ମଟନ୍ ପାଇଁ ଭାଙ୍ଗିଗଲା ବାହାଘର , ଏହା ପଛର ସତ୍ୟତାକୁ ନେଇ ମୁଁହ ଖୋଲିଲେ ବର

ମଟନ୍ ପାଇଁ ଭାଙ୍ଗିଗଲା ବାହାଘର ଆଉ ବର ପକ୍ଷ ନିଜ ଘରକୁ ଫେରି ଚାଲି ଗଲେ । ସମସ୍ତେ ଏତେ ଖୁସି ଆଉ ମଜା ମସ୍ତି କରୁଥିବା ବେଳେ ହଠାତ୍ ଏପରି ଅଘ-ଟଣ ଘଟିବ ବୋଲି କେହି ସ୍ୱପ୍ନରେ ମଧ୍ୟ ଚିନ୍ତା କରି ନଥିଲେ କିନ୍ତୁ ସବୁ ଜିନିଷର ଅନ୍ତ ଘଟିଲା । ଶେଷ ହୋଇଗଲା ବାହାଘର । ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ପୁରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଛି । କାଲି ଠାରୁ ଏହାକୁ ନେଇ ପୁରା ଗଣମାଧ୍ୟମରେ ଚାଲିଛି ଆଲୋଚନା ଆଉ ପର୍ଯ୍ୟାଲୋଚନା । କନ୍ୟା ପକ୍ଷ ଖୋଲିଖୋଲି ଭାବରେ କହିଛନ୍ତି କି , ବରପକ୍ଷ ମଟନ୍ ପାଇଁ ବାହାଘର ଭାଙ୍ଗି ଦେଇ ଚାଲିଗଲେ ।

ତେବେ ଏହି କଥାର କେତେ ଦୂର ସତ୍ୟତା ଅଛି , ତାହା ଜଣା ପଡି ନାହିଁ । ଅନ୍ୟ ପକ୍ଷରେ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ଖ-ଣ୍ଡନ କରିଛନ୍ତି ବର ପକ୍ଷ । ଆଉ ଏହି କଥାକୁ ନେଇ ମୁଁହ ଖୋଲିଛନ୍ତି ବର ନିଜେ । ସେଦିନ ରାତିରେ କଣ ହୋଇଥିଲା । ଆଉ କେଉଁ କାରଣ ପାଇଁ ଏତେ ବଡ ବାହାଘର ଭାଙ୍ଗି ଗଲା ତାହାକୁ ନେଇ ବର ସଫା ସଫା କହି ଦେଇଛନ୍ତି । ତେବେ ବରଙ୍କ କହିବା ଅନୁଯାୟୀ , ମଟନ୍ ପାଇଁ ବାହାଘର ଭାଙ୍ଗିବା ପୁରାପୁରି ମି-ଥ୍ୟା କଥା ଅଟେ । ପ୍ରକୃତରେ ବର ପକ୍ଷର କେତେକ ଲୋକଙ୍କୁ ଭୋକ ଲାଗିଥିଲା ଆଉ ଯେଉଁଥିପାଇଁ ସେମାନେ କନ୍ୟା ପକ୍ଷର ଲୋକଙ୍କୁ ଖାଇବା ପାଇଁ ମାଗିଥିଲେ ।

କିନ୍ତୁ କନ୍ୟା ପକ୍ଷ ଲୋକ ଉତ୍ତେଜିତ ହୋଇ ନାନାଦି କଥା କହିବା ସହିତ କହିଥିଲେ କି , ନିଜ ଖାଇବା କଥା ନିଜେ ବୁଝନ୍ତୁ । ଆଉ ଯାହା ପରେ ସେମାନେ ବର ପକ୍ଷ ଲୋକଙ୍କ ସହିତ ଝ-ଗଡା କରି ବିବାହ ଭାଙ୍ଗି ଦେଇଥିଲେ । କିନ୍ତୁ କନ୍ୟା ଘର ଲୋକ କହିଛନ୍ତି କି , ସେଦିନ ରାତିରେ ମଟନ୍ ସରିଯିବା କାରଣରୁ ବର ପକ୍ଷ ଲୋକ ପା-ଟିତୁ-ଣ୍ଡ କରି ବାହାଘର ଭାଙ୍ଗିଦେଲେ । ତେବେ ସୂଚନା ଅନୁଯାୟୀ , ଏପରି ଏକ ଘ-ଟଣା ଘଟିଯାଇଛି , ସମ୍ବଲପୁର ଅଞ୍ଚଳର ଧମ ଥା-ନା ଅନ୍ତର୍ଗତ ଏକ ଗାଆଁରେ । ତେବେ ଏହି ଗାଆଁର ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ସହିତ ହୋଇଥିଲା ସ୍ଥିର ।

ବାହାଘର ଅତି ଧୁମଧାମରେ ହେବ ବୋଲି ଯୋଜନା ହୋଇଥିଲା । ଆଉ ଏଥିପାଇଁ ସମ୍ବଲପୁର ଜିଲ୍ଲାର ଏକ ନାମୀଦାମୀ ବିବାହ ମଣ୍ଡପର ଆୟୋଜନ ହୋଇଥିଲା । ଆଉ ବର ମଧ୍ୟ ବରଯାତ୍ରୀ ନେଇ ଡିଜେ ବଜାଇ , ବାଣ ରୋଷଣୀ ଫୁଟାଇ ଆସି ମଣ୍ଡପ ପାଖରେ ହାଜର ହୋଇ ଯାଇଥିଲା । ଆଉ ସେପଟେ କନ୍ୟା ପୁରା ବଧୂ ବେଶରେ ସଜେଇ ହୋଇ ନିଜ ବରର ଆସିବା ବାଟକୁ ଅନାଇ ବସିଥିଲା । ସମସ୍ତେ ବେଶ୍ ଖୁସି ଥିଲେ । କିନ୍ତୁ ବରଯାତ୍ରୀ ଆସି ପହଞ୍ଚି ଖାଇବା ବେଳକୁ ଏମିତି ଘ-ଟଣା ଘଟି ଯାଇଥିଲା । ଯାହାକୁ ନେଇ ହୋଇଥିଲା ଗ-ଣ୍ଡଗୋ-ଳ । ଆଉ ଶେଷରେ ବିବାହ ଭାଙ୍ଗି ଯାଇଥିଲା ।

Leave a Reply

Your email address will not be published. Required fields are marked *