ଏମିତି କୀର୍ତ୍ତନ ଆପଣ କେବେବି ଦେଖି ନଥିବେ..ଥରେ ବଦଳରେ ୧୦ଥର ଦେଖିବେ…ଦେଖନ୍ତୁ ଭିଡିଓ

ବନ୍ଧୁମାନେ ଆଜିର ଆଧୁନିକ ଯୁଗରେ କୀର୍ତ୍ତନ ବା ଭଜନ ଜଣାଣ ବା ଆଧ୍ୟାତ୍ମିକ ସଙ୍କୀର୍ତ୍ତନ ଆଦିର ଚାହିଦା କମିଗଲାଣି। ହେଲେ ଯେବେ ବି ଆମେ ଭଜନ ଅବା ସଙ୍କୀର୍ତ୍ତନ ହେବାର ଦେଖୁ ଅବା ଶୁଣୁ କେଉଁଠି ନା କେଉଁଠି ଆମ ମନରେ ଭଗବାନଙ୍କ ପ୍ରତି ଭକ୍ତି ଭାବ ବା ନାମ ସ୍ମରଣ ଚାଲିଆସେ। ଏହା ସହିତ ଏହି ଦିବ୍ୟ ନାମକୁ ଆମେ ଚିନ୍ତନ କରିବା ଦ୍ୱାରା ମଧ୍ୟ ଆମ ମନକୁ ଶାନ୍ତି ଆସିଥାଏ।

ଭଗବାନଙ୍କ ନାମ ଜପ ଅବା ଜଣାଣ ସ୍ମରଣ ଦ୍ଵାରା ଆମ ମନକୁ ଶାନ୍ତି ଆସିବା ସହିତ ବିଷାଦ ଜୀବନରେ ସୁଖର ଆସର ଆସିବା ପରି ଲାଗେ। ଏହାସହ ଭଗବାନଙ୍କ ପ୍ରତି ଭକ୍ତି ଅଜାଡ଼ି ଦେଲେ ଆମ ମନ ପ୍ରାଣ ଧନ୍ୟ ହେବାକୁ ଲାଗେ। ବାସ୍ତବରେ ଏହି ସଙ୍କୀର୍ତ୍ତନର ଥିବା ରସ ବିଷୟରେ ଜାଣିବା କଷ୍ଟକର ହୋଇଥାଏ। ଏହାକୁ ଶୁଣିବା ପରେ ହିଁ ମନରେ ଭକ୍ତି ଭାବ ଜାଗ୍ରତ ହୋଇ ଉଠେ।

ଏହି ସବୁ ସଙ୍କୀର୍ତ୍ତନ ଆପଣ ମାନେ ପ୍ରତି ଗାଁ ଗାଁରେ ଦେଖିବାକୁ ପାଇବେ କାରଣ ଏହାର ଚାହିଦା ହିଁ ଏହି ଜାଗାରେ ଅଧିକ ଥାଏ। ବିଶେଷ କରି ଅଷ୍ଟମ ପ୍ରହରୀ, ଯଜ୍ଞକୁ ଗାଁ ଲୋକେ ବହୁ ଉତ୍ସାହ ସହିତ ଦେଖିବାକୁ ଭଲ ପାଆନ୍ତି। ଅବେକା ସୋସିଆଲ ମିଡିଆରେ ନାମ ସଙ୍କୀର୍ତ୍ତନର କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି।

ସେତେବେଳର ନାମ ସଙ୍କୀର୍ତ୍ତନ ଏବଂ ଏବେର ନାମ ସଙ୍କୀର୍ତ୍ତନ ଭିତରେ ବହୁ ଫରକ୍ ମଧ୍ୟ ରହିଛି। ଯାହାକୁ ଦେଖିଲେ ମନରେ ଭକ୍ତି ଭାବ ଆସେ। ସେହି ଭଳି କିଛି ଦୃଶ୍ୟ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି। ଏଠାରେ ଉଭୟ ପୁଅ ଏବଂ ଝିଅ ସମସ୍ତେ ନୃତ୍ୟ କରିବାରେ ଲାଗିଛନ୍ତି ଏବଂ କୀର୍ତ୍ତନ କରୁଥିବା ଗାୟକ ଜଣକ ବଙ୍ଗଳାରେ ମିଠା ମିଠା ସ୍ଵରରେ ହରେ କୃଷ୍ଣ ହରେ ରାମ ଜପ କରୁଛନ୍ତି।

ସେମାନଙ୍କ ଗାଇବା ଶୈଳୀ ବି ଦେଖିଲେ ଆପଣ ମଧ୍ୟ ମୁଗ୍ଧ ହୋଇଯିବେ। ତାଙ୍କ ସ୍ବର ଦେଖି ଲାଗୁଚି ସେମାନେ ଭକ୍ତିର ସହିତ ଏହାକୁ ଗାଉଛନ୍ତି। ଏଥିରେ ଥିବା ଭାବପୂର୍ଣ୍ଣ ଓ ଭକ୍ତି ପୂର୍ଣ୍ଣ ଶୈଳୀ ଦେଖିଲେ ଆପଣ ମଧ୍ୟ ଆନନ୍ଦିତ ହୋଇଯିବେ। ଏଠାରେ କିପରି ମହିଳା ମାନେ ହରି ନାମର ତାଳେ ତାଳେ ନାଚୁଛନ୍ତି ତାହା ମଧ୍ୟ ଆପଣଙ୍କୁ ଦେଖିବାକୁ ପାଇବେ। ଏହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

Leave a Reply

Your email address will not be published. Required fields are marked *