ମୁକ୍ତ ଆକାଶର ବିହଙ୍ଗ ହୋଇ ଉଡିବାକୁ ଚାହିଁଲି… କିଛି ଲୋକଙ୍କର ମୂର୍ଖାମୀ ଭାବି ତାଙ୍କୁ କ୍ଷମା କରିଦେବା କଥା : ସିଦ୍ଧାନ୍ତ ମହାପାତ୍ର ।

ବନ୍ଧୁଗଣ ନିକଟରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନ ଅଭିନେତା ତଥା ପୂର୍ବତ୍ତନ ଲୋକସଭା ଏମପି ସିଦ୍ଧାନ୍ତ ମହାପାତ୍ର । ତେବେ ଦଳର ଏହି ବରିଷ୍ଠ ନେତା ଯାଇ ବିରୋଧୀ କ୍ୟାମ୍ପରେ ଯୋଗ ଦେବା ପରେ କଡ଼ା ଭାଷାରେ ସମାଲୋଚନା କରିଛି ବିଜୁ ଜନତା ଦଳ (ବିଜେଡି) । ଆହୁରି ମଧ୍ୟ ବିଜେଡି ଏମପି ମୁନ୍ନା ଖାଁ କହିଥିଲେ ଯେ, “ତାଙ୍କର ନିଜସ୍ୱ କିଛି ନାହିଁ । ନବୀନଙ୍କ ନାଁ ଛାଡ଼ିଦେଲେ ୱାର୍ଡ ମେମ୍ବର ଟିଏ ଜିତିବାର ମଧ୍ୟ ସେମାନଙ୍କର କ୍ଷମତା ନାହିଁ ।

ସେ ଏହା ମଧ୍ୟ କହିଛନ୍ତି ଯେ, ବିଜେଡିର ଦୟାରୁ ଏବଂ ନବୀନ ବାବୁଙ୍କର ଦୟାରୁ ସିଦ୍ଧାନ୍ତ ମହାପାତ୍ର ନିର୍ବାଚିତ ହୋଇଥିଲେ । ସେ ସିଦ୍ଧାନ୍ତଙ୍କୁ ବିଗ୍ ଜିରୋ କହିବା ସହିତ ୧୦ ବର୍ଷର କାର୍ଯ୍ୟକାଳରେ ସିଦ୍ଧାନ୍ତ କେବେହେଲେ ଓଡ଼ିଶାର କଥା ସଂସଦରେ ଉଠାଇ ନାହାନ୍ତି । ଦଳ ତାଙ୍କ ଉପରେ ଦୟା କରି ଦ୍ୱିତୀୟ ଥର ଟିକେଟ ଦେଇଥିଲା ବୋଲି କହିଥିଲେ ମୁନ୍ନା ଖାନ୍ । ଏହାର କଡ଼ା ଜବାବ୍ ଦେଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ନିକଟରେ ଏକ ସାକ୍ଷାତକାରରେ ସିଦ୍ଧାନ୍ତ କହିଛନ୍ତି ଯେ ଯାହା ଭି ହେଇଛି ଆଉ ଯାହା ଭି ହେବ ନିଶ୍ଚିତ ଭାବରେ ଆମ ରାଜ୍ୟ ପାଇଁ ଓ ରାଜ୍ଯବାସୀଙ୍କ ପାଇଁ ଭଲ ହେବ ବୋଲି ତାଙ୍କର ଆଶା ।

ଓଡ଼ିଶାର ନେତୃତ୍ୱ ଯାହାଙ୍କ ହାତରେ ଅଛି ସେ କହିବେନି ଯେ କେହି କିଛି କରିନାହାନ୍ତି ବୋଲି ସରକାର କିଛି ନା କିଛି ପ୍ରଗତି କରିଥାନ୍ତି କିନ୍ତୁ ଏତେ ଦିନ ରାଜନୀତି କରିବା ପରେ ଓଡ଼ିଶା ଯେଉଁ ଜାଗାରେ ପହଞ୍ଚିବା କଥା ଯେତିକି ପ୍ରଗତି ହେବା କଥା ସେତିକି ହୁଏତ ହୋଇନାହିଁ ସେଇଟା ତାଙ୍କର ନିଜସ୍ଵ ମତ । ଉତ୍ତରପ୍ରଦେଶର ଯେଉଁ ପରିବର୍ତ୍ତନ ହୋଇଛି ତାହା ପ୍ରଶଂସନୀୟ । ତେଣୁ ସେ ଚାହାନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଯେଉଁ ଡବଲ ଇଞ୍ଜିନ କଥା କୁହନ୍ତି ସେ ଭାବୁଛନ୍ତି ଯେ ବୋଧହୁଏ ଗୋଟାଏ ଇଞ୍ଜିନ ହେଇ ପାରୁନାହିଁ ତେଣୁ ୨ଟା ଇଞ୍ଜିନ ଲାଗିଲେ ଓଡ଼ିଶା ଯେଉଁ ପ୍ରାକୃତିକ ସମ୍ପଦରେ ଭରା ତାହାର ଉଚିତ୍ ନ୍ୟାୟ ମିଳିବ ।

ଏହାପରେ କହିଛନ୍ତି ଯେତେ ବଡ଼ ସଂଖ୍ୟା ନିଅନ୍ତୁ ଜିରୋକୁ ଛାଡ଼ିଦେଲେ ତାର କିଛି ମୂଲ୍ୟ ନାହିଁ । ତେଣୁକରି ଯଦି କେହି ଭାବୁଛନ୍ତି ସେ ଜିରୋ ତାଙ୍କୁ ମଧ୍ୟ ତାଙ୍କର ପୂରା ସମ୍ମାନ । କିଛି ସେଥିରେ ଅସୁବିଧା ନାହିଁ । କିନ୍ତୁ ସେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟର ଓ ରାଜ୍ୟବାସୀଙ୍କର ବା ତାଙ୍କ ଦେଶର ଉନ୍ନତି ଦୃଷ୍ଟିରୁ ଯଦି ତାଙ୍କୁ କିଛି ନିଷ୍ପତି ନେବାକୁ ପଡ଼ିବ ସେ ନିଶ୍ଚିତ ଭାବରେ ନେବେ ।

Leave a Reply

Your email address will not be published. Required fields are marked *