ନକଲି ଡାକ୍ତରଙ୍କ ପର୍ଦାଫାର୍ସ:- ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ୧୭ ଜଣଙ୍କୁ ବିବାହ କରିଥିଲା ରସିକିୟା ବୁଢା ଡାକ୍ତର। ଦେଖନ୍ତୁ ଏହି ଭିଡ଼ିଓ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। କେହି ପ୍ରେମ ପାଇଁ ଧୋକା ଖାଉଛି ତ ଆଉ କେହି ଫର୍ଡ କାମ କରି ଲୋକମାନଙ୍କୁ ଠାକୁଛନ୍ତି।

ତେବେ ଏହି ସମୟରେ ଏକ ନକଲି ଡାକ୍ତରଙ୍କ କାରନାମ ସାମ୍ନାକୁ ଆସିଛି। ନକଲି ଡାକ୍ତର ସାଜି ମହିଳାଙ୍କୁ ଜାଲରେ ଫସାଉ ଥିଲେ ଏବଂ ଏହାପରେ ବିବାହ କରୁଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ସେ ୧୭ ଜଣଙ୍କୁ ବିବାହ କରିଥିବା ଜଣା ପଡ଼ିଛି ଆଗକୁ ଏହାର ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ ରମେଶ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ନକଲି ଡାକ୍ତର ସାଜି ଥିଲେ। ଏମବିବିଏସରେ ଆଡମିଶନ କରାଇଦେବା କହି ଲୋକମାନଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକେଇ କରିଥିବା ଜଣା ପଡ଼ିଛି। ଅନେକଙ୍କୁ ଚାକିରୀ କରେଇ ଦେବା କହି ମଧ୍ୟ ଲୋକମାନଙ୍କ ଠାରୁ ଟଙ୍କା ନେଇଛି। ମିଳିଥିବା ସୂଚନା ଅନୁସାରେ ରମେଶ ସ୍ୱାଇଁ କେନ୍ଦ୍ରାପଡା ଜିଲ୍ଲାର ଏକ ନକଲି ଡାକ୍ତର ଅଟନ୍ତି। ତେବେ ଘରୋଇ ମ୍ୟାରେଜ କେନ୍ଦ୍ର ସଂସ୍ଥା ଜରିଆରେ ଝିଅ ମାନଙ୍କୁ ଜାଲରେ ଫସାଉ ଥିଲା। ତେବେ ଯୁବତୀ ମାନଙ୍କ ଅସୁବିଧାର ସୁଯୋଗ ନେଇ ଫାଇଦା ଉଠାଉ ଥିଲା ନକଲି ଡାକ୍ତର।

ରିପୋର୍ଟ ଅନୁସାରେ ରମେଶ ସ୍ୱାଇଁ ଆଇନ ଗତ ଭାବେ ଦୁଇ ଜଣଙ୍କୁ ବିବାହ କରିଛି। କିନ୍ତୁ ଏହା ବ୍ୟତୀତ ସେ ୧୨ ଜଣ ଯୁବତୀଙ୍କ ଅସହାୟତା ର ସୁଯୋଗ ନେଇ ବିବାହ କରୁଥିଲେ ନକଲି ଡାକ୍ତର। ଯେଉଁ ଘରେ ଜଣେ ମହିଳା ରହୁଥିଲେ ସେହି ଘରକୁ ଟାର୍ଗେଟ କରୁଥିଲା ରମେଶ। ସେମାନଙ୍କୁ ଜାଲରେ ଫସାଇ ବିବାହ କରୁଥିଲା ଏବଂ ବିବାହ ପରେ ସମସ୍ତ ସମ୍ପତ୍ତି କୁ ନିଜ ନାଁ ରେ ଲେଖି ଦେଉଥିଲା ରମେଶ।

ବର୍ତ୍ତମାନ ସମୟରେ ରସିକିୟା ଡାକ୍ତର ପର୍ଦାଫାର୍ସ ହୋଇଛି। ତେବେ ତା’ର ସମସ୍ତ କଳାକାରନାମା ଲୋକ ଲୋଚନକୁ ଆସିଛି। ୧୪ ନୁହେଁ ବରଂ ୧୭ ଜଣଙ୍କୁ ବିବାହ କରିଥିବା ଜଣା ପଡ଼ିଛି। ତେବେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *