ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ମାଗିଲେ ପିଣ୍ଟୁନନ୍ଦଙ୍କ ବଡ଼ ଭାଇ ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୁଲ ମାଗିଛନ୍ତି ପିଣ୍ଟୁନନ୍ଦଙ୍କ ବଡ଼ ଭାଇ । ନିଜ ଭୁଲ ପାଇଁ ଅନୁତାପ କରିବା ସହିତ ହାତ ଯୋଡି ଭୁଲ ମାଗିଛନ୍ତି। ଭାଇର ମୃ-ତ୍ୟୁରେ ପାଗଳ ଭଳି ହେଉଥିବା ପରିବାର ଲୋକେ ଆଉ ତାଙ୍କ ଭାଇଙ୍କ ଦୁଇ ପୁଅଙ୍କୁ ଦେଖିବା ପରେ ଧର୍ଯ୍ୟ ହରା ହୋଇ ପଡ଼ିଥିଲେ ପିଣ୍ଟୁନନ୍ଦଙ୍କ ବଡ଼ ଭାଇ । ଆଉ ରା-ଗ ଅଭିମାନରେ ମନ ଭିତରେ ଥିବା କ୍ଷୋଭ ସେ ଦିନ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ହେଲେ ପରେ ନିଜ ପାଇଁ ସେ ଅନୁତପ୍ତ ତେଣୁ ପୁଣିଥରେ ପିଣ୍ଟୁନନ୍ଦଙ୍କ ବଡ଼ ଭାଇ ଗଣମାଧ୍ୟମ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୁଲ ମାଗିଛନ୍ତି ।

କହିଛନ୍ତି ମୁଁ ଜାଣିନଥିଲି ଯାହା କହି ଦେଇଛି ମତେ କ୍ଷମା କରିଦେବେ । ମୁଁ ଜାଣି ନଥିଲି ମୁଖ୍ୟମନ୍ତ୍ରୀ ଏତେ ଭଲ ଲୋକ ବୋଲି । ଯେତେବେଳେ ଭାଇର ଚିକିତ୍ସା ପାଇଁ ଡାକ୍ତର କହିଥିଲେ ୫୦ ଲକ୍ଷ ଟଙ୍କା ଦରକାର ଏତେ ଟଙ୍କା କେଉଁଠୁ ଆଣିବୁ କେମିତି ଚିକିତ୍ସା କରିବୁ ଏହା ଭାବି ଯେତେବେଳେ ଆମେ ସମସ୍ତଙ୍କ ସାହାଯ୍ୟ ଲୋଡି ଥିଲୁ ସେହି ସମୟରେ ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ରା-ଗ ଆସିଥିଲା ।

ମୁଖ୍ୟମନ୍ତ୍ରୀ ଚାହିଁଥିଲେ ମୋ ଭାଇକୁ ଜଲ୍ଦି ସୁସ୍ଥ କରି ଦେଇଥାନ୍ତେ ଆଉ ହଁ ମୁଁ କିନ୍ତୁ ଜାଣି ନଥିଲି ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋ ଭାଇ ପିଣ୍ଟୁନନ୍ଦର ଚିକିତ୍ସା ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦେଇ ସାହାଯ୍ୟର ହାତ ବଢ଼ାଇ ଦେଇଥିଲେ । ମୁଁ ଏ କଥା ପରେ ଜାଣିବାକୁ ପାଇଥିଲି । ଆଉ ଏହା ପରେ ପିଣ୍ଟୁନନ୍ଦଙ୍କ ବଡ ଭାଇ ଭୁଲ ମାଗିଥିଲେ ଗଣମାଧ୍ୟମ ସାମ୍ନାରେ । ସେ ଦିନ ରାଗ ଅଭିମାନରେ ଅନେକ କଥା କହିଥିଲେ ଗୋଟେ କଳାକାରଙ୍କୁ ବଞ୍ଚାଇ ପାରିଲେନି ମୁଖ୍ୟମନ୍ତ୍ରୀ । ନା ଆଗକୁ ଆସିଲେ ନା ହିଁ କିଛି ପଦକ୍ଷେପ ନେଲେ ।

