ମୋ ଝିଅ ବାହାଘର ନକରନ୍ତୁ ପଛେ ତାକୁ ଭଲ କରିଦିଅନ୍ତୁ ,ସେ ବହୁତ ଦୁଃ-ଖରେ ଥିଲା…

ଓଡ଼ିଶାର ଅଗଣିତ ଲୋକଙ୍କ ହୃଦୟରେ ଘର କରି ନେଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପିଣ୍ଟୁ ନନ୍ଦ । ଯିଏ ଅନେକ ବର୍ଷ ଧରି ଓଲିଉଡ଼ ଜଗତରେ ନିଜର କାୟା ବି-ସ୍ତାର କରିଛନ୍ତି । ଯିଏ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କୁ ଆକ-ର୍ଷିତ କରି ଆସିଛନ୍ତି । ଆଉ ସେ ମଧ୍ୟ ଦର୍ଶକ ମାନଙ୍କର ଅନେକ ଭଲ ପାଇବା ପାଇଛନ୍ତି ।

ତାଙ୍କ ଅଭିନୟ ଦେଖିଲେ ଲୋକେ ଖୁସି ହୋଇ ଯାଇଥାନ୍ତି ଆଉ ତାଙ୍କ କମେଡି ଦେଖିଲେ ଲୋକେ ହସି ହସି ଗଡି ଯାଇଥାନ୍ତି । ସେ ଏପରି ଜଣେ ମଣିଷ , ଯାହାଙ୍କୁ ସବୁ ପ୍ରକାରର ଅଭିନୟ ଆସିଥାଏ । ଯେତେବେଳେ ଯେଉଁ ଚରିତ୍ରର ଆବଶ୍ୟକତା ପଡ଼ିଥାଏ , ପିଣ୍ଟୁ ନନ୍ଦ ସେ ସବୁକୁ କରି ପାରିଥାନ୍ତି । ତେଣୁ ସମସ୍ତେ ତାଙ୍କ ଅଭିନୟର ପାଗଳ ବୋଲି କୁହାଯାଏ । ତେବେ ସମସ୍ତଙ୍କୁ ହସାଉଥିବା ମଣିଷ ଆଜି ନିଜେ ଭାଙ୍ଗି ପଡ଼ିଛନ୍ତି ।

କାହିଁକି ନା ଆପଣ ସମସ୍ତେ ଶୁଣି ସାରିଥିବେ କି , ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହୋଇ ଯାଇଛି । ଆଉ ଅନେକ ଦିନ ହେବ ସେ ଲିଭର ଜନିତ ରୋଗରେ ପୀ-ଡ଼ିତ ରହିଥିଲେ । ତେବେ ବର୍ତ୍ତମାନର ପରିସ୍ଥିତି ଏହା ଯେ , ତାଙ୍କର ଚିକିତ୍ସା ଓଡ଼ିଶାରେ ହୋଇପାରିବ ନାହିଁ । ନିଜ ଚିକିତ୍ସା କରାଇବା ପାଇଁ ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ । ତେବେ ଗତକାଲି ପିଣ୍ଟୁ ନନ୍ଦ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଅନ୍ୟ ପକ୍ଷରେ ସେଠାରେ ତାଙ୍କର ଚିକିତ୍ସା ହେବା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି । ଏଥିପାଇଁ ଓଡ଼ିଶାର ସମସ୍ତ ଲୋକଙ୍କୁ ଅନୁରୋଧ କରିଛନ୍ତି ପିଣ୍ଟୁ ନନ୍ଦ ତଥା ତାଙ୍କ ସହଯୋଗୀ କଳାକାର ମାନେ । ଓଡ଼ିଶା ସିନେ ଆସୋସିଏସନ୍ ତାଙ୍କ ପାଇଁ ଏକ ପ୍ରେସ ମିଟିଂ ମଧ୍ୟ ବସାଇଛି । ଆଉ ସେଠାରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କାର ବନ୍ଦୋବସ୍ତ ହେବା କଥା ବିଷୟରେ ଆଲୋଚନା କରାଯାଇଛି ।

