ଏହି ସର୍ତ୍ତରେ ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ନୀତା ଅମ୍ବାନୀ, ଜାଣନ୍ତୁ କ’ଣ ଥିଲା ସର୍ତ୍ତ:-

ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି । ଆଜ୍ଞା ହଁ, ବେଳେବେଳେ ତାଙ୍କ ବ୍ୟବସାୟର ଚର୍ଚ୍ଚା ହୁଏ ତ ବେଳେବେଳେ ଅନ୍ୟ କୌଣସି ବିଷୟରେ ହୁଏ, କିନ୍ତୁ ଏହି ପରିବାରରେ ସର୍ବାଧିକ ଚର୍ଚ୍ଚାର ବିଷୟ ସୃଷ୍ଟି କରନ୍ତି ତାଙ୍କ ପତ୍ନୀ ନୀତା ଅମ୍ବାନୀ । ଆପଣଙ୍କୁ କହିରଖୁଛୁ ଯେ ମୁକେଶ ଅମ୍ବାନୀ ଏତେ ବଡ ବ୍ୟବସାୟ କରୁଥିବାବେଳେ ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ତାଙ୍କୁ ଏହି ବ୍ୟବସାୟରେ ସମର୍ଥନ କରନ୍ତି ଏବଂ ମୁକେଶ ଅମ୍ବାନୀଙ୍କ ସହ ପାଦରେ ପାଦ ମିଶାଇ ଚାଲନ୍ତି ।

କେବଳ ଏତିକି ନୁହେଁ ବରଂ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ଦାମୀ ସଉକ ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଆମେ ଆପଣଙ୍କୁ କହିରଖୁଛୁ ଯେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପ୍ରେମ କାହାଣୀ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ଏକ ମଧ୍ୟବିତ୍ତ ପରିବାରର ନିତାଙ୍କୁ ମୁକେଶଙ୍କ ପାଇଁ କୋକିଲାବେନ୍ ଏବଂ ଧୀରୁବାଇ ଅମ୍ବାନୀ ନିଜେ ଚୟନ କରିଥିଲେ । ତେବେ ଆସନ୍ତୁ ଜାଣିବା ଉଭୟଙ୍କ ପ୍ରେମ କାହାଣୀ ଏବଂ ସେହି ସର୍ତ୍ତ ବିଷୟରେ ଯାହା ପୂରଣ ହେବା ପରେ ହିଁ ନୀତା ଅମ୍ବାନୀ ବିବାହ କରିବାକୁ ରାଜି ହୋଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀଙ୍କ ଆରେଞ୍ଜ ମ୍ୟାରେଜ୍ 1985 ମସିହା ମାର୍ଚ୍ଚ 8 ରେ ହୋଇଥିଲା । କିନ୍ତୁ ଏହି ବିବାହ ପଛରେ ଏକ କାହାଣୀ ଅଛି । ଆଜ୍ଞା ହଁ, ଥରେ ନୀତା ଅମ୍ବାନୀ ଏକ ସାକ୍ଷାତକାରରେ କହିଥିଲେ ଯେ ସେ କିପରି ମୁକେଶ ଅମ୍ବାନୀଙ୍କୁ ଭେଟିଥିଲେ । ଏହି ସମୟରେ ନୀତା ଅମ୍ବାନୀ କହିଥିଲେ ଯେ, “ମୋତେ ମୋର ଶଶୁର ଧୀରୁଭାଇ ଅମ୍ବାନୀ ଏବଂ ଶାଶୁ କୋକିଲା ବେନ୍ ଏକ ଡ୍ୟାନ୍ସ ପ୍ରୋଗ୍ରାମରେ ଦେଖିଥିଲେ ଏବଂ ସେମାନେ ମୋର ନୃତ୍ୟକୁ ବହୁତ ପସନ୍ଦ କରିଥିଲେ ।

କେବଳ ଏତିକି ନୁହେଁ ନୀତା ଅମ୍ବାନୀ ଆହୁରି ମଧ୍ୟ କହିଥିଲେ ଯେ ସେହି କାର୍ଯ୍ୟକ୍ରମ ପରେ ସେମାନେ ମୋ ବାପାଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ଏହା ମୋ ପରିବାର ସଦସ୍ୟଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଏହା ସ୍ୱାଭାବିକ ଯେ ଯେତେବେଳେ ଦେଶର ଏତେ ବଡ ବ୍ୟବସାୟୀ ମୋ ଘରକୁ କଲ୍ କରିବେ ଏବଂ ତାଙ୍କ ବଡ ପୁଅ ପାଇଁ ମୋ ହାତ ମାଗିବେ, ତେବେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହିଁ ଲାଗିବ, କିନ୍ତୁ ନୀତା ଆହୁରି ମଧ୍ୟ କହିଛନ୍ତି ଯେ ଏହା ମୋ ପାଇଁ ଖୁସି ସହ ଟେନସନର ଖବର ମଧ୍ୟ ଥିଲା ଏବଂ ଟେନସନ ଥିଲା କି ବିବାହ ପରେ ମୋର ଚାକିରୀ ନଚାଲିଯାଉ ।

ଏଭଳି ପରିସ୍ଥିତିରେ ନୀତା ଅମ୍ବାନୀ ମୁକେଶ ଅମ୍ବାନୀଙ୍କୁ ବିବାହ କରିବା ପାଇଁ ଧୀରବାଇ ଏବଂ କୋକିଲାବେନଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ । ବାସ୍ତବରେ, ନୀତା ଅମ୍ବାନୀ ଏକ ବିଦ୍ୟାଳୟରେ ଶିକ୍ଷଯତ୍ରୀ ଥିଲେ ଏବଂ ସେ ବିଦ୍ୟାଳୟରେ ପଢ଼ାଇବା ପାଇଁ ମାସକୁ 800 ଟଙ୍କା ପାଉଥିଲେ, ଏବଂ ନୀତା ଅମ୍ବାନୀଙ୍କର ନୃତ୍ୟ ପ୍ରତି ମଧ୍ୟ ବହୁତ ଆଗ୍ରହ ଥିଲା ଏବଂ ସେ ଭାରତନାଟ୍ୟମ୍ ରେ ପାରଙ୍ଗମ ଥିଲେ ।

ତେବେ ନୀତା ଅମ୍ବାନୀ ଶାଶୁଘର ଲୋକଙ୍କ ସମ୍ମୁଖରେ ସର୍ତ୍ତ ରଖିଥିଲେ ଯେ ଯଦି ତାଙ୍କୁ ଏହି କାମ କରିବାକୁ ଅନୁମତି ଦିଆଯାଏ ତେବେ ସେ ବିବାହ କରିବେ । ତେବେ ଏହା ପରେ ମୁକେଶ ଏବଂ ତାଙ୍କ ପରିବାର ଏହି ସର୍ତ୍ତରେ ରାଜି ହୋଇଥିଲେ । ତା’ପରେ ନୀତା ଅମ୍ବାନୀ ଏହି ପରିବାରର ବୋହୂ ହୋଇଥିଲେ ଏବଂ ବିବାହ ପରେ ନୀତା ଅମ୍ବାନୀ ଏକ ପ୍ରାଇଭେଟ୍ ବିଦ୍ୟାଳୟରେ ପଢ଼ାଇବା ଆରମ୍ଭ କରିଥିଲେ ।

Leave a Reply

Your email address will not be published. Required fields are marked *