ଝିଲିକ୍ ଙ୍କ ଚଳଚିତ୍ର “ପ୍ରିୟେ ତୁ ମୋର ସିଏ” କୁ ନେଇ ବିବାଦ , ମୁଁହ ଖୋଲିଲେ ନିର୍ଦ୍ଦେଶକ ଜିତୁ ରାଉତ

ସାରା ଓଡ଼ିଶାର ସିନେମା ହଲ ରେ ରିଲିଜ୍ ହୋଇ ସାରିଛି ଓଡ଼ିଆ ଚଳଚ୍ଚିତ୍ର “ପ୍ରିୟେ ତୁ ମୋର ସିଏ” । ଯାହାର ନିର୍ଦ୍ଦେଶକ ସୁଧାଂଶୁ ସାହୁ ରହିଥିବା ବେଳେ ପ୍ରଯୋଜକ ଅଛନ୍ତି ଝିଲିକ ବାନାର୍ଜୀ । ଆଉ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅମ୍ଳାନ ଦାସ ଏବଂ ଏଲିନା ସାମନ୍ତରାୟ । ଫିଲ୍ମକୁ ଦେଖିବା ପାଇଁ ପ୍ରଥମ ଦିନ ବହୁ ସଂଖ୍ୟାରେ ଲୋକ ଆଗେଇ ଆସିଥିଲେ ଆଉ ଅନେକ ଲୋକ ଏହି ଫିଲ୍ମକୁ ଭଲ ପାଇବା ମଧ୍ୟ ଦେଇଥିଲେ ଆଉ କିଛି ଲୋକ ମଧ୍ୟ ଏହାକୁ ଘୃଣା କରିଥିଲେ ଆଉ ନିଜ କ୍ରୋଧ ଦେଖାଇ ଥିଲେ ।

ତେବେ ଏହାରି ମଧ୍ୟରେ ଘୃଣା କରିଥିବା ଲୋକ ଥିଲେ ହରିଜନ । ଲୋକଙ୍କ କ୍ରୋଧ ସେତେବେଳେ ବଢିଥିଲା , ଯେତେବେଳେ ଫିଲ୍ମର ଗୋଟିଏ ଡାଇଲଗରେ ଏଲିନା ଅମ୍ଳାନଙ୍କୁ ହରିଜନ ବୋଲି କହିଥିଲେ । ଆଉ ନୀଚ ଶ୍ରେଣୀର ବୋଲି କହିଥିଲେ । ଜାତିପ୍ରଥା ନେଇ ଏବେ ବିବାଦ ଆରମ୍ଭ ହୋଇ ଯାଇଛି । ସମସ୍ତେ କହିବାରେ ଲାଗିଛନ୍ତି କି , ଫିଲ୍ମଟିକୁ ବ୍ୟାନ କରାଯାଉ ଆଉ ଏଥିପାଇଁ ଏଲିନା ଏବଂ ଝିଲିକ କ୍ଷମା ମଧ୍ୟ ମାଗନ୍ତୁ । ଏପରି ଶବ୍ଦ ବ୍ୟବହାର କରିବା ବାସ୍ତବରେ ଆମ ଜାତି ପାଇଁ ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ସେମାନେ କହିଛନ୍ତି ।

ତେବେ ବର୍ତ୍ତମାନ ଏହାକୁ ନେଇ ମୁଁହ ଖୋଲିଛନ୍ତି ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ କହିବା ଅନୁଯାୟୀ , ଫିଲ୍ମରେ ଏପରି ଛୋଟ ଜାତି ବ୍ୟବହାର କରିବା ଠିକ୍ ନଥିଲା । କିନ୍ତୁ ଦେଖିବାକୁ ଗଲେ ଆଉ ସବୁ କିଛି ଠିକ୍ ଅଛି । କାହିଁକି ନା ଲୋକେ ପ୍ରଥମରୁ ଫିଲ୍ମ ଦେଖି ଏପରି ଡେଉଁଛନ୍ତି କିନ୍ତୁ ଶେଷ ଯାଏଁ ଥରେ ଦେଖନ୍ତୁ । କାହିଁକି ନା ଝିଅର ବାପା ରାଜି ହୋଇ ସେହି ପୁଅ ସହିତ ବିବାହ କରାଇଛନ୍ତି । ତେଣୁ ଲୋକଙ୍କୁ ସେହି ଭଲ କଥା ଦେଖା ଯାଉ ନାହିଁ । ଖାଲି ଛୋଟ ଜାତି କହିବାରୁ ସେମାନେ ଏତେ କ୍ରୋଧ ଦେଖାଉଛନ୍ତି ।

ଅନ୍ୟ ପକ୍ଷରେ ସେ ଆଉ ଗୋଟିଏ କଥା କହିଛନ୍ତି କି , ଯଦି ଛୋଟ ଜାତି କହିଲେ ବାଧୁଛି , ତେବେ ଆମ ସହିତ ସମାନ ହୋଇ ଯାଆନ୍ତୁ । ଆପଣ ମାନଙ୍କୁ ତ ସବୁ କ୍ଷେତ୍ରରେ ସୁବିଧା ସହଯୋଗ ମିଳୁଛି ଆଉ ଆପଣ ମାନେ ଏହାର ଲାଭ ମଧ୍ୟ ଉଠାଇ ପାରୁଛନ୍ତି କିନ୍ତୁ ଆମକୁ କେଉଁଥିରେ ମଧ୍ୟ ମିଳୁ ନାହିଁ । ଆମେ ଆପଣଙ୍କ ପଛରେ ରହି ଯାଉଛନ୍ତି । ତେଣୁ ସେତେବେଳେ କାହିଁକି ଜାତି ପ୍ରଥା ଉଠାଉ ନାହାଁନ୍ତି । ଏବେ ଗୋଟିଏ ଫିଲ୍ମ ମାଧ୍ୟମରେ ସମାଜକୁ ଭଲ ବାର୍ତ୍ତା ଦିଆ ଯାଉଥିଲେ , ଆପଣ ମାନେ କାହିଁକି ଏତେ ବିବାଦ ଆରମ୍ଭ କରୁଛନ୍ତି ବୋଲି ସେ ଖୋଲାଖୋଲି ଭାବରେ କହିଛନ୍ତି ।

Leave a Reply

Your email address will not be published. Required fields are marked *