ରାଣୀ ଦିଦିଙ୍କୁ ନେଇ ଏମିତି କହିଲେ ମିଷ୍ଟର ଗଜପତି । କହିଲେ ” ଦିଦିଙ୍କୁ ମିଳିଯାଇଛି ତାଙ୍କ ବର , ଏବେ ଭିଡ଼ିଓରେ ମେହେନ୍ଦୀ କରି ପାର୍ଲର ଯାଇ କରୁଛନ୍ତି ଜାରାଖାରା “

ଅଲିଉଡ଼ ଏବଂ ଯାତ୍ରା ଜଗତର ରାଣୀ ପଣ୍ଡାଙ୍କୁ କିଏ ବା ନଜାଣେ ? ଖୁବ କମ ଲୋକ କିମ୍ବା ପ୍ରାୟତଃ କେହିବି ହୁଏତ ନଥିବେ ଯିଏକି ରାଣୀ ପଣ୍ଡାଙ୍କୁ ଜାଣି ନଥିବେ । ଜାଣିବେନି ବା କେମିତି ? ରାଣୀ ପଣ୍ଡା ନିଜର ରୋକଠୋକ ଉତ୍ତର ପାଇଁ ସବୁବେଳେ ଜଣାଶୁଣା । ସେ ଖୁବ ନିର୍ଭୀକ ଏବଂ ଯେତେବେଳେ ତାଙ୍କ ଆଖି ସାମ୍ନାରେ କିଛି ଅନ୍ୟାୟ ହୁଏ ସେ ତାକୁ ପ୍ରତିବାଦ କରିବାକୁ ଛାଡ଼ନ୍ତି ନାହିଁ । କହିରଖିବୁ ଯେ ଗତ କିଛି ଦିନ ତଳେ ରାଣୀ ପଣ୍ଡାଙ୍କର ଏକ ଇଣ୍ଟରଭିଉ ଭାଇରଲ ହୋଇଥିଲା ଯାହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ସେଥିରେ ରାଣୀ ପଣ୍ଡା କହିଥିଲେ ଯେ ତାଙ୍କର ଆଉ ସେଭଳି ବୟସ ନାହିଁ ଯେ କାହାକୁ ସେ ବିବାହ କରି ସଂସାର ଗଢ଼ିବେ ।

ଆଉ ସେମିତି ତାଙ୍କୁ ବୁଝିବା ଭଳି ମଣିଷ ମିଳିବେ ନାହିଁ । କିନ୍ତୁ ବର୍ତ୍ତମାନ ରାଣୀ ପଣ୍ଡାଙ୍କ ସୋସିଆଲ ମିଡ଼ିଆ ଏବଂ ବର୍ତ୍ତମାନର ମାମଲା ଦେଖି କିଛି ଭିନ୍ନ ଲାଗୁଛି । ଏମିତି ଲାଗୁଛି ଯେମିତି ଆଉ ମାତ୍ର କେଇଟା ଦିନ ପରେ ରାଣୀ ପଣ୍ଡା ବିବାହ ବନ୍ଧନରେ ବାନ୍ଧି ହେବେ । ଆଜ୍ଞା ହଁ ! ବର୍ତ୍ତମାନ ଏହି ରହସ୍ୟ ଉପରୁ ମଧ୍ୟ ପରଦା ଉଠିଛି ଏବଂ ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ଗଜପତି ନିଜେ ଏହି କଥାର ଖୁଲାସା କରିଛନ୍ତି ।

ସେ କହିଛନ୍ତି ଯେ ବହୁତ ଜଲଦି ରାଣୀ ଦିଦିଙ୍କ ବିବାହ ହେବ ଏବଂ ଏହା ସମସ୍ତେ ତାଙ୍କର ଇନଷ୍ଟାଗ୍ରାମରେ ହୋଇଥିବା ପୋଷ୍ଟ ମାଧ୍ୟମରେ ଜାଣି ପାରିବେ । କଥାଟା କାହାକୁ ଅଛପା ନୁହେଁ କାରଣ ରାଣୀଙ୍କ ପୋଷ୍ଟରେ ହିଁ ଏମିତି କିଛି ଅଛି । ଯାହାକୁ ନେଇ ମିଷ୍ଟର ଗଜପତି ମଧ୍ୟ କହିଛନ୍ତି ।

ସେ କହିଛନ୍ତି ଯେ ” ରାଣୀ ଦିଦିଙ୍କୁ ତାଙ୍କ ବର ମିଳିଯାଇଛି , ଏବେ ଭିଡ଼ିଓରେ ମେହେନ୍ଦୀ କରି ପାର୍ଲର ଯାଇ ସେ ଜାରାଖାରା କରୁଛନ୍ତି ” । ଆଉ କୁଆଡ଼େ ରାଣୀ ଦିଦି ତାଙ୍କ ଉପରେ ଚାରି ଦିନ ହେଲା ରାଗିଛନ୍ତି ଏବଂ ତାଙ୍କ ସହ କଥା ହେଉ ନାହାଁନ୍ତି । ସେ କହିଛନ୍ତି ଯେ ରାଣୀ ପଣ୍ଡାଙ୍କର ବିବାହ ପାଇଁ କାର୍ଡ଼ ଛପା ସରିଛି । ଆଉ ତାହା ଏମିତି ସେମିତି କାର୍ଡ଼ ନୁହେଁ । ମିଷ୍ଟର ଗୁଲୁଆଙ୍କ ବିବାହ କାର୍ଡ଼ରେ ଯେମିତି କମେଡ଼ି ଥିଲା ସେମିତି ରାଣୀ ପଣ୍ଡାଙ୍କ ବିବାହ କାର୍ଡ଼ ମଧ୍ୟ ସେମିତି ହୋଇଛି । ଆଉ ବହୁତ ଜଲଦି ତାଙ୍କର ବିବାହ ତାରିଖ ସମସ୍ତଙ୍କୁ ଜଣାଇବା ସହିତ ସେ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କରିବେ । ପୁଣି ସେ ପାର୍ଲରରେ ମେହେନ୍ଦୀ କରି ନିଜ ହାତରେ ” R ” ଲେଖା ହୋଇଥିବା କହିଛନ୍ତି ମିଷ୍ଟର ଗଜପତି ।

Leave a Reply

Your email address will not be published. Required fields are marked *