ଅଭିନେତା ପୀୟୂଷ କହିଲେ ଏମିତି , ରୂପେଲି ପରଦା ପାଇଁ ପୋଲିସ ଚାକିରୀ ଛାଡ଼ିଛି

ମଣିଷ ଜୀବନରେ ଅନେକ ଲୋଭ ରହିଥାଏ । କିଏ ଚାହିଁଥାଏ ଭଲ ଡାକ୍ତର ହେବାକୁ ଆଉ କିଏ ଚାହିଁଥାଏ ଇଞ୍ଜିନିୟର ହେବାକୁ ଆଉ ପୁଣି କାହାର କେତେ ଆଶା ରହିଥାଏ । କିନ୍ତୁ ଏପରି କିଛି ମଣିଷ ରହିଥାନ୍ତି , ଯାହାଙ୍କର ଇଚ୍ଛା ରହିଥାଏ ଜଣେ ଭଲ ଅଭିନେତା ହେବାକୁ । ଆଉ ତା ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତା ପୀୟୂଷ । ଜୀବନରେ ତାଙ୍କୁ ରୂପେଲି ପରଦାର ଲୋଭ ଲାଗି ଯାଇଥିଲା ଆଉ ସେ ଏହା ପ୍ରତି ଏତେ ଆକର୍ଷିତ ହୋଇ ଯାଇଥିଲେ ଯେ , ନିଜର ପୋଲିସ ଚାକିରୀକୁ ଛାଡି ଦେଇ ଆଗକୁ ବଢି ଆସିଥିଲେ ।

ଆଉ ଅଭିନୟକୁ ନିଜ ପେଶାରେ ପରିଣତ କରି ଦେଇଥିଲେ । ତେବେ ଅଭିନୟ ଜଗତରେ ଆଗକୁ ବଢ଼ି ଆସି ସେ ଆଉ କେବେ ପଛକୁ ଚାହିଁ ନାହାଁନ୍ତି । ସଦା ସର୍ବଦା ସେ ଆଗକୁ ବଢ଼ି ଚାଲିଛନ୍ତି ଆଉ ମରିବା ପର୍ଯ୍ୟନ୍ତ ସେ ଏଇ ବାଟରେ ରହିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ନିକଟରେ ଏକ ମ୍ୟୁଜିକ ଭିଡିଓରେ ତାଙ୍କୁ କାମ କରିଥିବାର ଦେଖିବାକୁ ମିଳିଛି । ଏକ ନୂଆ ଦୁନିଆଁରେ ସେ ପାଦ ଦେଇଥିବା କଥା କହିଛନ୍ତି ।

ଆଗରୁ ତାଙ୍କୁ ଯାତ୍ରା ତଥା ଅନେକ ଫିଲ୍ମରେ କାମ କରିଥିବାର ଦେଖିବାକୁ ମିଳିଥିଲା ।କିନ୍ତୁ ବର୍ତ୍ତମାନ ସେ ମ୍ୟୁଜିକ ଭିଡିଓ ପ୍ରତି ଆକର୍ଷିତ ହୋଇଛନ୍ତି ଆଉ ଏକ ସ୍ୟାଡ ସଙ୍ଗରେ ଅଭିନୟ କରିଛନ୍ତି । ତେବେ ଏଥିରେ ତାଙ୍କ ସହିତ ଅଛନ୍ତି ଅଭିନେତ୍ରୀ ପ୍ରତୀକ୍ଷା । ଯାହାଙ୍କୁ ଯେତେବେଳେ ପଚରା ଯାଇଥିଲା କି , କିପରି ଲାଗୁଛି ଆପଣଙ୍କୁ ପୀୟୂଷଙ୍କ ସହିତ କାମ କରି । ସେତେବେଳେ ସେ ଗୋଟିଏ ଉତ୍ତର ଦେଇଥିଲେ ଆଉ କହିଥିଲେ ଯେ , ନିଶ୍ଚିତ ଭାବରେ ଭୟ ଲାଗିଥିଲା ।

କାହିଁକି ନା ଏତେ ସିନିୟର ଆର୍ଟିଷ୍ଟଙ୍କ ସହିତ କାମ କରିବା ଭାରି ସୌଭାଗ୍ୟର କଥା । ଆଉ ତାଙ୍କ ସହିତ ପ୍ରଥମେ ଅଭିନୟ କରି ଟିକିଏ ନର୍ଭସ ଲାଗିଥିଲା ସତ କିନ୍ତୁ ତାପରେ ଠିକ୍ ଲାଗିଥିଲା । ତେବେ ଅଭିନେତା ପୀୟୂଷ କହିଛନ୍ତି କି , “ଭାଙ୍ଗି ଦେଲୁ ତୁ ମୋ ହୃଦୟ” ନିଶ୍ଚିତ ଭାବରେ ଏକ ସୁନ୍ଦର ମ୍ୟୁଜିକ ଭିଡିଓ ଆଉ ତାକୁ ନିଶ୍ଚିତ ଭାବରେ ସମସ୍ତେ ଦେଖନ୍ତୁ । ନିଶ୍ଚିତ ଭାବରେ ଆପଣଙ୍କୁ ବହୁତ ଭଲ ଲାଗିବ । ଆଉ ଆପଣ ଉପଭୋଗ କରିବେ ।

Leave a Reply

Your email address will not be published. Required fields are marked *