ତେବେ ବର୍ତ୍ତମାନ ସମୟରେ ନିଜ ବନ୍ଧୁ ତଥା ବଡ ଭାଇ ପିଣ୍ଟୁ ନନ୍ଦଙ୍କ ଏପରି ଅବସ୍ଥା ଦେଖି ପୁରାପୁରି ଭା-ଙ୍ଗି ପଡିଛନ୍ତି ପିଣ୍ଟୁଙ୍କ ସହଯୋଗୀ କଳାକାର ତଥା କମେଡିଆନ ବିକାଶ । ସଦା ସର୍ବଦା ଯେଉଁ ଲୋକଙ୍କ ମୁହଁରେ ହସ ରହିଥାଏ , ଆଜି ତାଙ୍କ ଆଖିରେ ରହିଛି ଲୁ-ହ । ପିଣ୍ଟୁଙ୍କ କଥା କହି ଆଖିରୁ ଲୁ-ହ ଝରାଇଛନ୍ତି ସେ ।

ତାଙ୍କ କହିବା ଅନୁଯାୟୀ , ଜଣେ ବିଶାଳ ହୃଦୟର ମଣିଷ ପିଣ୍ଟୁ ନନ୍ଦ । ସଦା ବେଳେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସିଥାନ୍ତି । ନିଜର ନ ଥାଉ ପଛକେ ସେ ଲୋକଙ୍କ ପାଇଁ ଆଗରେ ରହିଥାନ୍ତି । ବିକାଶଙ୍କୁ ମଧ୍ୟ ସେ ସବୁ ପରିସ୍ଥିତିରେ ସାହାଯ୍ୟ କରି ଆସିଛନ୍ତି । ସେମାନଙ୍କ ମଧ୍ୟରେ ଭଲ ସ-ମ୍ପର୍କ ମଧ୍ୟ ରହିଛି । ପିଣ୍ଟୁ ନନ୍ଦ ତାଙ୍କୁ ନିଜ ସାନ ଭାଇ ଭଳି ଦେଖି ଥାଆନ୍ତି । ଆଉ ତାଙ୍କ ଝିଅ ନ ଥିବାରୁ ବିକାଶଙ୍କ ଝିଅକୁ ମଧ୍ୟ ଝିଅ କରିଛନ୍ତି ।

ଆଉ ଏପରି ଦିନ ଥିଲା , ଯେତେବେଳେ ପିଣ୍ଟୁ ନନ୍ଦ କହିଥିଲେ କି ତାଙ୍କ ଝିଅର ବିବାହ ସେ କରାଇବେ । ତେବେ ବର୍ତ୍ତମାନ ସେହି କଥାକୁ ମନେ ପକାଇ ବିକାଶ କହିଛନ୍ତି କି , ଝିଅ ବାହାଘର ନ ହେଉ ପଛକେ ପିଣ୍ଟୁ ନନ୍ଦ ଭଲ ହୋଇ ଘରକୁ ଫେରି ଆସନ୍ତୁ । ତାଙ୍କୁ ସମସ୍ତେ ଝୁରିବାରେ ଲାଗିଛନ୍ତି । ତାଙ୍କୁ ସମସ୍ତେ ଦେଖିବାକୁ ଇଚ୍ଛା ରଖିଛନ୍ତି । ସେହି ପରଦାକୁ ପୁଣି ଥରେ ଫେରି ଆସନ୍ତୁ ପିଣ୍ଟୁ ନନ୍ଦ ।

ସେଥିପାଇଁ ସମସ୍ତେ ଯଥା ସମ୍ଭବ ଟଙ୍କା ତାଙ୍କୁ ସହାୟତା କରନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତାଙ୍କର ପରିବାର ବର୍ତ୍ତମାନ ସମୟରେ ପୁରାପୁରି ଭା-ଙ୍ଗି ପଡିଛନ୍ତି । କାହିଁକି ନା ଘରର ମୂରବୀ ଥିଲେ ପିଣ୍ଟୁ ନନ୍ଦ । ତେଣୁ କରି ସେ ଭଲ ହୋଇ ଯାଆନ୍ତୁ ବୋଲି ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ବିକାଶ ।

Leave a Reply

Your email address will not be published. Required fields are marked *