ମା ଚାଲିଗଲା ପରେ ବି ସେ ହାର ମାନିନି, ଦୋକାନ ଦେଇ ସେଇ ପଇସାରେ ପାଠ ପଢୁଛି….

ବର୍ତ୍ତମାନ ସମୟରେ ଏମିତି ଖୁବ କମ ଦେଖିବାକୁ ମିଳୁଛି ଯେଉଁଠି କୌଣସି ଛୋଟ ପିଲା ନିଜ ଭବିଷ୍ୟତ ସମ୍ଭାଳିବାକୁ ଗୁରୁତ୍ୱ ଦେଇ ପିଲା ଦିନରେ ନିଜର ଖେଳ କୁଦ ଭୁଲି ଯାଉଛି । ଆଉ ସେଭଳି ଘ-ଟଣା ଭିନ୍ନ ଭିନ୍ନ କାରଣରୁ ହୋଇପାରେ । ହୁଏତ କେହି ପିଲା ଅନାଥ ହୋଇଥିଲେ ସେଭଳି କରିଥାଏ କିମ୍ବା ପରିବାର ଅତି ଗରିବ ହୋଇଥିଲେ ସେଭଳି କରିଥାଏ । କାରଣ ମନୁଷ୍ୟ ଜୀବନରେ ଅତି ଭଲରେ ନହେଉ ଅତିକମ ଟଙ୍କାରେ ନିଜର ଗୁଜୁରାଣ ମେଣ୍ଟା-ଇବା ପାଇଁ କଣ କିଛି ନକରେ । ଲୋକେ ଆଜିକାଲି ଟଙ୍କା ପାଇଁ ଚାକିରୀ କରୁଛନ୍ତି । କିନ୍ତୁ ଆଜିବି ଲୋକ ଅଛନ୍ତି ଯେଉଁମାନେ ଜୀବନ ବଞ୍ଚିବା ପାଇଁ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ।

ଏମିତି ବର୍ତ୍ତମାନ ଏକ ଦୃ-ଶ୍ୟ ସାମ୍ନାକୁ ଆସିଛି । ଯେଉଁଠି ରାସ୍ତା କଡ଼ରେ ଜଣେ ଛୋଟ ପିଲା ନିଜର ଏକ ଛୋଟ ଦୋକାନ ଦେଇଛି । ଯେଉଁଠି ସେ ଦିନ ସାରା ରହେ । ନାମ ଚନ୍ଦନ କୁମାର ବିଶୋଇ ଏବଂ ପରିବାର କହିଲେ ବାପା ମା’ ଏବଂ ଗୋଟିଏ ସାନ ଭାଇ । କିନ୍ତୁ ଦୁଃ-ଖର କଥା ଏହା ଯେ ତାର ନିଜ ମା’ ଆଉ ଏ ଦୁନିଆରେ ନାହିଁ ।

ଆଉ ନିଜ ମା’ ଙ୍କ ମୃ-ତ୍ୟୁ ବିଷୟରେ କହି କୁନି ପିଲାଟି କାନ୍ଦି ପକାଇଛି । ଯେଉଁ ଦୃ-ଶ୍ୟ ଦେଖିଲେ ହୁଏତ ଆପଣବି ନିଜ ଲୁ-ହକୁ ଅଟକାଇ ପାରିବେ ନାହିଁ । ପିଲାଟି ବାରମ୍ବାର କହୁଛି ଯେ ତାର ମା’ଙ୍କ କଥା କେତେ ମନେ ପଡୁଛି । ଆଉ କହିବା ସମୟରେ ଆଖୁରୁ ଧାର ଧାର ହୋଇ ଲୁ-ହ ଗଡ଼ି ଯାଉଛି । ପିଲାଟି କହୁଛି ଯେ ସେ ପାଞ୍ଚ ବର୍ଷର ହୋଇଥିବା ବେଳେ ତାର ମା’ଙ୍କର ହୃ-ଦଘା-ତରେ ମୃ-ତ୍ୟୁ ହୋଇଥିଲା ।

ତାପରେ ତାର ବାପା ଆଉ ଏକ ବିବାହ କରିଥିଲେ ଏବଂ ତାର ସାନ ଭାଇଟେ ମଧ୍ୟ ଅଛି । ଆଗକୁ ନିଜର ପାଠ ପଢ଼ା ଜାରି ରଖିବା ପାଇଁ ପିଲାଟି ରାସ୍ତା କଡ଼ରେ ଦୋକାନ ଲଗାଇଛି । ଭବିଷ୍ୟତରେ ତାର ଇଞ୍ଜିନିୟର ହେବାକୁ ଇଚ୍ଛା । ଏପଟେ ଦିନକୁ ଦେଢ଼ସ କିମ୍ବା ଦୁଇଶହ ରୋଜଗାର କରି ପରିବାରକୁ କିଛି ସାହାଯ୍ୟ କରିବାର ଇଚ୍ଛା ମଧ୍ୟ ରହିଛି ।

ପିଲା ଦିନେ ଖେଳିବା ବୁଲିବାକୁ ଜଳାଞ୍ଜଳି ଦେଇ ନିଜର ଜୀବନକୁ ଗ୍ରହଣ କରି କିଭଳି ଆଗକୁ ବଢ଼ି ପାରିବ ସେଥିପାଇଁ ଏକ ଦୋକାନ ଖୋଲିଛି । ତେବେ କହି ରଖିବୁ ଯେ ଏହି ପିଲାର କାହାଣୀ ଦେଖିବା ପରେ ଅନେକ ଲୋକ ଦାବି କରିଛନ୍ତି ଯେ ପିଲାଟିକୁ ପାଠ ପଢ଼ା ଏବଂ ଦୋକାନ ପାଇଁ ସାହାଯ୍ୟ କରାଯାଉ । ଯାହାଦ୍ୱାରା ତାର ଜୀବନ ସୁଗମ ହୋଇ ପାରିବ ।

Leave a Reply

Your email address will not be published. Required fields are marked *