ସାକ୍ଷାତକାରରେ ମୁଁହ ଖୋଲିଲେ ପ୍ରକୃତି ମିଶ୍ର , ନିଜ ମନର ବେଦନାକୁ ବଖାଣିଲେ ସେ

ଓଲିଉଡର ଜଗତର ଚର୍ଚ୍ଚିତ ଚେହେରା ତଥା ଛୋଟ ବେଳରୁ ପରଦାରେ ନିଜର ଟ୍ୟାଲେଣ୍ଟ ଦେଖାଇଥିବା ଜଣେ ଝିଅ ହେଉଛନ୍ତି ପ୍ରକୃତି ମିଶ୍ର । ସଦାବେଳେ ଲୋକ ମାନେ ତାଙ୍କ ଅଭିନୟକୁ ଭଲ ପାଇ ଆସୁଛନ୍ତି । କାହିଁକି ନା ତାଙ୍କ ଅଭିନୟରେ ଏକ ଯାଦୁ ରହିଥିବା କଥା ସମସ୍ତେ କହିଥାନ୍ତି । କେବଳ ଅଭିନୟ ନୁହେଁ , ଗୀତ , ନାଚ ସବୁଥିରେ ସେ ପାରଙ୍ଗମ । ସେଥିପାଇଁ ତ ସମସ୍ତ ଲୋକଙ୍କ ପ୍ରିୟ ହୋଇ ସେ ରହିଛନ୍ତି । କେବଳ ଓଲିଉଡ଼ ଜଗତରେ ନୁହେଁ , ବଲିଉଡରେ ମଧ୍ୟ ସେ ନାମ କମାଇ ସାରିଛନ୍ତି ।

ତେବେ ଆପଣ ଜାଣିଥିବେ ଯେ , ବର୍ଷକ ତଳେ ସେ ହଠାତ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଥିଲେ । ରାସ୍ତା ଉପରେ ସେ ବେଜିତ୍ ହୋଇଥିଲେ । କାହିଁକି ନା ଜଣେ ପ୍ରସିଦ୍ଧ ଓଡ଼ିଆ ହିରୋଙ୍କ ସହିତ ତାଙ୍କ ନାମ ଯୋଡା ଯାଇଥିଲା । ହିରୋଙ୍କ ସହିତ ତାଙ୍କର ସ-ମ୍ପର୍କ ରହିଥିବା କଥା ଖୋଲାଖୋଲି ଭାବରେ ଜଣା ପଡିଥିଲା । ଯାହାପରେ ସେହି ହିରୋଙ୍କ ସ୍ତ୍ରୀ ତାଙ୍କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ମା-ଡ଼ ମା-ରିଥିଲେ । ଯାହା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଥିଲା ।

ତେବେ ପୁଣିଥରେ ସେହି କଥା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । କାହିଁକି ନା ପ୍ରକୃତି ମିଶ୍ର ବର୍ତ୍ତମାନ ସମୟରେ ନିଜ ମନର ବେଦନାକୁ ସୋସିଆଲ ମିଡ଼ିଆରେ ପ୍ରକାଶ କରିଛନ୍ତି । ତେବେ ଏହାକୁ ଏକ ଗୀତ ମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ସେ ନିଜେ ଏକ ଗୀତ ଲେଖିଛନ୍ତି ଆଉ ତାକୁ ଗାଇଛନ୍ତି ମଧ୍ୟ । ତେଣୁ ଏହାକୁ ନେଇ ବର୍ତ୍ତମାନ ସେ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁଯାୟୀ , ତାଙ୍କ ଗୀତ ବହୁତ ଜଲଦି ରିଲିଜ୍ ହେବ । ଯାହାକୁ ସାରା ଭାରତ ଶୁଣିବ , ତାଙ୍କ ମନର ବେଦନା ଆଉ କଷ୍ଟ ଏ ସାରା ଦୁନିଆଁ ଶୁଣିବ ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ ସେ କହିଛନ୍ତି କି , ଜଣେ ନିକ୍କମା ହିରୋକୁ ଭଲ ପାଇ ତାଙ୍କ ଜୀବନ ବ-ର୍ବାଦ ହୋଇଗଲା । ଯାହାଙ୍କ ସହିତ ସେ ଦୁଇ ବର୍ଷ ସମ୍ପ-ର୍କରେ ରହିଥିଲେ , ସେ ହିଁ ତାଙ୍କୁ ଧୋକା ଦେଇ ଚାଲିଗଲେ । ଆଉ ଯାହାଙ୍କ ପାଇଁ ତାଙ୍କୁ ବିଚ୍ ରାସ୍ତାରେ ନିଜର ଇ-ଜ୍ଜତ ଆଉ ସମ୍ମାନ ହରାଇବାକୁ ପଡ଼ିଲା। ସେହି ସବୁ ଜିନିଷକୁ ଭୁଲିବା ପାଇଁ ତାଙ୍କୁ ବହୁତ ସମୟ ଲାଗିଗଲା । ଆଉ ବର୍ତ୍ତମାନ ମଧ୍ୟ ସେହି ସବୁ ଜିନିଷ ତାଙ୍କୁ କ-ଷ୍ଟ ଦେଇ ଚାଲିଛି । ତେଣୁ ସେ କଣ କରିବେ ଆଉ ଜାଣି ପାରୁ ନାହାଁନ୍ତି। ତେଣୁ ତାଙ୍କୁ ଦୃଢ଼ ହେବାକୁ ପଡିବ ଆଉ ଆଗକୁ ବଢ଼ିବାକୁ ପଡ଼ିବ । ତେଣୁ ସେ ସେହି ଗୀତ ମଧ୍ୟରେ ନିଜର କଷ୍ଟ ବ୍ୟକ୍ତ କରିଛନ୍ତି ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି ।

Leave a Reply

Your email address will not be published. Required fields are marked *