ବାତ୍ୟାରେ ଫ-ସିଗଲେ ସୁପରଷ୍ଟାର ଅମୀର ଖାନ । ବଞ୍ଚାଇବାକୁ ଆସିଲେ ରେସକ୍ୟୁ ଟିମ ।

ବାତ୍ୟା ମିଚାଉଁ କାରଣରୁ ପୁରା ତାମିଲନାଡ଼ୁ କ୍ଷ-ତିଗ୍ରସ୍ତ ହୋଇ ଯାଇଛି । ଏହାର ପ୍ରଭାବ ଚେନ୍ନାଇରେ ଅଧିକ ପଡ଼ିଛି । ଲ୍ୟାଣ୍ଡ ଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦-୧୧୦ କିଲୋମିଟର ଥିଲା । ଅହରହ ବର୍ଷା କାରଣରୁ ସବୁକିଛି ବୁଡ଼ି ଯାଇଛି । ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ବିମାନ ବନ୍ଦର ସବୁକିଛି ପାଣିରେ ବୁଡ଼ି ରହିଛି ।

ଆଉ ଏହାରି ମଧ୍ୟରେ ସୁପରଷ୍ଟାର ଅମୀର ଖାନ ମଧ୍ୟ ଘଣ୍ଟା ଘଣ୍ଟା ଧରି ପାଣିରେ ବୁଡ଼ି ରହିଥିଲେ । ଆଉ ଅମୀର ଖାନଙ୍କ ଅନୁରୋଧ ପରେ ରେସକ୍ୟୁ ଟିମ ତାଙ୍କୁ ଉ-ଦ୍ଧାର କରିଥିଲେ । ତେବେ ରେସକ୍ୟୁ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ଅମୀର ଖାନ ପାଣି ଭିତରେ ରହିଥିଲେ । ଅମୀର ଖାନ ନିଜ ମା’ଙ୍କ ଦେହ ଖରାପ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଆଡମିଶନ ପାଇଁ ଯାଇଥିଲେ ।

ଆଉ ଯେଉଁ ହସ୍ପିଟାଲ ଚେନ୍ନାଇରେ ଥିଲା । ତେବେ ଅମୀର ଖାନ ଚେନ୍ନାଇ ଯାଇ ଫସିଗଲେ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ଦୀର୍ଘ ସମୟ ଫ-ସି ରହିଲେ ଅମୀର ଖାନ । ନେଇଥିବା ସବୁ ଜିନିଷ ଏବଂ ଗାଡ଼ି ସମେତ ସବୁ ଜିନିଷ ପାଣିରେ ଭିତରେ ଫ-ସି ରହିଥିଲା । ଯେଉଁ କାରଣରୁ ଅମୀର ଖାନ କୁଆଡ଼େବି ଯାଇ ପାରି ନଥିଲେ ।

ଗାଡ଼ି କିମ୍ବା ପ୍ଲେନ ସବୁକିଛି ବାତ୍ୟା ପାଣିରେ ବୁଡ଼ି ଯାଇଥିଲା । ତେବେ ଅମୀର ଖାନ ନେଇଥିବା ଗାଡ଼ି ମଧ୍ୟ ଗଡ଼ି ନଥିଲା । ଯେଉଁ କାରଣରୁ ଅମୀର ଖାନ ଗୁହାରି କରିଥିଲେ ଏବଂ ତାଙ୍କୁ ବଞ୍ଚାଇବାକୁ ଅନୁରୋଧ କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ନା ଖାଇବା ନା ପିଇବା । ସାଧାରଣ ଲୋକଙ୍କ ଭଳି ସେ ମଧ୍ୟ ଉଦ୍ଧା-ରକୁ ଅପେକ୍ଷା କରି ରହିଥିଲେ ।

ଖାଲି ଅମୀର ଖାନ ନୁହଁନ୍ତି , ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ଫ-ସି ରହିଥିଲେ । ଦୁହିଁଙ୍କୁ ବାତ୍ୟାର ପ୍ର-ଭାବ କମିବା ପରେ ଉ-ଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ ଅମୀର ତାଙ୍କ ମା’ ଜିନ୍ନଦ ହୁସେନଙ୍କ ଚିକିତ୍ସା ପାଇଁ ଅକ୍ଟୋବରରେ ଚେନ୍ନାଇକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅଭିନେତାଙ୍କ ମା’ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଭେଟିବା ପାଇଁ ଅମୀର ଚେନ୍ନାଇ ଯାଇଥିବା ବେଳେ ପ୍ରବଳ ବର୍ଷାରେ ହୋଟେଲରୁ ବାହାରି ପାରି ନଥିଲେ । ମାତ୍ର ଏନେଇ ସେ ପ୍ରଶାସନକୁ ଜଣାଇ ନଥିଲେ ଏବଂ ଜଣେ ସାଧାରଣ ଲୋକ ଭାବରେ ରେସକ୍ୟୁ ଟିମକୁ ଅପେକ୍ଷା କରି ରହିଥିଲେ ।

Leave a Reply

Your email address will not be published. Required fields are marked *