ମହିଳାଙ୍କ ପାଖରେ ରହିଛି ଅଲୌକିକ ଶକ୍ତି , ଛୁଇଁ ଦେଲେ ମୁକ ବି କହୁଛି କଥା

ଜଣେ ମହିଳା ପାଲଟି ଯାଇଛନ୍ତି ଏତେ ଶକ୍ତିଶାଳୀ , ଯାହା ବିଷୟରେ ଆପଣ ଶୁଣିବା ପରେ ବିଶ୍ୱାସ କରିପାରିବେ ନାହିଁ । କେବଳ ତାଙ୍କ ହାତ ଟିକିଏ ବାଜି ଗଲେ ସବୁକିଛି ଠିକ୍ ହୋଇ ଯାଉଛି । ଛୋଟା ବି ଚାଲି ଉଠୁଛି ଆଉ ମୁକ ବି କଥା କହି ଦେଉଛି । ବର୍ଷ ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡ଼ି ରହିଥିବା ମଣିଷ ମଧ୍ୟ ଠିକ୍ ହୋଇ ଉଠୁଛି । ଏପରି ଅଲୌକିକ ଶକ୍ତିକୁ ନେଇ ଜଣେ ମହିଳାଙ୍କର ବେଶ୍ ଚର୍ଚ୍ଚା । କିଛି ଦିନ ହେବ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମହିଳାଙ୍କ ଅଲୌକିକ ଶକ୍ତି ବିଷୟରେ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଉଠିଛନ୍ତି । ସମସ୍ତେ କହିବାରେ ଲାଗିଛନ୍ତି କି , ବୃଦ୍ଧ ମହିଳାଙ୍କ ପାଖରେ ଦେବିଙ୍କ ଶକ୍ତି ଅଛି । ମାଆ ତାଙ୍କୁ ନିଜ ଶକ୍ତି ଦେଇଛନ୍ତି ଆଉ ସେଥିପାଇଁ ସେ ଲୋକ ମାନଙ୍କୁ ଭଲ କରି ପାରୁଛନ୍ତି । ତେବେ ମହିଳାଙ୍କ ବୟସ ୬୦ ବର୍ଷ ହୋଇ ଗଲାଣି। ତାଙ୍କୁ ୟୁଟ୍ୟୁବରେ ଲୋକ ମାନଙ୍କ ଚିକିତ୍ସା କରିବାରେ ଦେଖା ଯାଇଥିଲା । ଯାହା ପରେ ସେ ଚାରିଆଡ଼େ ଅତ୍ୟନ୍ତ ପରିଚିତ ହୋଇ ଉଠିଛନ୍ତି । ରାତି ପାହିଲା ବେଳକୁ ଘର ଆଗରେ ଲୋକଙ୍କ ଭିଡ ଆଉ ଯାହା ଦେଖିବା ପରେ ଆପଣ ବି ଚମକି ଉଠିବେ ।

ଧୀରେ ଧୀରେ ତାଙ୍କ ବିଷୟରେ ଜାଣିବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲୋକ ତାଙ୍କ ପାଖକୁ ଧାଇଁ ଆସୁଛନ୍ତି । କୁହାଯାଉଛି କି , ମାଆ କାହାକୁ ଦର୍ଶନ ଦେଉ ନାହାଁନ୍ତି , କାହିଁକି ନା ତାଙ୍କ ପାଖରେ ଏବେ ବହୁତ ଭିଡ଼ ରହୁଛି ଆଉ ତା ବ୍ୟତୀତ ତାଙ୍କ ରୁପ ଏତେ ଭ-ୟଙ୍କର ଯେ , ଯେକେହି ତାଙ୍କୁ ଦେଖି ଭ-ୟଭୀ-ତ ହୋଇ ଯିବେ । ତେବେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ଗାଈସିଲଟ ରାସ୍ତାରେ ରହିଛି ବାଙ୍କୁପଲ୍ଲୀ ଆଉ ସେଠାରେ ରହିଛି ମାଆଙ୍କ ବାସସ୍ଥଳୀ । କେଉଁଠୁ କେଉଁଠୁ ଲୋକ ତାଙ୍କ ପାଖକୁ ନିଜ ଗୁହାରି ନେଇ ଧାଇଁ ଆସୁଛନ୍ତି ।

ଆଉ ଲୋକଙ୍କ ଏତେ ବିଶ୍ୱାସ ଯେ , ଯିଏ ବି ମାଆଙ୍କ ପାଖକୁ ଆସୁଛି ସେ ଭଲ ହୋଇ ଯାଉଛି । ତେବେ ଏ କଥା ଆମେ କହୁ ନାହୁଁ , ଖୋଦ ସେଠାରେ ଉପସ୍ଥିତ ରହୁଥିବା ଲୋକ ଏବଂ ପ୍ରତ୍ୟକ୍ଷଦର୍ଶି ମାନେ କହିବାରେ ଲାଗିଛନ୍ତି । ତେବେ ହଠାତ୍ ଜଣେ ମହିଳାଙ୍କ ପାଖରେ ଏତେ ଅଲୌକିକ ଶକ୍ତି କେଉଁଠି ଆସିଲା , ତାହାକୁ ନେଇ ବେଶ୍ ଚର୍ଚ୍ଚା । ଜଣେ ସାଧାରଣ ମହିଳା କିପରି ଜଣେ ଦେବୀ ପାଲଟି ଗଲେ , ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

Leave a Reply

Your email address will not be published. Required fields are marked *