ପିଲା ଛୁଆ ହେଲାନି ବୋଲି ସ୍କୁଲ ବାରଣ୍ଡାରେ ଦିନ କାଟୁଛନ୍ତି ମହିଳା ।

ଜୀବନ କେତେବେଳେ କାହାକୁ କେଉଁ ଯନ୍ତ୍ରଣା ଦିଏ ତାହା କହିବା ମୁସ୍କିଲ ହୋଇପଡେ । ଜୀବନ ଅଛି ମାନେ କଷ୍ଟ ଯନ୍ତ୍ରଣା ବି ଅଛି । ହେଲେ ବେଳେ ବେଳେ ମଣିଷ ଏତେ କଷ୍ଟ ଯନ୍ତ୍ରଣା ଆଉ ଦୁଃଖ ପାଏ ଯେ ମଣିଷର ବଞ୍ଚିବା ମୁସ୍କିଲ ହୋଇପଡେ । ଏଇ ଯେମିତି ଏକ ମହିଳାଙ୍କ ଦୁଃଖ କାହାଣୀ ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଶୁଣିଲେ ଆପଣଙ୍କ ଆଖିରେ ଲୁହ ଜକେଇ ଆସିବ । ଏ ସ୍ୱାର୍ଥପର ଦୁନିଆ କେତେ ସ୍ୱାର୍ଥପର ତାହା ଆପଣ କହିବେ । ହଁ ଆଜ୍ଞା ମହିଳାଙ୍କ ବାପା ମା ଥିବା ବେଳେ ମହିଳା ବେଶ୍ ହସ ଖୁସିରେ ଜୀବନ ଅତି ବାହିତ କରୁଥିଲେ । ନା ଥିଲା ଜୀବନର ଯନ୍ତ୍ରଣା ନା ଥିଲା ମୁଣ୍ଡ ଗୁଞ୍ଜିବାର କଷ୍ଟ ।

ହେଲେ ବାପା ମା ଯେତେବେଳେ ତାଙ୍କୁ ଏକା କରି ଆର ପାରିକୁ ଚାଲିଗଲେ । ସେତେବେଳେ ଭଗବାନ ରାଧି ମାଉସୀଙ୍କ ଉପରେ ଦାଉ ସାଜିଲେ । ଆଉ ପରିସ୍ଥିତି ଏପରି ହୋଇଗଲା ଯେ ଏବେ ରାତି ରାତି କୁକୁର ବିଲେଇ ପଶୁ ପକ୍ଷୀଙ୍କ ସାଙ୍ଗରେ ରାଧି ମାଉସୀ ରାତି କାଟୁ ଛନ୍ତି । ଘର ଖଣ୍ଡେ ବାପା ଥିବା ବେଳେ ବନେଇ ଦେଇ ଯାଇଥିଲେ । ମାତ୍ର ସେହି ଘର ବାପାଙ୍କ ଚାଲିଯିବା ପରେ ରକ୍ଷଣା ବେକ୍ଷଣ ଅଭାବରୁ ମାଟିରେ ମିଶି ଯାଇଥିଲା । ତା ପରେ ରାଧୀ ମାଉସୀ କେଉଁଠି ରହିବେ ଭାବି ସ୍କୁଲ ଘର ବାରଣ୍ଡାରେ ରହିଥିଲେ।

ବାପା ମା ଆର ପାରିକୁ ଚାଲିଗଲେ । ସ୍ବାମୀ ପିଲା ଛୁଆ ନ ହେବାରୁ ସ୍ବାର୍ଥ ପର ସାଜିଲା । ଆଉ ମହିଳାଙ୍କୁ ଛାଡି ଆର ପାରିକୁ ଚାଲିଗଲା। ବାସ ତା ପରେ ଯେତେ ଦୁଃଖ ଯେତେ ଯନ୍ତ୍ରଣା ଥିଲା ତାହା ମହିଳାଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଲା । ଘରେ ଖଣ୍ଡେ ନଥିବାରୁ ମହିଳା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଲେ । ଯଦିଓ ସରକାର ମହିଳାଙ୍କୁ ଏକ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଛନ୍ତି ହେଲେ ଘରେ ପାଇଁ ମହିଳା ଧାଇଁ ଧାଇଁ ଥକି ପଡ଼ିଲେଣି ।

ଏ ଘଟଣା ହେଉଛି କପ୍ତିପଦା ଅଞ୍ଚଳର । ସରକାରୀ ବାବୁଙ୍କ କହିବା କଥା ଆଧାର କାର୍ଡ ନଥିବାରୁ ଘର କିମ୍ବା ରାସନ୍ କାର୍ଡ ମହିଳା ପାଇ ପାରିବେ ନାହିଁ । ଆଉ ସେପଟେ ମହିଳା ଜଣଙ୍କ ଏତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯେ ଯାହା ନ କହିବା ଭଲ । ତେଣୁ ଏପରି ପରିସ୍ଥିତିରେ ମହିଳା ଜଣଙ୍କ ସରକାରଙ୍କୁ ଘର ଏବଂ ରାସନ୍ କାର୍ଡ ପାଇଁ ଅନୁରୋଧ କରିଛନ୍ତି । ଯଦି ସରକାର ଘର ଏବଂ ରାସନ୍ କାର୍ଡ ଯୋଗାଇ ଦିଅନ୍ତେ ତାହାଲେ ମହିଳା ଜୀବନର ବାକି ସମୟ ଖୁସିରେ କାଟନ୍ତେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *