ଫାଇଦା ମାରୁଛି ଛତିଶଗଡ ଉବୁଟୁବୁ ହେଲାଣି ଓଡ଼ିଶା ।

ପାଣିରେ ଭାସିବା ଆରମ୍ଭ କଲାଣି ଓଡ଼ିଶା । ଓଡ଼ିଶାର ସବୁ ନଦୀ ଧୀରେ ଧୀରେ ଫୁଲିକି ଆଁ କରିବାକୁ ଲାଗିଲାଣି । ହଁ ବନ୍ଧୁଗଣ ଛତିଶ ଗଡ଼ ସବୁ ଗେଟ୍ ଖୋଲିଦେବା ପରେ ହନ୍ତସନ୍ତ ହେଲେଣି ଓଡ଼ିଶା ବାସୀ । କାରଣ ଛତିଶ ଗଡର ସବୁ ପାଣି ଓଡ଼ିଶା ଭିତରକୁ ପ୍ରବେଶ କରି ସାରିଲାଣି । ଏପଟେ ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଇବାକୁ ଲାଗିଥିଲା । ଆଉ ଯାହା ଫଳରେ ଏବେ ଓଡ଼ିଶା ଉବୁଟୁବୁ ହେବାକୁ ବସିଲାଣି ।

କାରଣ ଉପର ମୁଣ୍ଡରେ ଅଧିକ ବର୍ଷା ହେବା ଦ୍ଵାରା ଯେତେବେଳେ ହୀରାକୁଦ ନିଜର ପାଣି ଅଟକାଇବାକୁ ଅକ୍ଷମ ହେଲା ସେତେବେଳେ ହୀରାକୁଦ ପାଣି ଛାଡ଼ିବା ଆରମ୍ଭ କଲା । ଆଉ ହୀରାକୁଦ ପାଣି ଓ ଛତିଶ ଗଡର ପାଣି ମିଶି ଓଡ଼ିଶାରେ ପାଣି ଲହଡ଼ି ଖେଳୁଛି । ଛତିଶ ଗଡ ପାଣି ଛାଡି ମଜା ନେଉଥିବା ବେଳେ ଓଡ଼ିଶା ବାସୀଙ୍କୁ ପାଣି ହନ୍ତସନ୍ତ କରୁଛି । କେଉଁଠି ପାଣିରେ ଗାଈ ଭାଷୀ ଯାଉଛନ୍ତି ତ ଆଉ କେଉଁଠି ପାଣିରେ ଘର ଦ୍ଵାରା ଭାସିଯିବାକୁ ବସିଲାଣି ।

ତେବେ ଏହାରି ଭିତରେ ଏବେ ଓଡ଼ିଶାରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଆଉ ଲୋକେ କହୁଛନ୍ତି ଆଉ ପାଣି ଛାଡନି ଅଧିକ ପାଣି ଛାଡ଼ିଲେ ଆମେ ତଳିଆ ଅଞ୍ଚଳର ଲୋକେ ଭାଷୀ ଯିବୁ ଅନେକ ଅସୁବିଧାର ସମ୍ମୁଖିନ ହେବୁ । ଆଉ ଏହି କଥା ଯେତେବେଳେ ଛତିଶ ଗଡ ଶୁଣିଛି ସେ ଓଡ଼ିଶା କଥା ଆଦୌ ଟିକେ ଭାବୁନି । ନିଜର ସୁବିଧା ପାଇଁ ପାଣି ପରେ ପାଣି ଛାଡିବାରେ ଲାଗିଛି । ତେବେ ବନ୍ଧୁଗଣ ଏବେ ଓଡ଼ିଶାର ସବୁ ନଦୀ ଫୁଲି ଉଠୁଛି । ତଳିଆ ଅଞ୍ଚଳର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଲେଣି ।

ଆଉ ଓଡ଼ିଶାରେ ଅଥଳ ଅକାତ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ ଓଡ଼ିଶା ବାସୀ ପାଣିରେ ହନ୍ତ ସନ୍ତ ହେଉଥିବା ବେଳେ ଛତିଶ ଗଡ ତାର ସବୁ ପାଣି ଓଡ଼ିଶାକୁ ଛାଡ଼ି ଦେଇ ମାଛ ଧରିବାରେ ଲାଗି ପଡ଼ିଛି । ଯାହା ଫଳରେ ଓଡ଼ିଶା ବାସି ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଆଉ ଏହାକୁ ଦେଖି ବର୍ତ୍ତମାନ ତଳିଆ ଅଞ୍ଚଳର ଲୋକେ ଭୟରେ ଅଛନ୍ତି । ଯଦି ଆଗକୁ ଛତିଶ ଗଡ ଆହୁରି ପାଣି ଛାଡ଼ି ଦିଏ ତାହାଲେ କଣ ହେବ ଓଡ଼ିଶାବାସୀଙ୍କ ଅବସ୍ଥା ତାହାକୁ ନେଇ ଭୟଭୀତ ଓଡ଼ିଶା ବାସୀ ।

Leave a Reply

Your email address will not be published. Required fields are marked *