ଏପରି କିଛି ଗଣମାଧ୍ୟମରେ କହି ନିଜର ପ୍ରତିକ୍ରିୟା ରଖିବା ପରେ । ଜାଣିବାକୁ ପାଇଥିଲେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇ ସାରିଛନ୍ତି । ତେବେ କ୍ଷମା ପାର୍ଥନା କରିବା ସମୟରେ ଏ କଥା ମଧ୍ୟ କହିଛନ୍ତି କି ମୁଣ୍ଡ କାମ କରୁନଥିଲା ଭାଇର ମୃ-ତ୍ୟୁ ଖବର ଆମକୁ ଭା-ଙ୍ଗି ପକାଇ ଥିଲା । ଆମେ ସମସ୍ତେ ଧର୍ଯ୍ୟହରା ହୋଇ ପଡିଥିଲୁ ତେଣୁ ମୁଁ ଯାହା କହିଦେଇଛି ସେଥିପାଇଁ ଭୁଲ ମାଗୁଛି ।

ଆଉ ସମସ୍ତେ ଥରେ ଚିନ୍ତା କରନ୍ତୁ ବଡ଼ ବଡ଼ ଭାଇ ଥାଉ ଥାଉ ସାନ ଭାଇ ଯେତେବେଳେ ଦୁନିଆ ଛାଡି ଆର ପାରିକୁ ଚାଲିଯାଏ ସେତେବେଳେ ବଡ଼ ଭାଇର ମାନସିକ ସ୍ଥିତି କଣ ହୁଏ ତାହା ଆପଣ ମାନେ ଅନୁମାନ କରି ପାରୁଥିବେ । ଆଉ ଏହା ପରେ ପ୍ରକୃତ ସତ୍ୟ ଯେତେବେଳେ ବଡ଼ ଭାଇ ଜାଣିବାକୁ ପାଇଥିଲେ ସେତେବେଳେ ବଡ଼ ଭାଇ ନିଜର ଭୁଲ ମାଗିବାକୁ ଚାହିଁଥିଲେ ଆଉ ଶେଷରେ ଭୁଲ ମଧ୍ୟ ମାଗିଥିଲେ ।

କହିଥିଲେ ମୁଁ ଭାଇର ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲି ଆଉ ମୁଁ ଜାଣି ନଥିଲି ସେ ସାହାଯ୍ୟର ହାତ ବଢାଇଛନ୍ତି ବୋଲି । ତେଣୁ ପରେ ଯେତେବେଳେ ଜାଣିଲି ମତେ ବହୁତ ଖରାପ ଲାଗିଥିଲା ଆଉ ମୁଁ ସେଥିପାଇଁ କହୁଛି ଯଦି ମୋ ଅଜାଣତରେ କିଛି ଭୁଲ କରିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ କ୍ଷମା କରିଦିଅନ୍ତୁ । ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ ।

ମୁଖ୍ୟମନ୍ତ୍ରୀ କଳା ପ୍ରେମୀ ସେ ସାରା ଓଡିଶା ବାସୀଙ୍କୁ ବେଶ ଅଧିକ ପାଇବା ଦେଇଥାନ୍ତି ତେଣୁ ଯାହା କିଛି ଭୁଲ ହେଇଯାଇଛି । ମତେ କ୍ଷମା କରିଦେବେ । ଏମିତି କହି ଲୁ-ହ ଛଳ ଛଳ ଆଖିରେ ସାନ ଭାଇ ପିଣ୍ଟୁନନ୍ଦଙ୍କୁ ହରାଇ ଥିବା ବଡ଼ ଭାଇ ଦୁଃ-ଖ ପ୍ରକାଶ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା ପାର୍ଥନା ମଧ୍ୟ କରିଛନ୍ତି । ତେବେ ସେପଟେ ପିଣ୍ଟୁନନ୍ଦଙ୍କ ମୃ-ତ୍ୟୁକୁ ଏହାରି ଭିତରେ ୧୩ ଦିନ ବିତି ଯାଇଥିବା ବେଳେ ଆଜିବି ଲୋକେ ବିଶ୍ୱାସ କରି ପାରୁ ନାହାଁନ୍ତି କି ପିଣ୍ଟୁନନ୍ଦ ଆଉ ଦୁନିଆରେ ନାହାଁନ୍ତି ବୋଲି ।

Leave a Reply

Your email address will not be published. Required fields are marked *