ପୁଅ ବଦଳରେ ବୋହୂକୁ ବାହା ହେଲେ ବାପା, ଶ୍ବଶୁର ହେଲା ସ୍ବାମୀ।

ବିବାହ ସମୟରେ ଜାଣନ୍ତ ରେ ହେଉ କି ଅଜାଣନ୍ତରେ ହେଉ କିଛି ନା କିଛି ଭୁଲ୍ ହେଇଯାଏ। ବେଳେବେଳେ ବର ପକ୍ଷ ରୁ ହେଉ କିମ୍ଵା କନ୍ୟା ପକ୍ଷ ରୁ ଝ-ଗଡ଼ା ଏତେ ଭ-ୟଙ୍କର ମୋଡ଼ ନେଇଯାଏ ଯେ ବିବାହ ଭାଙ୍ଗି ଯାଏ। କିନ୍ତୁ ବହାଘର ଭିତରେ ଏମିତି ଏକ ଭୁଲ ହେଇଯିବ ସେ କଥା ଆପଣ ମାନେ ସ୍ବପ୍ନ ରେ ମଧ୍ୟ ଭାବି ନଥିବେ। ଏମିତି ଏକ ଅଦ୍ଭୂତ ବିବାହ ଅଷ୍ଟ୍ରେଲିଆରେ ଘ-ଟିଛି। କନ୍ୟା ନିଜ ବିବାହର ସବୁ କଥା ଗୋଟେ ରେଡିଓ ଶୋ’ରେ ପ୍ରକାଶ କରିଛନ୍ତି।

ରେଡିଓ ଶୋକୁ ସମସ୍ତେ ନିଜ ନିଜର ମନର କଥା ଏବଂ ନିଜର ପୁରୁଣା ସ୍ମୃତି ବାଣ୍ଟିବା ପାଇଁ ଫୋନ୍ କରନ୍ତି। ସେମିତି କିଛି ଦିନ ତଳେ କିମ୍ ନାମରେ ଜଣେ ସ୍ତ୍ରୀ ଲୋକ ରେଡିଓ ଶୋକୁ ଫୋନ କରି କହିଲେ ମୁଁ ଏବଂ ମୋ ସ୍ଵାମୀ ପ୍ରଥମେ ବୈଦିକ ରୀତିନୀତି ଅନୁସାରେ ବିବାହ କଲୁ।

ତାପରେ ଆମେ କୋର୍ଟରେ ବାହା ହେବାପାଇଁ ପାଇଁ ଆମ ପରିବାର ଲୋକ ଏବଂ ମୋ ଶ୍ବଶୁର ଏବଂ ଶାଶୂ ଯାଇଥିଲେ। କୋର୍ଟ ମ୍ୟରେଜ୍ ପାଇ ଦୁଇ ଜଣ ବର କନ୍ୟା ସହିତ ସାକ୍ଷୀ ଭାବରେ ଦସ୍ତଖତ କରିବା ପାଇଁ ଆଉ ଦୁଇ ଜଣ ମଧ୍ୟ ଜରୁରୀ। କିମ ତାଙ୍କ ମା ଏବଂ ତାଙ୍କ ସ୍ୱାମୀଙ୍କ ପିତାଙ୍କୁ ସାକ୍ଷୀ ଭାବରେ ମନୋନୀତ କଲେ। ନିର୍ଦ୍ଦିଷ୍ଟ ସମୟରେ ବିବାହ ପଞ୍ଜିକରଣ କରାଗଲା।

କୋର୍ଟ ଅଧିକାରୀ ଯେଉଁ ଯେଉଁ ସ୍ଥାନରେ ଦସ୍ତଖତ କରିବାକୁ ପଡିବ ବୁଝେଇକି ସମସ୍ତଙ୍କୁ କହିଲେ। ଦରକାରୀ ସାର୍ଟିଫିକେଟ୍ ମଧ୍ୟ ଦିଆଗଲା। କିନ୍ତୁ ଭୁଲ ବଶତଃ ଶ୍ବଶୁର ସାକ୍ଷୀ ଦସ୍ତଖତ କରିବା ସ୍ତମ୍ଭ ଛାଡ଼ି ସ୍ବାମୀ ଜାଗାରେ ଦସ୍ତଖତ କରିଦେଇ ଥିଲେ। ସମାନ ସ୍ତମ୍ଭରେ ସ୍ୱାମୀ ମଧ୍ୟ ଦସ୍ତଖତ କରିଥିଲେ। ଦସ୍ତଖତ କରିବା ସମୟରେ କେହି ଲକ୍ଷ୍ୟ କରିନଥିଲେ। କିନ୍ତୁ ପରେ ଜଣା ପଡ଼ିବା ପରେ ଆଉ ଥରେ ରି-ପୋର୍ଟ ହେଇ ତ୍ରୁ-ଟି ସଂଶୋ-ଧନ ପାଇଁ କୁହା ଯାଇଛି।

Leave a Reply

Your email address will not be published. Required fields are marked *