ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଗୁରୁତର ,ଲିଭର 80% ନଷ୍ଟ,ଭଲ ହେବାକୁ କରିବାକୁ ପଡିବ ଲିଭର ଟ୍ରାନ୍ସପ୍ଲା

ଗତକାଲି ଠାରୁ ଗୁରୁତର ଅଛନ୍ତି ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହୋଇ ସାରିଛି । ଡାକ୍ତରଙ୍କ କହିବା ଅନୁଯାୟୀ ପିଣ୍ଟୁ ନନ୍ଦଙ୍କୁ ଦରକାର ଏକ ନୂଆ ଲିଭର । କାରଣ ପିଣ୍ଟୁ ନନ୍ଦଙ୍କ ଲିଭର କୁଆଡେ ଆଦୌ କାର୍ଯ୍ୟ କରୁ ନାହିଁ । ଯେଉଁଥି ପାଇଁ ଧୀରେ ଧୀରେ ଅସୁସ୍ଥ ହେବାରେ ଲାଗିଛନ୍ତି ଦମଦାର ଅଭିନେତା ପିଣ୍ଟୁ ନନ୍ଦ ।

ଦୀର୍ଘ ଦିନ ଧରି ଓଡ଼ିଆ ସିନେ ଜଗତରେ ଅନେକ କ୍ୟାରେକ୍ଟରରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିବା ପିଣ୍ଟୁ ନନ୍ଦ ଏବେ ଡାକ୍ତର ଖାନା ବେଡ଼ରେ ଥିବା ବେଳେ ନୂତନ ଲିଭର ଦରକାର ପିଣ୍ଟୁ ନନ୍ଦଙ୍କୁ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସାଙ୍ଘା-ତିକ ଥିବା ବେଳେ ସେ ଭଲ ହେବା ପାଇଁ ତାଙ୍କୁ ଦରକାର କେବଳ ଆଉ ଏକ ନୂଆ ଲିଭର । ଯାହା କେବଳ ଲିଭର ଟ୍ରାନ୍ସ ପ୍ଲାଣ୍ଟ ଦ୍ୱାରା ସମ୍ଭବ ହୋଇ ପାରିବ ବୋଲି କୁହାଯାଉଛି ।

ହେଲେ ଏହି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ କୁଆଡେ ଦରକାର ୫୦ ଲକ୍ଷ ଟଙ୍କା । ତେବେ ଯଦି ପିଣ୍ଟୁଙ୍କର ନୂଆ ଲିଭର ଲାଗେ ତେବେ ପିଣ୍ଟୁ ନନ୍ଦ ଭଲ ହୋଇ ପାରିବେ । ତେବେ ହଟାତ ଏହି ଖବର ପିଣ୍ଟୁ ନନ୍ଦଙ୍କର ପରିବାର ଲୋକଙ୍କ ପାଦ ତଳୁ ମାଟି ଖସାଇ ଦେଇଛି । କାରଣ କେଉଁଠୁ ଲିଭର ଆସିବ ଓ କିପରି ପିଣ୍ଟୁ ନନ୍ଦ ଜଲ୍ଦି ସୁସ୍ଥ ହେବେ ତାକୁ ନେଇ ଚିନ୍ତାରେ ପିଣ୍ଟୁ ନନ୍ଦଙ୍କ ପରିବାର ଲୋକେ ।

