ମୋ ପୁଅ ପାଖେ ଟଙ୍କାଟେ ନାହିଁ,ଲକ୍ଷେ ଟଙ୍କା କେଉଁଠୁ ଆଣିବ..ବର୍ଷେ ହେଲା ବାହାହେଲାଣି ମୋ ଠୁ ପଇସା ନେଉଛି

ପୁଅ ପାଖରେ ଟଙ୍କାଟିଏ ନାହିଁ ସେ 50 ହଜାର କେଉଁଠୁ ଆଣିବ । ପିଣ୍ଟୁନନ୍ଦଙ୍କୁ ବାଉନ୍ସ ଚେକ ଦେଇ ଚର୍ଚ୍ଚାକୁ ଆସିବା ପରେ ଠ-କ ପ୍ରଯୋଜକଙ୍କ ଧୀରେ ଧୀରେ ମୁଖା ଖୋଲୁଛି । ପ୍ରଥମେ ବବି ମିଶ୍ର ତା ପରେ ସୁନ୍ଦର ପଦା ଅଞ୍ଚଳର ଜଣେ ଯୁବକ ଆଉ ଏବେ ପ୍ରଯୋଜକଙ୍କ ମା ନିଜେ ଆଣିଛନ୍ତି ଯୁବକଙ୍କ ନାମରେ ଅନେକ ଅଭି-ଯୋଗ ଆଉ ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଅନେକ ପୁଅର କା-ଣ୍ଡ କାର-ନାମା ।

ତେବେ ମା ଜଣଙ୍କ କହିଛନ୍ତି ପୁଅ ପାଖରେ ଟଙ୍କା ଟିଏ ନାହିଁ । ତା ନାମରେ ହଜାରେ ଜାଗାରେ ହଜାର ଅଭି-ଯୋଗ । ସେ ଚାରି ଆଡ଼େ ଗ-ଣ୍ଡଗୋ-ଳ କରୁଛି ଆଉ ତା ନାମରେ ଅଭି-ଯୋଗ ଆସୁଛି । ମୁଁ ହଜାର ଥର ଯାଇ ପୁଅକୁ ବୁଝାଉଛି । ଥା-ନାରେ କହି ଥା-ନା ବାବୁଙ୍କ ହାତ ଗୋଡ଼ଧରି ତାକୁ ମୁକୁଳାଇ ଆଣୁଛି ।ସେ ତ ନିଜେ ଧାର ଉ-ଦ୍ଧାର କରି ଚଳୁଛି ସେ 50 ହଜାର ଟଙ୍କା କେଉଁଠୁ ଆଣିବ ।

ସେ ଚାରି ଆଡ଼େ ବାକି ପାକାଉଛି ମୁଁ ତା ବାକି ଟଙ୍କା ସୁଜୁଛି । ବର୍ଷେ ତଳେ ବାହା ହେଇଛି ଯେ ଖାଇବାକୁ ବି ଟଙ୍କା ଟିଏ ପାଉନି ବର୍ଷେ ଭିତରେ ମୋ ପାଖକୁ ବହୁତ ଥର ଆସିଲେଣି ଟଙ୍କା ନେବାକୁ। ବୋହୂକୁ ସାଙ୍ଗରେ ଆଣି ଆସି କହୁଛି ମୋର ଟଙ୍କା ନାହିଁ ଖାଇବାକୁ ମତେ ଟଙ୍କା ଦିଅ ।ମୋ ପୁଅର ତ ଏଭଳି ପରିସ୍ଥିତି ଆଉ କାହାକୁ କଣ କହିବି । ତା ଆକାଉଣ୍ଟରେ ଟଙ୍କା ଟା ଥିଲେ ତ ସେ 50 ହଜାର ଦେବ ।

ନିଜ ପୁଅର ଏଭଳି ଗୁମର ଖୋଲିଲା ପରେ ସାରା ଓଡିଶା ବାସୀ ଚକିତ ହୋଇ ଯାଇଛନ୍ତି । ପ୍ରଯୋଜକଙ୍କ ମା ଆହୁରି ମଧ୍ୟ କହିଛନ୍ତି କି ମୋ ପୁଅକୁ ଟିକେ ଭଲ ବାଟକୁ ଆଣ । ସେ ଆଉ ମଣିଷ ଅବସ୍ଥାରେ ନାହିଁ । ତା ପାଇଁ ମୋର ଭାରି ଚିନ୍ତା । ଖାଲି କହୁଛି ମୁଁ ଫିଲ୍ମ କରୁଛି ହେଲେ କଣ କରୁଛି ତାହା ଭଗବାନ ଙ୍କୁ ଜଣା ।

