ପୁଣିଥରେ ଓଲିଉଡ ଫେରିବା ଲକ୍ଷରେ ଓଲିଉଡ ଅଭିନେତ୍ରୀ ଟ୍ଵିଙ୍କିଲ ମିଶ୍ର ।ବର୍ତ୍ତମାନ ନିଜ ଝିଅକୁ ନେଇ ଏଭଳି କହିଲେ ଗଣମାଧ୍ୟମରେ ” ମୋ ଝିଅକୁ ମୁଁ ………..” :-

କିଛିବର୍ଷ ବର୍ଷ ତଳେ ଓଡ଼ିଆ ଆଲବମ ଜଗତରେ ସବୁ ଗୀତ ବେଶ ହିଟ ଥିଲା । ଆଉ ସେହି ସମୟରେ କିଛି କଳାକାର ଏଭଳି ଥିଲେ ଯେଉଁମାନେ ନିଜ ପ୍ରତିଭା ଦ୍ୱାରା ଦର୍ଶଙ୍କ ମନରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଆଉ ବର୍ତ୍ତମାନ ସୁଦ୍ଧା ବି ସେହି ଛାପ ରହି ଯାଇଛି । ତେବେ ଆମେ ଆଜି ଆପଣଙ୍କୁ ଓଲିଉଡ ଆଲବମ ଜଗତର ଜଣେ ନାୟିକା ଟ୍ଵିଙ୍କିଲ ମିଶ୍ରଙ୍କ ବିଷୟରେ କହିବୁ । ସୋସିଆଲ ମିଡିଆରେ ଟ୍ଵିଙ୍କିଲ ନିଜର ମତ ରଖିବା ପରେ ଏହା ଜାଣିବାକୁ ମିଳିଛି ଯେ ସେ ବର୍ତ୍ତମାନ ଟ୍ଵିଙ୍କିଲ ଅଲିଉଡ଼ରେ ପୂର୍ବ ଭଳି କାମ କରିବେ । ଏହାବ୍ୟତୀତ ସେ କିଭଳି ନିଜ ଜୀବନାରେ ସବୁକିଛି ପାଇବା ପାଇଁ ସଂଘର୍ଷ କରିଥିଲେ ସେହି ବିଷୟରେ ମଧ୍ୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ପୂର୍ବରୁ ଏଲବଲ କହିଲେ କିଛି ବଛା ବଛା ନାମକୁ ବୁଝାଉଥିଲା । ଆଉ ତାମଧ୍ୟରେ ଟ୍ଵିଙ୍କିଲ ମିଶ୍ରଙ୍କ ନାମ ମଧ୍ୟ ଆସିଥାଏ । କିନ୍ତୁ ବିବାହ ପରେ ସେ ଓଲିଉଡ ଛାଡ଼ି ଦେଇଥିଲେ । ବିବାହ ପୂର୍ବରୁ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ଏବଂ ବିବାହ ପରେ ପରିବାରକୁ ସମ୍ଭାଳିବା ପାଇଁ ତାଙ୍କୁ ଖୁବ କଷ୍ଟ କରିବାକୁ ପଡ଼ିଥିଲା । ଖୁବ କମ ବୟସରେ ଅର୍ଥାତ ୨୦ ବର୍ଷ ବୟସରେ ଟ୍ଵିଙ୍କିଲ ବିବାହ କରିଥିଲେ । କିନ୍ତୁ ସେ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ସଂଘର୍ଷ କରି ଏବଂ ଜୀବନ ସହିତ ସଂଘର୍ଷ କରି ସେ ଖୁବ ମେଚ୍ୟୁର ହୋଇ ଯାଇଥିଲେ । ସେ ସବୁକିଛି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ । ପ୍ରତିଟି କ୍ଷେତ୍ରରେ ତାଙ୍କ ମା’ ତାଙ୍କୁ କିଭଳି ସପୋର୍ଟ କରୁଥିଲେ ସେ ତାହା ମଧ୍ୟ କହିଛନ୍ତି ।