ସେପଟେ ଏହି ଖବର ପିଣ୍ଟୁ ନନ୍ଦଙ୍କ ପରିବାର ଲୋକଙ୍କୁ ଯେତିକି କ-ଷ୍ଟ ଦେଇଛି ସେତିକି ଏହି ଖବର ମଧ୍ୟ ଓଡିଶା ବାସୀଙ୍କୁ କ-ଷ୍ଟ ଦେଇଛି । କାରଣ ଅନେକ ଦିନ ହେଲାଣି ପିଣ୍ଟୁ ନନ୍ଦ ଓଡ଼ିଆ ସିନେମା ଜଗତରେ ନିଜର ଦମଦାର ଅଭିନୟ କରୁଥିବା ବେଳେ ପ୍ରତ୍ୟକ ଲୋକଙ୍କ ହୃଦୟରେ ସେ ରାଜ କରୁଥିଲେ । ଓଡ଼ିଶାର ଘରେ ଘରେ ପିଣ୍ଟୁ ନନ୍ଦ ବେଶ ପରିଚିତ ଥିଲେ । ସେପଟେ କୁଆଡେ ପିଣ୍ଟୁ ନନ୍ଦଙ୍କ ଲିଭର ଖରାପ ହେବା ପଛରେ ରହିଛି ଲିଭର ଶିରୋସିଶି ରୋଗ ।

ତେବେ ବର୍ତ୍ତମାନ ମିଳୁଥିବା ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ସୁସ୍ଥ ହେବାକୁ ହେଲେ କେବଳ ଗୋଟିଏ ଚିକିତ୍ସା ଆବଶ୍ୟକ ତାହା ହେଉଛି ଲିଭର ଟ୍ରାନ୍ସପ୍ଲାଣ୍ଟ । ପିଣ୍ଟୁ ନନ୍ଦ କେତେ ବେଳେ ଦମଦାର ଆକ୍ସନରେ ନଜର ଆସନ୍ତି ତ ଆଉ କେତେବେଳେ ପୁଣି କମେଡି କିଙ୍ଗ ଭାବରେ ବେଶ ନଜର ଆସିଥାନ୍ତି ।

କେତେବେଳେ ପିଣ୍ଟୁ ନନ୍ଦ ଦର୍ଶକଙ୍କୁ ହସାଇ ଥାନ୍ତି ତ ଆଉ କେତେବେଳେ ପୁଣି ପିଣ୍ଟୁ ନନ୍ଦ ନିଜର କମେଡି ମାଧ୍ୟମରେ ଦର୍ଶକଙ୍କୁ କ-ନ୍ଦାଇ ଥାନ୍ତି । ଆଜି ତାଙ୍କ ଓଠରୁ ହସ ଲିଭି ଯାଇଛି । ଆଜି ସେ ଡାକ୍ତର ଖାନା ବେଡ଼ରେ ନିଜର ଜୀବନ ମୃ-ତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ସେପଟେ ଯାହା ସୂଚନା ମିଳୁଛି ମାତ୍ର ଛ ମାସ ଭିତରେ ଯଦି ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାନଯାଏ ତାହାଲେ କିଛି ବି ହୋଇ ପାରେ ତାଙ୍କ ସହ ।

ତେବେ ଡାକ୍ତର ଏଭଳି କିଛି କହି ସାରିବା ପରେ ଏତେ ଜଲ୍ଦି ଏତେ ଟଙ୍କା କେଉଁଠୁ ଆସିବ । ଓ କିପରି ହେବ ପିଣ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ତାହା ପରିବାର ଲୋକେ ଏବଂ ପୁରା ଓଡ଼ିଆ ସିନେ ଜଗତ ପାଇଁ ଦୁଃ-ଖ ଖବର ଆଣିଛି । କେବଳ ଯେ ସିନେ ଜଗତ ଆଉ ତାଙ୍କ ପରିବାର ଲୋକେ ଏହି ଖବରରେ ଦୁଃ-ଖିତ ଅଛନ୍ତି ତାହା ନୁହେଁ । ଏହି ଖବର ଓଡିଶାବାସୀଙ୍କୁ ବେଶ ଦୁଃ-ଖିତ କରି ଦେଇଛି । ତେବେ ପିଣ୍ଟୁନନ୍ଦ ଖୁବ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଓଡିଶା ବାସୀ ଭଗବାନଙ୍କୁ ପାର୍ଥନା କରୁଥିବା ବେଳେ । କେବେ ସୁସ୍ଥ ହେବେ ପିଣ୍ଟୁନନ୍ଦ ତାହା ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *