୬୦୦ ଟଙ୍କା ପାଇ ୧୩ ଲକ୍ଷ ହରାଇଲେ ଜଣେ ବ୍ୟକ୍ତି ।

କଣ ଆପଣ ବି ଚାକିରି ପାଇଁ ବ୍ୟସ୍ତ । କଣ ଆପଣ ବି ଘରେ ରହି ରୋଜଗାର କରିବାକୁ ଇଚ୍ଛୁକ କି ? ତେବେ ହୋଇ ଯାଆନ୍ତୁ ସାବଧାନ । ପ୍ରଥମେ ଭାବି ଚିନ୍ତି ତା ପରେ ବୁଝି ବିଚାରି ଘରେ ରହି କାମ କରନ୍ତୁ । କାରଣ ଏବେ ସୋସିଆଲ ମିଡିଆରେ ବଢୁଛି ଅନଲାଇନ୍ ଠକଙ୍କ ଦୌରାତ୍ମ୍ୟ । ଅତ୍ୟଧିକ ଲୋଭ ଦେଖାଇ ଠକୁଚନ୍ତି ଯୁବକ ମାନଙ୍କୁ । ହଁ ବନ୍ଧୁଗଣ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ବର୍ତ୍ତମାନ ଜଣେ ଯୁବକ ୬୦୦ ଟଙ୍କା ପାଇ ।

୧୩ ଲକ୍ଷ ଟଙ୍କା ହରାଇଛନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କିପରି ଅନଲାଇନ୍ ଠକ ଯୁବକଙ୍କୁ ଠକି ଥିଲେ । କିପରି ଯୁବକକୁ ପ୍ରଲୋଭିତ କରିଥିଲେ । ଏ ସବୁ ଉପରେ ଆସନ୍ତୁ ନଜର ପକାଇବା । ଯୁବକଙ୍କ କହିବା ଅନୁଯାୟୀ ପ୍ରଥମେ ତାଙ୍କୁ ହ୍ୱାଟସପ ରେ ଏକ ମ୍ୟାସେଜ ଆସିଥିଲା । ଯେଉଁ ମ୍ୟାସେଜ୍ ରେ ଲେଖା ଥିଲା ଘରେ ରହି ରୋଜଗାର କରନ୍ତୁ ।

କେବଳ ୟୁଟୁବୁ ଭିଡିଓକୁ ଲାଇକ ପ୍ରମୋଟ କରି ଘରେ ରହି ବିପୁଳ ପରିମାଣର ଟଙ୍କା ରୋଜଗାର କରନ୍ତୁ । ଯେତେବେଳେ ଯୁବକ ଏହି ମ୍ୟାସେଜ୍ ଦେଇଥିଲେ ସେତେବେଳେ ଯୁବକ ଜଣଙ୍କ ବେଶ୍ ଖୁସି ହୋଇଯାଇଥିଲେ । ଏହା ପରେ ଯୁବକ ଜଣଙ୍କ ମ୍ୟାସେଜରେ କୁହା ଯାଇଥିବା ପ୍ରୋସେସ ଅନୁଯାୟୀ ସବୁ କରିଥିଲେ । ଏବଂ ଏହା ପାରେ ଯୁବକଙ୍କୁ ଅନଲାଇନ୍ ଠକ ତାଙ୍କ ଟେଲିଗ୍ରାମ୍ ଠକ ତାଙ୍କ ଇଷ୍ଟାଗ୍ରାମ ଆଇଡ ସେୟାର କରିଥିଲେ ।

ତେବେ ଯୁବକଙ୍କୁ ସେହି ଲିଙ୍କ ସେୟାର କରି କୁହା ଯାଇଥିଲା କି ଏହି ଆଇଡି ରେ ପିନ କରିବା ପାଇଁ । ଯେତେବେଳେ ଯୁବକ ଜଣଙ୍କ ସେହି ଆଇଡି ରେ ମ୍ୟାସେଯ କରିଥିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ କଥା ହୋଇଥିଲେ ଆଉ କହିଥିଲେ ମୁଁ ହେଉଛି ଏହି କମ୍ପାନୀର ରେସିପସନନିଷ୍ଟ ।

