ଏଭଳିବି ଭାଗ୍ୟ ବଦଳି ପାରେ । ଲିଙ୍ଗରାଜ ମନ୍ଦିର ବାହାରେ ବସି ମାଗୁଥିଲେ ଭିକ । ଆଉ ଏକ ଗାଇବେ ଅଲିଉଡ଼ ଇଣ୍ଡଷ୍ଟ୍ରି ପାଇଁ ଗୀତ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଜଣେ ଅତି କମ ବୟସର ମହିଳା । ମାତ୍ର ୧୯ ବର୍ଷ ବୟସରେ ନିଜର ଏକ ବର୍ଷର କୁନି ପିଲାକୁ ଧରି ଜୀବନ ସଂ-ଘର୍ଷ କରି ଚାଲିଛନ୍ତି । ଏତେ ବର୍ଷ ଜୀବନରେ ପରୀକ୍ଷା ଦେଇ ଶେଷରେ ଭଗବାନଙ୍କ ଦୟାରୁ ତାଙ୍କୁ ନିଜ ଜୀବନ ବଦଳାଇବା ପାଇଁ ଏକ ସୁଯୋଗ ମିଳିଛି କହିଲେ ଚଳେ । ଆଉ ବୁଦ୍ଧିମାନର କାମ ଏହା ଯେ ସେ ଏହି ସୁଯୋଗକୁ ହାତଛଡ଼ା କରି ନାହାଁନ୍ତି ଏବଂ ନିଜର ସମ୍ପୂର୍ଣ୍ଣ ସାମ୍ୟର୍ଥ ଏବଂ କ୍ଷମତା ଲଗାଇ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏବଂ ନିଜ ପିଲାର ଭବିଷ୍ୟତ ଏବଂ ଭଲରେ ପୋଷଣ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କହିରଖିବୁ ଯେ ନିକଟରେ ଲିଙ୍ଗରାଜ ମନ୍ଦିର ସାମ୍ନାରେ ପ୍ରତ୍ୟେକ ଦିନ ଭିକ ମାଗୁଥିବା ଜଣେ ମହିଳାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଆଉ ବର୍ତ୍ତମାନ ସେ ଏକ ମ୍ୟୁଜିକ ରେ-କର୍ଡ଼ିଂ ପାଇଁ ଅଫର ପାଇଛନ୍ତି । ଯେଉଁଥି ପାଇଁ ସେ ଭଗବାନଙ୍କୁ କୃତଜ୍ଞତା ଜଣାଇବା ସହିତ ତାଙ୍କର ସୁଯୋଗ ମିଳିବାରେ ଯେଉଁ ମାନଙ୍କ ହାତ ଏବଂ ସବୁ ମିଡ଼ିଆଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ତାଙ୍କ ପରିବାର କହିଲେ ତାଙ୍କ ମା ଏବଂ ତାଙ୍କ ବ୍ୟତୀତ ଅନ୍ୟ ଚାରି ଭଉଣୀ । ସେମାନଙ୍କ ମଧ୍ୟରୁ ତାଙ୍କ ସହିତ ଅନ୍ୟ ତିନି ଭଉଣୀ କାମ କରୁଥିବା ବେଳେ ଅନ୍ୟ ଜଣେ ଭଉଣୀ ଘରେ ରହନ୍ତି । ଟଙ୍କା ଅଭାବରୁ ତାଙ୍କ ମା’ ପାଠ ପଢ଼ାଇ ପାରି ନଥିଲେ ।ସେ ଭୁବନେଶ୍ୱରରେ ରହି ମାତ୍ର ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଆଉ କିଛିବର୍ଷ ହେବ ଲିଙ୍ଗରାଜ ମନ୍ଦିର ସାମ୍ନାରେ ନିଜର ଆମ ବର୍ଷର କୁନି ପିଲାକୁ ଧରି ଭିକ ମାଗି ପେଟ ପୋଷୁଛନ୍ତି । ଘର ତାଙ୍କର ବାଲେଶ୍ଵର ।

ମାତ୍ର ପିଲା ଛୋଟ ହୋଇଥିବାରୁ କେହିବି ବାଲେଶ୍ୱରରେ ତାଙ୍କୁ କାମ ଦେଇ ନଥିଲେ । ଆଉ ପରେ ସେ ଭୁବନେଶ୍ବର ପଳାଇ ଆସିଥିଲେ । କିନ୍ତୁ ତାଙ୍କୁ ମ୍ୟୁନିସିପାଲଟି ଏରିଆ କହି ଆଗରୁ ଇନ୍ଦିରାବାସ ଘର ମିଳିନଥିବା କଥା ମଧ୍ୟ କହିଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କୁ ଯେଉଁ ସୁଯୋଗ ମିଳିଛି ସେଥିରେ ସେ ଖୁବ ଖୁସି ବ୍ୟକ୍ତ କରିଛନ୍ତି ଏବଂ ସେ କହିଛନ୍ତି ଯେ ବର୍ତ୍ତମାନ ସେ କେବଳ ତାଙ୍କ ପରିବାର ପାଇଁ ଏକ ଘର କରିବାକୁ ଚାହୁଁଛନ୍ତି ।

Leave a Reply

Your email address will not be published. Required fields are marked *