ଟ୍ଵିଙ୍କିଲ ବିବାହ କରିବା ପରେ ଶାଶୁ ଘରେ ଜୋଏଣ୍ଟ ଫ୍ୟାମିଲି ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ସେ ସବୁକିଛିକୁ ସାମ୍ନା କରିଥିଲେ । ବର୍ତ୍ତମାନ ତାଙ୍କର ଜଣେ ଝିଅ ସେଜଲ ମଧ୍ୟ ଅଛନ୍ତି । ଟ୍ଵିଙ୍କିଲ କହିଛନ୍ତି ଯେ କିଭଲ ସେଜଲ ଛୋଟ ବେଳେ ମଡେଲ ହେବାକୁ ଇଚ୍ଛା କରିଥିଲେ । ମାତ୍ର ବଡ଼ ହେବା ସହିତ ତାଙ୍କର ସେହି ଇଚ୍ଛା ଆଉ ନାହିଁ । ବରଂ ସେ ବର୍ତ୍ତମାନ ଜଣେ ଆର୍ମି କର୍ନେଲ ହେବାକୁ ଇଚ୍ଛା ରଖିଛନ୍ତି । ଟ୍ଵିଙ୍କିଲ କହିଛନ୍ତି ଯେ ଯଦି ତାଙ୍କ ଝିଅ ଅଲିଉଡ଼ ପାଇଁ ଆଗ୍ରହୀ ହୁଏ ତେବେ ସେ ନିଶ୍ଚୟ ଇଣ୍ଡଷ୍ଟ୍ରିରେ କାମ କରିବେ । ନିଜ ଝିଅକୁ ସେ କେବେ ମା’ ଭଳି ନୁହେଁ ବରଂ ସାଙ୍ଗ ଭଳି ଟ୍ରିଟ କରି ଆସିଛନ୍ତି । ଏମିତିକି ତାଙ୍କ ଝିଅ ତାଙ୍କ କାନ୍ଧରେ ହାତ ପକେଇ ଚାଲନ୍ତି ବୋଲି କହିଛନ୍ତି ।

ସେ ଏକ ବେଶ ଭଲ କଥା କହିଛନ୍ତି ଯାହାକି ସବୁ ବାପା ମା’ ଜାଣି ରଖିବା ଉଚିତ । ସେ କହିଛନ୍ତି ଯେ ଜଣେ ପିଲା ଯେତେବେଳେ କୈଶର ବୟସକୁ ଆସେ ସେତେବେଳେ ବାପା ମା’ ତାକୁ ସାଙ୍ଗ ଭଳି ବ୍ୟବହାର କରିବା ଉଚିତ । ନଚେତ ଏହି ସମୟରେ ପିଲା ଯେତେବେଳେ କୌଣସି ଭୁଲ କଥାକୁ ଦେଖେ ଏବଂ ତାହା କରିବାକୁ ଆଗ୍ରହୀ ହୁଏ ତାହା ଅବିଭାବକଙ୍କୁ ଜଣା ପଡେନାହିଁ । ଅଧିକାଂଶ ପରିବାରରେ ପିଲା ମାନେ ନିଜ ବାପା ମା’ ଙ୍କୁ ଅନେକ କଥା ଭୟ କାରଣରୁ ଲୁଚେଇଥାନ୍ତି । ଆଉ ଯାହା କାରଣରୁ ଅନେକ ସମସ୍ୟା ମଧ୍ୟ ହୋଇଥାଏ । ଟ୍ଵିଙ୍କିଲଙ୍କ ବିବାହ ସମ୍ପର୍କ ୨୦୦୮ ରୁ ୨୦୨୦ ଚାଲିଥିଲା ଏବଂ ବର୍ତ୍ତମାନ ସେ ଅଲଗା ରହୁଛନ୍ତି । ତେବେ ଟ୍ଵିଙ୍କିଲ ମିଶ୍ରଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ଓଲିଉଡରେ କାମ କରିବେ ଏବଂ ଯଦି ତାଙ୍କୁ ଭଲ କଣ୍ଟେଣ୍ଟ ମିଳେ ତେବେ ସେ ଦର୍ଶକଙ୍କୁ ନିଶ୍ଚୟ ନିଶ୍ଚୟ କାମ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *