ଅଦିନେ ଫୁଟିଲା କଦମ୍ବ ଫୁଲ,ସତ ହୋଇଲା ମାଳିକା ବଚନ।

ମହାପୁରୁଷଙ୍କ ମହା ଭବିଷ୍ୟତ ବାଣୀ ଆଜି ସତ୍ୟ ହୋଇଛି । କେବଳ ଆଜି ନୁହେଁ ମହାପୁରୁଷ ଭବିଷ୍ୟତକୁ ନେଇ ଯେଉଁ କଥା ମାଳିକାରେ ଲେଖି ଯାଇଥିଲେ ତାହା ବର୍ତ୍ତମାନ ଗୋଟି ଗୋଟି କରି ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ମହାପୁରୁଷଙ୍କ ଅନେକ ବାଣୀ ଆଜି ପର୍ଯ୍ୟନ୍ତ ସତ୍ୟ ହୋଇଥିବା ବେଳେ ଏବେ ଆଉ ଏକ ଭବିଷ୍ୟ ବାଣୀ ମଧ୍ୟ ସତ୍ୟ ପ୍ରମାଣିତ ହୋଇଛି । ବର୍ଷା ଦିନେ ଭୂମି ଫାଟିବ ଖରା ଦିନେ କଇଁ ଫୁଟିବ ଦିନେ ମହାପୁରୁଷ ଏମିତି କିଛି ଲେଖି ଯାଇଥିଲେ ।

ଆଉ ସେହି ସମସ୍ତ ଭବିଷ୍ୟ ବାଣୀ ମଧ୍ୟରେ ଥିଲା ଅଦିନେ ଫୁଟିବ କଦମ୍ବ ଫୁଲ । ଏବେ ଅଦିନରେ କଦମ୍ବ ଫୁଲ ଫୁଟିଛି । ସତ ହୋଇଛି ମହାପୁରୁଷଙ୍କ ମାଳିକା ବଚନ । ଆଉ ଭକ୍ତ କହୁଛନ୍ତି ଆସିଗଲା କି ଶେଷ ସମୟ । କାରଣ ବାରମ୍ବାର ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ସଙ୍କେତ । ମାଳିକା କୁହେ ଆଦେଖା ଦେଖିବୁ ଅସୁଣା ଶୁଣିବୁ । ଅର୍ଥାତ୍ ନ ଦେଖିବା କଥା ସବୁ ଦେଖିବୁ ନଶୁଣିବା କଥା ସବୁ ଶୁଣିବୁ ।

ଆଗରୁ ମାଳିକାରେ ଲେଖା ଥିବା ଗୋଟି ଗୋଟି କଥା ସତ୍ୟ ପ୍ରମାଣିତ ହୋଇଛି । ଅଦିନେ ବଉଳ ଫୁଟିବ ଅଦିନରେ କୋଇଲି ରାବିବ । ଲିମ୍ୱ ଗଛରୁ କ୍ଷୀର ବୋହିବ । ଆଉ ଏହା ସବୁ ସତ୍ୟ ବୋଲି ପ୍ରମାଣିତ ହୋଇ ସାରିଛି । ମନ୍ୟୁଷ ନିଜ ଚକ୍ଷୁରେ ତାହା ସବୁ ଦେଖି ସାରିଛି । ନିକଟରେ ଇନ୍ଦୁ ତଳେ ବିନ୍ଦୁ କଥା ହେଉ ବା କରୋନା ମହାମାରୀ ଭଳି ସାଙ୍ଘାତିକ ସତ୍ୟ ପ୍ରମାଣିତ ହେବାରେ ଲାଗିଛି ।

ମାଳିକା ଯାହା କହିଥିଲା ମହାପୁରୁଷ ଯାହା ଭବିଷ୍ୟ ବାଣୀ କରିଥିଲେ ସେ ସବୁ ଘଟୁଛି ସେ ସବୁ ଶୁଣିବାକୁ ମିଳୁଛି । ଖରା ବର୍ଷା ଶିତ କାକର ସହି ବଟ ବୃକ୍ଷ ମୂଳେ ତପସ୍ୟା କରୁଥିବା ମହାପୁରୁଷ ନିଜ ଦିବ୍ୟ ଦୃଷ୍ଟିରେ ଭବିଷ୍ୟତକୁ ଦେଖି ପାରୁଥିଲେ । ଭବିଷ୍ୟତ ମାଳିକାରେ ତାହା ବର୍ଣ୍ଣନା ମଧ୍ୟ କରି ଯାଇଥିଲେ ।

ବଟ ବୃକ୍ଷରେ ପୋକ ଲାଗିଲା ନିମ୍ବ ଗଛରୁ ମିଠା କ୍ଷୀର ବୋହିଲା । ପର୍ବତ ଶିଖରେ କଇଁ ଫୁଟିଲା ଇନ୍ଦୁ ପାଖେ ବିନ୍ଦୁ ଦେଖା ଦେଲା । ଏହା ସବୁ ଭବିଷ୍ୟତ ମାଳିକାରେ ପୂର୍ବରୁ ଲେଖା ଥିବା ମାଳିକା ଭକ୍ତ ମାନେ କହୁଛନ୍ତି । କେବଳ ଏତିକି ନୁହେଁ ବାଇଶି ପାହାଚେ ପାଣିର ଲହଡ଼ି ଭାଙ୍ଗିଲା । ଶ୍ରୀମନ୍ଦିର ଉପରେ ଚିଲ ଶାଗୁଣା ଉଡ଼ିଲେ । ଆଉ ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଅଦିନରେ କଦମ୍ବ ଫୁଲ ଫୁଟିବା ଏବେ ଲୋକଙ୍କୁ ଆହୁରି ଅଧିକ ଚକିତ କରୁଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଆଷାଢ଼ ମାସରେ ଫୁଟେ କଦମ୍ବ ଫୁଲ । ହେଲେ ଆଷାଢ଼ ମାସରେ ଫୁଟୁଥିବା କଦମ୍ବ ଫୁଲ ବୈଶାଖ ମାସରେ ଫୁଟିଛି। ତାହା ବି ପୁଣି ମାଳିକା ବର୍ଣ୍ଣିତ ଐତିହାସିକ ପୀଠ ରାତ୍ନ ବଟରେ।

ଆଉ ଏହି ଘଟଣା ଘଟିବା ପରେ ଏହା ସମସ୍ତଙ୍କୁ ଚକିତ କରୁଛି । ପବନ ବେଗରେ ଏହି ଘଟଣା ପ୍ରଚାରିତ ହେବା ପରେ ଲୋକଙ୍କ ମନରେ କୋକୁଆ ଭୟ ମଧ୍ୟ ସୃଷ୍ଟି ହୋଇଛି । ଲୋକେ କହୁଛନ୍ତି ମିଳିଲା କି କଳି ଯୁଗ ଶେଷ ହେବାର ମହା ସଙ୍କଟ । କାରଣ ଯାହା ମହାପୁରୁଷ କହି ଯାଇଥିଲେ ତାହା ଗୋଟି ଗୋଟି କରି ସତ୍ୟ ପ୍ରମାଣିତ ହେବାରେ ଲାଗିଛି । ତେଣୁ ଏବେ ଠୁ ସାବଧାନ ହେବାକୁ ଭକ୍ତ ମାନେ କହୁଛନ୍ତି ।

Leave a Reply

Your email address will not be published. Required fields are marked *