ଯାତ୍ରା ବେଳେ ଘଟିଗଲା ଅଭା-ବନୀୟ ଘ-ଟଣା , ଆଇଟମ ଗାର୍ଲ୍ ଉପରକୁ ଚପଲ ଉଠାଇଲେ ବୁଢ଼ା ମଉସା

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ପରିଚିତ ଯାତ୍ରା । ଅନେକ ଲୋକଙ୍କର ଯାତ୍ରା ପ୍ରିୟ ହୋଇଥାଏ ଆଉ ସେଥିପାଇଁ ଲୋକ ମାନେ ଯାତ୍ରା ଦେଖିବା ପାଇଁ ରାତ୍ରି ଅନିଦ୍ରା ମଧ୍ୟ ରହି ଯାଇଥାନ୍ତି । ବୁଢ଼ା ଠାରୁ ଆରମ୍ଭ କରି ଆଜିକାର ଛୋଟ ଛୋଟ ପିଲା ମାନେ ମଧ୍ୟ ଏହି ଯାତ୍ରା ପାଗଳ ହୋଇଥାନ୍ତି । ଲୋକେ ଯାତ୍ରା ଦେଖିବା ବେଳେ ଶୋଇ ପଡିଲେ ମଧ୍ୟ ତା ପୂର୍ବରୁ ହେଉଥିବା ଆଇଟମ ନାଚ ଦେଖିବା ପାଇଁ ପୁରାପୁରି ଅନାଇ ବସିଥାନ୍ତି । ତେବେ ଏପରି ପରିସ୍ଥିତିରେ କହିବାକୁ ଗଲେ ବର୍ତ୍ତମାନ ଆଇଟମ ନାଚ ବେଶୀ ପ୍ରସିଦ୍ଧ ଅଟେ , ଯାହା ଯାତ୍ରାର ମୂଲ୍ୟ ଅଧିକ ବଢାଇ ଦେଉଛି ।

ଅନ୍ୟ ପକ୍ଷରେ ବର୍ତ୍ତମାନ ସମୟରେ ଏହି ଯାତ୍ରାରେ ନାଚୁଥିବା ଆଇଟମ ଗାର୍ଲ୍ ମାନଙ୍କ ବିଷୟରେ ସମସ୍ତେ ଜାଣିଥିବେ । ତେବେ ବର୍ତ୍ତମାନ ସମୟରେ ସମସ୍ତଙ୍କ ଆଗରେ ପରିଚିତ ହୋଇ ସାରିଥିବା ନିଶା ମହାରଣା , ରାଣୀ ପ୍ରିୟଦର୍ଶିନୀଙ୍କ ଉପରେ ଆଉ ଜଣେ ଆଇଟମ ଗାର୍ଲ୍ ଚର୍ଚ୍ଚାରେ । ଯାହାଙ୍କ ଉପରକୁ ଜଣେ ବୁଢ଼ା ଚପଲ ଉଠାଇଛନ୍ତି । ଆଉ ତାହା ପୁଣି ଯାତ୍ରା ଚାଲୁଥିବା ସମୟରେ । ସର୍ବ ସାଧାରଣ ମାନଙ୍କ ଆଗରେ ମଉସା ଆଇଟମ ଗାର୍ଲ୍ ପୀହୁଙ୍କ ଉପରକୁ ଚପଲ ଉଠାଇବା ପାଇଁ ଟିକିଏ ମଧ୍ୟ କୁଣ୍ଠାବୋଧ କରି ନଥିଲେ । ତେବେ ଏପରି ଘ-ଟଣା ଦେଖିବାକୁ ମିଳିଥିଲା , ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ । ଓଡ଼ିଶା ତାରକା ଯାତ୍ରା ମଞ୍ଚକୁ ଆସିଥିଲେ ଅଭିନେତ୍ରୀ ପିହୁ ।

ଯିଏକି ମଞ୍ଚ ଉପରକୁ ଆସିବା ମାତ୍ରେ ନିଜର ଆଇଟମ ନାଚ ଦେଖାଇବା ଆରମ୍ଭ କରିଥିଲେ । ଆଉ ପ୍ରଥମ ଗୀତ ବାଜିଥିଲା ନରମ ନରମ ନିଆଳି ଛେନା । ଯାହାର ତାଳେ ତାଳେ ନାଚିବାକୁ ଲାଗିଥିଲେ ପିହୁ । ଆଉ ତାପରେ ନିଜର ନରମ ନରମ ଅଣ୍ଟା ହଲାଇବାକୁ ଆରମ୍ଭ କରି ଦେଇଥିଲେ । ତେବେ ଏହାରି ମଧ୍ୟରେ ଆଗରେ ବସିଥିବା ମଉସାଙ୍କ ଉପରେ ନଜର ପଡ଼ିଥିଲା ପୀହୁଙ୍କର । ସେ ତାଙ୍କୁ ଦେଖି ତାଙ୍କ ପାଖକୁ ଯିବାକୁ ଲାଗିଥିଲେ ଆଉ ନିଜ ଆଡକୁ ଡ଼ାକି ଥିଲେ । ଯାହାକୁ ଦେଖିବା ପରେ ମଉସାଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା ।

ଆଉ ସାଙ୍ଗେ ସାଙ୍ଗେ ନିଜ ଗୋଡର ଜୋତା ବାହାର କରି ସେ ପୀହୁଙ୍କୁ ଦେଖାଇ ଥିଲେ । ଆଉ ସାଙ୍ଗେ ସାଙ୍ଗେ ପିହୁ ଯାତ୍ରା ବନ୍ଦ କରି କହିଥିଲେ କି , ମଉସାଙ୍କୁ ପଛକୁ ଯିବା ପାଇଁ । ଆଉ ଯାତ୍ରା ପାର୍ଟିର ସିକ୍ୟୁରିଟି ମାନେ ମଧ୍ୟ ଆସି ମଉସାଙ୍କୁ ପଛକୁ ଯିବାକୁ କହିଥିଲେ କିନ୍ତୁ ମଉସା କହିଥିଲେ କି , ମୁଁ ଟିକେଟ କାଟିଛି ଆଗରେ ବସିବା ପାଇଁ , କାହିଁକି ପଛକୁ ଯିବି । ତେବେ ଏହାପରେ କିଛି ସମୟ ପରେ ସବୁ କୋହଳ ହୋଇଥିଲା ଏବଂ ଆଉ ଥରେ ଯାତ୍ରା ଆରମ୍ଭ ହୋଇଥିଲା ।

Leave a Reply

Your email address will not be published. Required fields are marked *