ଅଲିଉଡ଼ ସୁପରଷ୍ଟାର ଶ୍ରୀରାମ ପଣ୍ଡା ଏହି କାରଣରୁ ଅଲିଉଡ଼ ଛାଡ଼ି ହୋଇଥିଲେ ସନ୍ୟାସ । ଜାଣି ଆଶ୍ଚର୍ଯ୍ୟ ହେବେ ।

ଓଡ଼ିଆ ଅଭିନେତା ଶ୍ରୀରାମ ପଣ୍ଡାଙ୍କୁ ହୁଏତ ଅତି ନୂତନ ପିଢ଼ି ଆଦୋୖ ଜାଣି ନଥିବେ । କିନ୍ତୁ ଏଭଳି କେହି ଓଡ଼ିଆ ବ୍ୟକ୍ତି ନାହାଁନ୍ତି ଯେ ଅଲିଉଡ଼ର ପ୍ରଥମ ମେଗା ଷ୍ଟାରଙ୍କୁ ଯେ ଜାଣିନାହିଁ । କହିବାକୁ ଗଲେ ଶ୍ରୀରାମ ପଣ୍ଡା ସେ ସମୟରେ ଯେ କେବଳ ଅଭିନେତା ଥିଲେ ତାହା ନୁହେଁ , ସେ ଜଣେ ନିର୍ଦେଶକ ଏବଂ ପ୍ରଯୋଜକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଯଦି ଆମେ ଏହି ମେଗା ଷ୍ଟାରଙ୍କ ଜନ୍ମ ସ୍ଥାନ ବିଷୟରେ କହିବୁ ତେବେ ସେ ୧୯୫୪ ମସିହାରେ କୋରାପୁଟର ନବରଙ୍ଗପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅଭିନୟ ପ୍ରତି ଆଗ୍ରହ ଥିବାରୁ ଏବଂ ତାଙ୍କ ଉପରେ ବିଶ୍ୱାସ କରିଶରତ ପୂଜାରୀ ଏବଂ ଧଳବିଶ୍ୱାଳ ତାଙ୍କୁ ଫିଲ୍ମରେ ସୁଯୋଗ ଦେଲେ ।

ଯାହାଦ୍ୱାରା ସେ ୧୯୭୨ ରେ ଧରିତ୍ରୀ ନାମକ ପ୍ରଥମ ଓଡ଼ିଆ ଫିଲ୍ମରେ କାମ କରିଥିଲେ । ପ୍ରଥମ ଫିଲ୍ମ ସମୟରେ ତାଙ୍କର ଏତେ ଅଭିଜ୍ଞତା ନଥିବା ସତ୍ତ୍ୱେବି ସେ ଖୁବ ଭଲ ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଧୀରେ ଧୀରେ ନିଜ ପ୍ରତିଭାର ଯାଦୁ ଦେଖାଇ ଏକାଧିକ ଫିଲ୍ମରେ କାମ କରିଥିଲେ । ଫିଲ୍ମରୁ ହିଁ ତାଙ୍କର ବ୍ୟକ୍ତିଗତ ଜୀବନର ଆଉ ଏକ ଅଧ୍ୟାୟର ଆରମ୍ଭ ହୋଇଥିଲା ।

ଅର୍ଥାତ ଯାଯାବର ଫିଲ୍ମରେ କାମ କରିବା ସମୟରେ ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କ ପ୍ରେମରେ ପଡ଼ି ଯାଇଥିଲେ ଶ୍ରୀରାମ ପଣ୍ଡା । ଏମିତିକି ଉଭୟେ ବିବାହ କରିବା ପରେ ଦୁହିଁଙ୍କର ଜଣେ ପୁତ୍ର ମଧ୍ୟ ଜନ୍ମ ନେଲେ । ପରେ ସ୍ତ୍ରୀ ତ୍ରିପୁରା ଫିଲ୍ମ ଜଗତ ଠାରୁ ଦୂରେଇ ଯାଇଥିଲେ ।

