ମୁଁହ ଖୋଲିଲେ ଦୀପିକା , ପ୍ରମିଳା ମାଆ ଦିନେଶଙ୍କ ଠାରୁ ଟଙ୍କା ଖାଇ ଚୁପ୍ ହୋଇଗଲେ

ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ବ୍ରହ୍ମପୁରର ଝିଅ କେ ଦୀପିକା ବର୍ତ୍ତମାନ ସମୟରେ ମଧ୍ୟ ନିଜ ସଂ-ଘର୍ଷ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ସେ ଧାରଣା ଦେଇ ଘର ଆଗରେ ବସିଛନ୍ତି ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ବର୍ତ୍ତମାନକୁ ପ୍ରାୟତଃ ୯ ମାସ ବିତି ଗଲାଣି , ସେ ସେମିତି ହିଁ ଧାରଣା ଦେଇ ବସିଛନ୍ତି । ସେ ବର୍ଷା ହେଉ , କି ଝଡ ହେଉ କି ଯାହା ବି ହେଉ , ସେ ସେମିତି ନିଜ ଜିଦିରେ ଅଟଳ ରହିବେ ବୋଲି କହିଛନ୍ତି । ଦିନେ ନା ଦିନେ ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି ଆଉ ତାଙ୍କୁ ମଧ୍ୟ ନ୍ୟା-ୟ ମିଳିବା କଥା ସେ କହିଛନ୍ତି । ତେବେ ଏହାରି ମଧ୍ୟରେ ଗଣମାଧ୍ୟମ ଆଗରେ ଅନେକ କଥା ଖୋଲାଖୋଲି ଭାବରେ କହି ଦେଇଛନ୍ତି ଦୀପିକା , ଯାହା ଶୁଣିବା ପରେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।

କାହିଁକି ନା ଏପରି କଥା ଆପଣ ବିଶ୍ୱାସ କରି ନ ପାରନ୍ତି । ସେ ପ୍ରଥମରେ କହିଛନ୍ତି କି , ତାଙ୍କର ଛୋଟ ଛୁଆକୁ ନ୍ୟା-ୟ ଦେବା ପାଇଁ ଏହି ଚେଷ୍ଟା ଆଉ ଏହି ଚେଷ୍ଟା ସେତେ ଦିନ ପର୍ଯ୍ୟନ୍ତ ଜାରି ରହିବ , ଯେତେ ଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟ ନ ମିଳିଛି । ତାଙ୍କ ପୁଅକୁ ଯେ ପର୍ଯ୍ୟନ୍ତ ବାପାର ପରିଚୟ ମିଳି ନାହିଁ , ସେ ପର୍ଯ୍ୟନ୍ତ ସେ ଧାରଣା ଦେଇ ବସିବେ । କାହିଁକି ନା ମାତ୍ର ଆଉ କିଛି ବର୍ଷ ପରେ ତାଙ୍କ ପୁଅ ସ୍କୁଲ ଯିବ ଆଉ ସେଠାରେ ସେ ଯାଇ କଣ କରିବ , ତେଣୁ ତାକୁ ବାପାର ପରିଚୟ ନିଶ୍ଚିତ ଭାବରେ ମିଳିବା ଦରକାର୍ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଦିନେଶଙ୍କ ପରିବାର ଲୋକ ସଦାବେଳେ ତାଙ୍କୁ ଟଙ୍କା ଲୋଭ ଦେଖାଉଛନ୍ତି । ଆଉ କହୁଛନ୍ତି କି , ତାଙ୍କ ବାଟରୁ ହଟିଯିବା ପାଇଁ ।

କହୁଛନ୍ତି କେତେ ଟଙ୍କା ଦରକାର କହ ଆଉ ଧାରଣାରୁ ଉଠିବା ସହିତ ଭାଇକୁ ସାରା ଜୀବନ ପାଇଁ ଛାଡି ଦେ । ତେବେ ଏହି କଥା ଶୁଣି ସାରିବା ପରେ ଦୀପିକା କହିଛନ୍ତି କି , ତାଙ୍କର ଟଙ୍କା ଦରକାର୍ ନାହିଁ ବାସ୍ ତାଙ୍କ ପୁଅ ପାଇଁ ବାପା ଦରକାର । କାଲି ତାଙ୍କ ପୁଅ ବଡ ହେବ ଆଉ ଦୁନିଆଁରେ ବାଟ ଚାଲିବ , ସେତେବେଳେ ସେ କଣ କରିବ ବୋଲି କହିଛନ୍ତି । ଯେହେତୁ ଡିନେଶଙ୍କ ପରିବାର ଧନୀ ଲୋକ ଅଟନ୍ତି , ତେଣୁ ସବୁବେଳେ ସମସ୍ତଙ୍କୁ ଟଙ୍କା ଲୋଭ ଦେଖାଇ ପାଟି ବନ୍ଦ କରି ଦେଉଛନ୍ତି । ଆଉ ଠିକ୍ ଏହି ଘ-ଟଣା ଘ-ଟିଛି ସମାଜସେବୀ ପ୍ରମିଳା ମାଆଙ୍କ କ୍ଷେତ୍ରରେ । ଦିନ ଥିଲା ପ୍ରମିଳା ମାଆ ଆସି ତାଙ୍କ ଦୁଃ-ଖ ସୁଖ ପଚାରିବା ସହିତ ତାଙ୍କ ସହିତ ଧାରଣା ଦେଇ ବସୁଥିଲେ । କିନ୍ତୁ ଧୀରେ ଧୀରେ ସବୁକିଛି ବଦଳି ଗଲା ।

ପ୍ରମିଳା ମାଆଙ୍କୁ ଦିନେଶର ପରିବାର ଲୋକ ଟଙ୍କା ଦେଇ ପାଟି ଚୁପ୍ କରାଇ ଦେଲେ । ଆଉ ସେ ଧାରଣାକୁ ଆସିବା ବନ୍ଦ କରିବା ସହିତ ବର୍ତ୍ତମାନ ସମୟରେ ମଧ୍ୟ ଆଉ ଦୀପିକାଙ୍କ ଫୋନ୍ ମଧ୍ୟ ଉଠାଉ ନଥିବା କଥା ଦୀପିକା ଖୋଲାଖୋଲି ଭାବରେ କହିଛନ୍ତି । ତେଣୁ ଏହା ପଛରେ ଟଙ୍କା ହିଁ ମୁଖ୍ୟ ଭୂମିକା ଗ୍ରହଣ କରୁଛି ବୋଲି ଦୀପିକା କହିଛନ୍ତି । ନଚେତ୍ ତାଙ୍କୁ ଏପରି ଦିନ ଦେଖିବାକୁ ପଡ଼ି ନଥାନ୍ତା ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଦିନେଶ ଏବେ ବୟସ ଆଉ ଜାତି କଥା ଉଠାଉଛନ୍ତି କିନ୍ତୁ ଯେତେବେଳେ ଭଲ ପାଉଥିଲେ ଆଉ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ , ସେତେବେଳେ ତାଙ୍କୁ କିଛି ଦେଖା ଯାଉ ନଥିଲା । ତେବେ ଦେଖା ଯାଉ ଏହି କାହାଣୀ ଆଉ ଏପରି କେତେ ଦିନ ଆଗକୁ ଯାଉଛି ଆଉ ଦୀପିକାଙ୍କୁ କେବେ ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *