କାଙ୍ଗାଳ ଅବସ୍ଥାରେ ପାକିସ୍ତାନ, ଦେଶକୁ ବଞ୍ଚାଇବା ପାଇଁ ବନ୍ଧା ପକାଇଲା ସବୁଠାରୁ ପୁରାତନ ବନ୍ଦର।

ଆମ ପଡ଼ୋଶୀ ଦେଶ ପାକିସ୍ତାନ ଏବେ ବେଦାଳିଆ ହେଇ ପଡ଼ିଛି।ପାକିସ୍ତାନର ଅର୍ଥନୀତି ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ। ଦେଶ ଚଲେଇବା ପାଇଁ ସରକାରଙ୍କ ପାଖରେ ଆଉ ଟଙ୍କା ନାହିଁ। ଅନ୍ୟ ଦେଶ ମାନଙ୍କର ଟିକସ ଦେବା ପାଇଁ ଏବଂ ଋଣ ପରିଶୋଧ କରି ଆବଶ୍ୟକ ଦ୍ରବ୍ୟ ଆମଦାନୀ ଏବଂ ରପ୍ତାନୀ ପାଇଁ ମଧ୍ୟ ପାକିସ୍ତାନ ପାଖରେ ଟଙ୍କା ନାହିଁ ସେଥିପାଇଁ ପାକିସ୍ତାନ ସରକାର ନିଜ ଦେଶକୁ ବଞ୍ଚାଇବା ପାଇଁ ଏକ ବଡ଼ ନିଷ୍ପତି ନେଇଛନ୍ତି।

କରାଚି ବନ୍ଦର ପାକିସ୍ତାନର ସର୍ବ ପୁରାତନ ଏବଂ ବ୍ୟସ୍ତବହୁଳ ବନ୍ଦର। ପ୍ରତି ବର୍ଷ କରାଚି ବନ୍ଦରୁ ପାକିସ୍ତାନ ବହୁତ୍ ଟଙ୍କା ରୋଜଗାର କରେ। କରାଚି ବନ୍ଦରରେ ୩୩ ଟି ବର୍ଥ ଅଛି କିନ୍ତୁ ଏବେ ଦେଶର ଆର୍ଥିକସ୍ଥିତିକୁ ସୁଧାରିବା ପାଇଁ ପାକିସ୍ତାନ କରାଚି ବନ୍ଦରକୁ ୫୦ ବର୍ଷ ପାଇଁ ୟୁଏଇ କୁ ୪ ଟି ବର୍ଥ ଲିଜ୍ ରେ ଦେବା ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛି।

ୟୁଏଇର ଏଡି ପୋର୍ଟସ ଗ୍ରୁପ୍ ପାକିସ୍ତାନ ସହିତ ୨୨୦ ମିଲିୟନ ଡଲାର ମୂଲ୍ୟର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଆସନ୍ତା ୧୦ ବର୍ଷ ଭିତରେ ଭିତ୍ତିଭୂମି ଏବଂ ସୁପରଷ୍ଟ୍ରକଚର ପାଇଁ ଜେଭି ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିନିଯୋଗ କରିବ ବୋଲି ଏଡି ଗ୍ରୁପ୍ କହିଛି।କରାଚି ବନ୍ଦରର ଇଷ୍ଟ ୱାର୍ଫରେ କେଜିଟିଏଲ୍ ବର୍ଥର ପରିଚାଳନା ଏବଂ ବିକାଶ ପାଇଁ ଆମେରିକାର ଏକ କମ୍ପାନୀ କାହିଲ ଟର୍ମିନାଲ୍ ସହିତ ଏଡି ପୋର୍ଟସ ଗ୍ରୁପ୍ ମିଶି ଏକାଠି କାମ କରିବେ ବୋଲି ସ୍ଥିର କରିଛନ୍ତି।

ଆସନ୍ତା ୧୦ ବର୍ଷ ଭିତରେ ଭିତ୍ତିଭୂମି ଏବଂ ସୁପରଷ୍ଟ୍ରକଚର ପାଇଁ କାମ ଆରମ୍ଭ ହେବ କିନ୍ତୁ ଅଧିକାଂଶ କାମ ୨୦୨୬ ପରେ ଆରମ୍ଭ ହେବ। ୟୁଏଇର ଏଡି ପୋର୍ଟ ଗ୍ରୁପ୍ କରାଚି ଗେଟୱେ ଟର୍ମିନାଲ୍ ଲିମିଟେଡ୍ କୁ ଭଲସେ ଚଳାଇବା ଏବଂ ପ୍ରଥମ ୧୦ ବର୍ଷ ଭିତରେ ଭିତ୍ତିଭୂମିର ବିକାଶ ପାଇଁ ୨୨୦ ମିଲିୟନ୍ ଡଲାର ବିନିଯୋଗ କରିବାକୁ ଗୁରୁବାର ଦିନ କରାଚି ପୋର୍ଟ ଟ୍ରଷ୍ଟ ସହିତ ୫୦ ବର୍ଷର ଚୁକ୍ତି ସ୍ୱାକ୍ଷର କରିଛି।

Leave a Reply

Your email address will not be published. Required fields are marked *