ଶ୍ରୀରାମ ପଣ୍ଡାଙ୍କ କ୍ୟାରିଅର ବିଷୟରେ କହିବାକୁ ଗଲେ ସେ ନିଜ ଫିଲ୍ମ କ୍ୟାରିଅରରେ ୬୦ ରୁ ୭୦ ଟି ଫିଲ୍ମରେ ଅଭିନୟ କରିଛନ୍ତି । ତାହାମଧ୍ୟରୁ ଧରିତ୍ରୀ , ଯାଯାବର , ସିନ୍ଦୁର ବିନ୍ଦୁ , ଜୋର ଜାର ମୂଲକ ତାର , ଚକା ଆଖି ସବୁ ଦେଖୁଛି , ଯାଯାବର , ମାନିନୀ , କୁରୁକ୍ଷେତ୍ର , ଦ୍ରୁତରାଜ , ଝିଲିମିଲି ଇତ୍ୟାଦି । ତାଙ୍କ ଫିଲ୍ମ ପାଇଁ ସେ ଏକାଧିକ ପୁରସ୍କାରର ଅଧିକାରୀ ମଧ୍ୟ ହୋଇଛନ୍ତି ।

ତେବେ ଏସବୁ ଫିଲ୍ମ ସେ ସମୟରେ ଅଧିକ ଲୋକ ଲୋଚନକୁ ଆସିଥିଲା ଏବଂ ଦର୍ଶକ ଏହାକୁ ଅଧିକ ପସନ୍ଦ କରୁଥିଲେ । ପୁଣି କୁରୁକ୍ଷେତ୍ର , ଝିଲିମିଲି ଏବଂ ଦ୍ରୁତରାଜ ଫିଲ୍ମରେ ଶ୍ରୀରାମ ପଣ୍ଡା ନିଜେ ନିର୍ଦେଶନା ଦେଇଥିଲେ ଏବଂ ତାହା ସଫଳ ମଧ୍ୟ ହୋଇଥିଲା । କିନ୍ତୁ ଫିଲ୍ମ କ୍ୟାରିଅର କିଛି ବର୍ଷ ସଫଳ ଚାଲିବା ପରେ ତାଙ୍କର ଦୁର୍ଭାଗ୍ୟ ଆସିଥିଲା ।

ସେ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ପୀଡ଼ିତ ହେଉଥିଲେ । କିଛି ବର୍ଷ ପରେ ଅର୍ଥାତ ୧୯୯୦ ମସିହାରେ ଶ୍ରୀରାମ ପଣ୍ଡାଙ୍କର ସ୍ୱାମୀ ନିରଜାନନ୍ଦ ସରସ୍ୱତୀଙ୍କ ସହିତ ସାକ୍ଷାତ ହେବା ପରେ ତାଙ୍କ କଥାରେ ଅନୁପ୍ରାଣିତ ହୋଇ ଶ୍ରୀରାମ ପଣ୍ଡା ଗୃହସ୍ଥ ଜୀବନ ଏବଂ ଓଲିଉଡ ଠାରୁ ଦୂରେଇ ଯାଇ ସନ୍ୟାସ ଧାରଣ କରିବାକୁ ମନସ୍ଥ କରିଥିଲେ ଏବଂ ତାହାହିଁ ତାଙ୍କୁ ଉପଯୁକ୍ତ ମନେ ହୋଇଥିଲା ।

ସେତେବେଳେ ସେ ନିଜ ମାନସିକ ଅବସାଦର କାରଣ ମଧ୍ୟ ଦର୍ଶାଇଥିଲେ । କିଭଳି ଭାବରେ ସେ ଆଖପାଖ ଲୋକଙ୍କ ଚକ୍ରାନ୍ତର ଶିକାର ହୋଇଥିଲେ ତାହା ମଧ୍ୟ ସେ ଅନେକ ଥର କହିଛନ୍ତି । ସନ୍ୟାସ ଧାରଣ ପରେ ବର୍ତ୍ତମାନ ସେ ସ୍ୱାମୀ ନିତ୍ୟଚୈତ୍ୟ ନାମରେ ପରିଚିତ ଏବଂ ବର୍ତ୍ତମାନ ସେ ଯୁବ ପିଢ଼ିଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ଦିଗରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *