IAS ହେବା ପାଇଁ ଇଚ୍ଛା , ଦର ପୋ-ଡ଼ା ଦେହ ନେଇ ହସ୍ପିଟାଲ ବେଡରେ କରୁଛନ୍ତି ସଂ-ଘର୍ଷ

ପୋଡ଼ି ଯାଇଛି ଦେହ କିନ୍ତୁ ପୋ-ଡ଼ି ଯାଇ ନାହିଁ ଆଖିରେ ଦେଖିଥିବା ସ୍ବପ୍ନ । ବଡ ମଣିଷ ହୋଇ ବାପା ମାଆଙ୍କ ନାମ ରଖିବା ପାଇଁ ଇଚ୍ଛା ଆଉ ଯେଉଁଥି ପାଇଁ ଆଜି ବି ସେହି ହସ୍ପିଟାଲ ବେଡ୍ ରେ ବସି ପାଠ ପଢ଼ୁଛନ୍ତି ମହିଳା । ତେବେ ହଁ ଆଜ୍ଞା ଏହି କାହାଣୀ ଆପଣଙ୍କ ଆଖିରେ ଆଣି ଦେଇପାରେ ଲୁ-ହ । କିନ୍ତୁ କଥାଟି ସତ । ଜଣେ ମହିଳାଙ୍କୁ ଏପରି ଅବସ୍ଥାରେ ଦେଖିବା ପରେ ଆପଣ କା-ନ୍ଦି ପକାଇବେ। ଅଧା ପୋ-ଡ଼ା ଦେହ ନେଇ ସେ କ-ଷ୍ଟ କରିବାରେ ଲାଗିଛନ୍ତି । ତାଙ୍କ ସଂଘ-ର୍ଷକୁ ଦେଖି ଆପଣ ବି କରିବେ ସଲାମ।

ତେବେ ଆମେ କହୁଛୁ ପୀଡ଼ିତା ରଶ୍ମିତା ପାଣଗ୍ରାହୀଙ୍କ କଥା । ୨୦୧୫ ମସିହା ମେ ୮ ତାରିଖରେ ରାୟଗଡ଼ା ଜିଲ୍ଲାରେ ବିବାହ କରି ରଶ୍ମିତା । ଏହାରି ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ତାଙ୍କ ଉପରେ ଯୌ-ତୁକ ନିର୍ଯା-ତନା । ବାରମ୍ବାର ଯୌ-ତୁକ ପାଇଁ ଶାଶୁ ଘରେ ତାଙ୍କୁ କରି ଚାଲିଥିଲେ ହଇ-ରାଣ ଆଉ ଦେଇ ଚାଲିଥିଲେ ଯ-ନ୍ତ୍ରଣା । ତଥାପି ରଶ୍ମିତା ହାରି ନଥିଲେ ସଂ-ଘର୍ଷ କରି ଚାଲିଥିଲେ । ଯେତେ ମା-ଡ଼ ଖାଇଲେ ବି ସେ ଛାତିରେ ଲୁ-ଚାଇ ରଖିଥିଲେ ଆଉ ଶାଶୁ ଘରେ ରହି ଯାଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ପ୍ରକୃତ ଯ-ନ୍ତ୍ରଣା।

ରଶ୍ମିତାଙ୍କ କୋଳକୁ ଆସିଥିଲା କୁନି ଝିଅ । ଯାହାକୁ ଦେଖିବା ପରେ ଶାଶୁ ଘର ଲୋକଙ୍କ ଦେହ ଗରମ ହୋଇ ଯାଇଥିଲା । କାହିଁକି ନା ତାଙ୍କୁ ଦରକାର ଥିଲା ପୁଅ । ଆଉ ଯାହା ପରେ ସେମାନେ ରଶ୍ମିତାଙ୍କୁ ଜୀବନରୁ ମା-ରି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ଅକ୍ଟୋବର ୨୮ ୨୦୨୨ ମସିହାରେ ସ୍ଵାମୀ ଏବଂ ଦେଢ଼ଶୁର ମିଶି ରଶ୍ମିତାଙ୍କ ଉପରକୁ କିରୋସିନି ଫୋପାଡ଼ି ଦେଇଥିଲେ । ଆଉ ନି-ଆଁ ଲଗାଇ ଦେଇଥିଲେ । ଯାହା ପରେ ରଶ୍ମିତାଙ୍କ ଚିକିତ୍ସା କଟକ ମେଡିକାଲରେ କରା ଯାଇଥିଲା । ତାଙ୍କ ଦେହର ୬୫ ପ୍ରତିଶତ ପୋ-ଡ଼ି ଯାଇଛି ।

ତଥାପି ହାର୍ ମାନି ନାହାଁନ୍ତି ରଶ୍ମିତା । ସେହି ହସ୍ପିଟାଲ ବେଡ଼ରେ IAS ହେବାର ସ୍ବପ୍ନକୁ ପୂରଣ କରିବା ପାଇଁ ଲାଗି ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ୩ଟି ଅପରେସନ ହୋଇ ସାରିଲାଣି । ଆହୁରି ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିବ । ତଥାପି ସେ ୨୦୨୪ ମସିହାରେ ହେବାକୁ ଥିବା IAS ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସମାଜର ଲୋକଙ୍କ କଥା କହି ସେ କହିଛନ୍ତି କି , ଲୋକେ ସଫଳ ହେଲେ ବି ପଛରେ କହିବେ ଆଉ ବିଫଳ ହେଲେ ବି । ତେଣୁ ସେମାନଙ୍କ କଥାକୁ ଖାତିର ନ କରି ଆଗକୁ ବଢିବା ହିଁ ଠିକ୍

Leave a Reply

Your email address will not be published. Required fields are marked *