ବନ୍ଧୁଗଣ ଆପଣ ମାନଙ୍କର ମନେ ଥିବ ନିକଟରେ ବବି ମିଶ୍ର ଜଣେ ପ୍ରଯୋଜକଙ୍କୁ ନେଇ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ କି ପିଣ୍ଟୁନନ୍ଦ ସାରା ଓଡିଶା ବାସୀଙ୍କୁ ସାହାଯ୍ୟ ସହଯୋଗ ମାଗିଥିଲେ ଆଉ ସାରା ଓଡିଶା ବାସୀ ପିଣ୍ଟୁନନ୍ଦଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଥିବା ବେଳେ ପିଣ୍ଟୁନନ୍ଦଙ୍କୁ ଜଣେ ପ୍ରଯୋଜକ 50 ହଜାର ଟଙ୍କାର ଚେକ ଦେଇ ଅନେକ ବଡ଼ ବଡ଼ କଥା କହିଯାଇଥିଲେ ହେଲେ ପରେ ଜାଣିଲେ ଯେ ସେ ଚେକ ବାଉନ୍ସ ଚେକ ବୋଲି ।

ତେବେ କେବଳ ଏତିକି ନୁହେଁ ବବିମିଶ୍ର କହିଥିଲେ କି ପିଣ୍ଟୁନନ୍ଦ ଙ୍କ ଏପରି ଅବସ୍ଥାରେ ତାଙ୍କୁ ଏମିତି ଆଶା ଦେଇ ନିରାଶ କରନ୍ତୁ ନାହିଁ । କାରଣ ପିଣ୍ଟୁନନ୍ଦଙ୍କ ପାଇଁ ବର୍ତ୍ତମାନ ଟଙ୍କାଏ ଟଙ୍କାଏ ଟଙ୍କା ଅନେକ କିଛି ମାନେ ରଖେ । ତେବେ ଏଭଳି ପରିସ୍ଥିତିରେ ପିଣ୍ଟୁନନ୍ଦଙ୍କ ପାଇଁ ଭଗବାନଙ୍କୁ ଡାକନ୍ତୁ ତାଙ୍କୁ ସାହାଯ୍ୟ କରନ୍ତୁ ମାତ୍ର ଏଭଳି ଠ-କ କାର୍ଯ୍ୟ କରନ୍ତୁ ନାହିଁ ।ତେବେ ବବି ମିଶ୍ର ଗଣମାଧ୍ୟମରେ ଏଭଳି ପ୍ରତି-କ୍ରିୟା ଦେବା ପରେ ଏହା ପ୍ରଯୋଜକଙ୍କୁ ଭାରି କଷ୍ଟ ଦେଇଥିଲା ।

ଆଉ ପ୍ରଯୋଜକ ଗଣମାଧ୍ୟମ ରେ ନିଜର ପ୍ରତି-କ୍ରିୟା ଦେଇ କହିଥିଲେ । ମୁଁ 50 ହଜାର ଟଙ୍କାର ଚେକ ଦେଇଥିଲି ହେଲେ ସେହି ସମୟରେ ପିଣ୍ଟୁନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠାରୁ କଳାହାଣ୍ଡିରେ ଜଣେ ରୋଗୀ ଅଧିକ ଗୁରୁ-ତର ଥିଲେ ତେଣୁ ମୁଁ ସେ ଟଙ୍କା ତାଙ୍କୁ ସାହାଯ୍ୟ କରିଦେଲି । ମୁଁ ଏନେଇ ଫୋନ କରି ପିଣ୍ଟୁନନ୍ଦଙ୍କୁ ଜଣାଇ ଥିଲି । ତେବେ ଏଭଳି ଅନେକ କଥା ବର୍ତ୍ତମାନ ସାମ୍ନାକୁ ଆସୁଥିବା ବେଳେ ବାସ୍ତବରେ କିଏ କହୁଛି ସତ ଆଉ କିଏ କହୁଛି ମି-ଛ ତାହା କେବଳ ସେମାନେ ହିଁ ଜଣିଥିବେ । ମାତ୍ର ବର୍ତ୍ତମାନ ପ୍ରଯୋଜକଙ୍କ ମା ମୁହଁ ଖୋଲିବା ପରେ ସମସ୍ତେ ପ୍ରଯୋଜକଙ୍କ ଅସଲ ଚେହେରା ଦେଖି ପାରିଲେ । ସମସ୍ତେ ଜାଣି ପାରିଲେ ପ୍ରଯୋଜକ ଜଣଙ୍କ ଜଣେ ବଡ ଠ-କ ଅଟନ୍ତି ।

Leave a Reply

Your email address will not be published. Required fields are marked *