କି କେବେ ମରେ ନାହିଁ । କେହି ଅଟକାଇ ପାରନ୍ତି ନାହିଁ କି କେହି ଭାଙ୍ଗି ମଧ୍ୟ ପାରନ୍ତି ନାହିଁ । ପ୍ରେମ ପବିତ୍ର ପ୍ରେମ ଚିରନ୍ତନ ଆଉ ପ୍ରେମ ଏମିତି ଏକ ଅମୂଲ୍ୟ ଜିନିଷ ଯାହା କେଉଁଠି, କେତେବେଳେ,କିପରି କାହା ସାଥିରେ ହୋଇଯିବ ତାହା କେହି ହେଲେ ମଧ୍ୟ ଜାଣି ପାରନ୍ତି ନାହିଁ ।

ତେବେ ଏମିତି ନିଃସ୍ଵାର୍ଥ ନିସର୍ତ୍ତ ଭଲ ପାଇବା ଦେଖିବାକୁ ମିଳିଛି ଲିପୁନ ଆଉ ତାଙ୍କ ପ୍ରେମିକା ଅନୁ ଙ୍କ ପାଖରେ । ଲିପୁନ୍ ଙ୍କ ଉଚ୍ଚତା ଖୁବ୍ ଛୋଟ ହୋଇଥିବା ବେଳେ ଅନୁଙ୍କ ଉଚ୍ଚତା ଲିପୂନ୍ ଙ୍କ ଉଚ୍ଚତା ଠାରୁ ଢେର ଅଧିକ । ହେଲେ କୁହାଯାଏ କି ପ୍ରେମ କେବେ ଜାତି ଧର୍ମ ବର୍ଣ୍ଣ କି ଛୋଟ ବଡ, ଧନୀ ଗରିବ ଦେଖେ ନାହିଁ । ତ ଠିକ୍ ସେହି ଭଳି ଯେତେବେଳେ ପ୍ରଥମେ ଅନୁ ଲିପୂନ ଙ୍କ ଭିତରେ ଭଲ ପାଇବା ସୃଷ୍ଟି ହେଲା ସେତେବେଳେ ନା ନା ଲୋକେ ନା ନା କଥା କହି ଲିପୁନଙ୍କ ଉଚ୍ଚତା ପାଇଁ ଅନୁଙ୍କୁ ଲିପୁନ ଙ୍କ ପାଖରୁ ଦୂରେଇ ଯିବାକୁ କହିଥିଲେ ।

ହେଲେ ନିଃସ୍ୱାର୍ଥ ଭଲ ପାଇବା ଆଗରେ ହାର ମାନିଥିଲା ସବୁକିଛି ବାଧା ବିଘ୍ନ କାରଣ ଅନୁ କାହା କଥାକୁ ଖାତିର ନକରି ଲିପୁନଙ୍କୁ ଜୀବନ ଦେଇ ଭଲ ପାଉଥିଲେ । ଆଉ ଲିପୁନ ମଧ୍ୟ ଆନୁଙ୍କୁ ସେତିକି ଭଲ ପାଉଥିଲେ ଯେତିକି ଅନୁ ଲିପୁନ ଙ୍କୁ ଭଲ ପାଉଥିଲେ । ଆଉ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଲିପୁନ କୁହନ୍ତି ସେ ସମସ୍ତଙ୍କୁ ବେଶ୍ ଅଧିକ ଭଲ ପାଆନ୍ତି । ଆଉ ତାଙ୍କୁ ଯିଏ ଭଲ ପାଏ ସେ ତାଙ୍କ ପାଇଁ ଜୀବନ ଦେବାକୁ ମଧ୍ୟ ପଛ ଘୁଞ୍ଚା ଦିଅନ୍ତି ନାହିଁ ।