ଆଉ ଏହା ପରେ ସେ ତାଙ୍କୁ କହିଥିଲେ ଯେ କି ତାଙ୍କ ପ୍ରସେସ ଫେଲୋ କରିବାକୁ । ଏହା ପରେ ଯୁବକ ଜଣଙ୍କ ସେହି ଠକଙ୍କ କହିବା ମୁତାବକ ସବୁ କରିଥିଲେ । ଯେତେବେଳେ ଯୁବକ ଜଣଙ୍କ ଗୃପ୍ରରେ ଆଡ ହେଲେ ସେତେବେଳେ ଯୁବକଙ୍କୁ କୁହାଗଲା କି ୟୁଟୁବୁ ଭିଡିଓକୁ ଲାଇକ ସବ ସକ୍ରାଇବ କରିବା ପାଇଁ ଯେତେବେଳେ ଯୁବକ ଜଣଙ୍କ ସେମାନଙ୍କ କଥାରେ ଲାଇକ ସେୟାର କଲେ ସେତେବେଳେ ଯୁବକଙ୍କ ଆକାଉଣ୍ଟକୁ ତିନି ସହ ତିନି ଶହ ଛ ସହ ଆସିଲା । ଏହା ପରେ ଠକ ମାନେ ଯୁବକଙ୍କ ସେହି ସାମାନ୍ୟ ବିଶ୍ୱାସ ଜିତିଲେ ।

ଆଉ ଏହା ପରେ ଯୁବକଙ୍କୁ ଅଧିକ ଅଧିକ ଟଙ୍କା ଲଗାଇବା ପାଇଁ କହିଲେ । ଏହା ପରେ ଯୁବକ ଜଣଙ୍କ ଅଧିକ ଟଙ୍କା ୟୁଟୁବୁ ରେ ଇଁଭେଷ୍ଟ କଲେ । ଯେତେବେଳେ ଯୁବକ ଜଣଙ୍କ ଟଙ୍କା ଲଗାଇ ଲଗାଇ 13ଲକ୍ଷ ଟଙ୍କା ୟୁଟୁବୁରେ ଲଗାଇଲେ ସେତେବେଳେ ଯୁବକ ଜଣଙ୍କ କେବଳ ଦେଇ ଚାଲିଥିଲେ ହେଲେ ଟଙ୍କା ରିଟର୍ଣ୍ଣ ଆସୁ ନଥିଲା

ଏହାକୁ ଦେଖି ଯୁବକ ଜଣଙ୍କ ଶେଷରେ ନିରାଶ ହେଲେ ଆଉ ଏହା ପରେ ଯୁବକ ଜଣଙ୍କ ଜାଣିଲେ ଯେ ସେ ଅନଲାଇନ୍ ଠକେଇ ର ଶିକାର ହୋଇଛନ୍ତି । ଆଉ ଏହା ପରେ ଯୁବକ ଜଣଙ୍କ ରାଗରେ ଆସି ସାଇବର ପୋଲିସର ଦ୍ୱାରସ୍ଥ ହୋଇଥିଲେ ତେବେ ଯୁବକଙ୍କ କହିବା ମୁତାବକ ତାଙ୍କର 13 ଲକ୍ଷ ଟଙ୍କା ସାଇବର ଠକ ଠକି ନେଇଛନ୍ତି । ତେବେ ଏହି ଟଙ୍କା ଆଉ ଯୁବକଙ୍କ ପାଖକୁ ଫେରିବ କି ନାହିଁ ତାହା ମଧ୍ୟ ଯୁବକ ଜାଣି ନାହାନ୍ତି ।

Leave a Reply

Your email address will not be published. Required fields are marked *