ତେବେ ଅନୁ ଆଉ ଲିପୁନଙ୍କ ଭଲ ପାଇବା ଦେଖି ଯେ କେହିବି ଈର୍ଷା କରୁଥିଲେ । ଆଉ କେହି କେହି ଦୁହିଁଙ୍କୁ କହୁଥିଲେ ଦୁହେଁ ଦୁହିଁଙ୍କ ପାଇଁ ଠିକ୍ ନୁହଁନ୍ତି । ଅନୁଙ୍କୁ ତାଙ୍କ ସାଙ୍ଗ ମାନେ କହୁଥିଲେ କି ଯେତେବେଳେ ଟିକେ ବାଇକ୍ ରେ ବସି ବୁଲିବାକୁ ଇଚ୍ଛା ହେବ ସେତେବେଳେ ମନ କଷ୍ଟ ହେବ ତେଣୁ ତୁ ଲିପୁନ କୁ ଭୁଲି ଯା ହେଲେ ଅନୁ କିନ୍ତୁ ଲିପୁନ ଙ୍କ ହାତ ଛାଡ଼ି ନଥିଲେ ପ୍ରେମକୁ ସଫଳ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲିପୁନଙ୍କ ସାଥିରେ ପାଦରେ ପାଦ ମିଶାଇ ଆଗକୁ ଯାଇଥିଲେ ।

ତେବେ ଯେତେବଳେ ଅନୁ ଆଉ ଲିପୁନଙ୍କ ମଧ୍ୟରେ ପ୍ରେମ ନିବିଡ ରୁ ନିବିଡ ହୋଇଥିଲା ସେତେବେଳେ ଅନୁ ଆଉ ଲିପୁନ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଶେଷରେ ବିବାହ ମଧ୍ୟ କରିଥିଲେ । ପ୍ରେମ ପାଇଁ ଯେତେବେଳେ ଜଣେ ବାହାର ଦେଶରୁ ଆସି ପାରୁଛନ୍ତି । ସେତେବେଳେ ଅନୁ ପ୍ରେମ ପାଇଁ ଲିପୁଙ୍କ ସହ ଘରୁ ଗୋଡ କଢ଼ିଥିଲେ । ଅନୁ କୁହନ୍ତି ଲିପୁନ ଅଟୋ ନେଇ ଆସିଥିଲେ ଆଉ ସେ ଘରର କାନ୍ଥ ଡେଇଁ ପଲାଇ ଆସିଥିଲେ । ଆଉ ଏହା ପରେ ସମସ୍ତଙ୍କୁ ହସେଇ ହସେଇ ଗଡ଼େଇ ଦେଉଥିବା କାଳିଆ ସଣ୍ଡ ଏବଂ ତାଙ୍କ ପତ୍ନୀ ଦୁହିଁଙ୍କ ବାହାଘର କରାଇ ଥିଲେ ।

ବର୍ତ୍ତମାନ ଦୁହେଁ ଦୁହିଁଙ୍କୁ ପାଇ ବେଶ୍ ଖୁସି ଥିବା ବେଳେ ଦୁହେଁ ଏକ ସୁନ୍ଦର ଜୀବନ ଜାପନ କରୁଛନ୍ତି । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ସାଥିରେ ରହିବାକୁ କଥା ଦେଇଛନ୍ତି । ପାଦରେ ପାଦ ମିଶାଇ ଦୁହେଁ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥୀ ହୋଇ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଜୀବନର ସବୁ ପରିସ୍ଥିତିରେ ଦୁହେଁ ଦୁହିଁଙ୍କ ସାଥିରେ ରହିବେ ବୋଲି ଦୁହେଁ ଦୁହିଁଙ୍କୁ କଥା ଦେଇଛନ୍ତି । ତେବେ କୁହାଯାଏ କି ଯିଏ ଯାହାକୁ ପ୍ରକୃତରେ ହୃଦୟରୁ ଭଲ ପାଉଥିବ ସେ ପ୍ରେମ ପାଇଁ କେବେ ବାହାନା କରନ୍ତି ନାହିଁ ତେଣୁ ଲିପୁନ ଆଉ ଅନୁ ବର୍ତ୍ତମାନ ଏକ ସୁନ୍ଦର୍ ଜୀବନ ଯାପନ କରୁଛନ୍ତି ।

Leave a Reply

Your email address will not be published. Required fields are marked *