ତିନୋଟି ପୁଅ ତୁମେ ଗୋଟେ ମା କୁ ରଖିପାରୁନ ,ମୁଁ ଫାଳେ ରୁଟି ଖାଇବି ପଛେ ମା’କୁ ଫାଳେ ରୁଟି ଦେବି

ବାପା ମା ପୁଅ ଟିଏ ଜନ୍ମ ହେବା ପାଇଁ ଭଗବାନଙ୍କ ନିକଟରେ ପାର୍ଥନା କରିଥାନ୍ତି । ପୁଅ ପାଇଁ ମା ଭଗବାନଙ୍କ ନିକଟରେ କାନି ପାତି ଭିକ୍ଷା ମାଗିଥାଏ । କେବଳ ସେତିକି ନୁହେଁ ପୁଅ ପାଇଁ ମା ମାନସିକ ମାନସିଥାଏ । ପୁଅ ଟିଏ ଘରେ ଜନ୍ମ ନେଲେ ଘରେ ଖୁସିର ଲହରୀ ଖେଳି ଯାଉଥିଲା । ବାପା ମା ସାହି ପଡିସା ସମସ୍ତେ ବେଶ ଖୁସୀ ହେଉଥିଲେ । ବାପା ଭାବୁଥିଲେ ପୁଅ ମୋର ବଡ଼ ହେଇ ବଡ଼ ଚାକିରୀ କରିବ । ମା ଭାବୁଥିଲା ମୋ ବାର୍ଦ୍ଧକ୍ୟ ସମୟରେ ପୁଅ ମୋର ସେବା ସୁସୁର୍ଷା କରିବ ।

ହେଲେ ପୁଅ ବଡ଼ ହେଲା ବିବାହ କଲା ଆଉ ବିବାହ ପରେ ବାପା ମା ହୋଇଗଲେ ପୁଅ ପାଇଁ ଭାରି ଅଦରକାରୀ । ଏମିତି ସମୟ ଆସି ପହଁଚିଲା ଯେଉଁ ମା ଦିନେ ଦଶ ମାସ ଦଶ ଦିନ ଗର୍ଭରେ ପିଲାକୁ ସାଇତି ରଖି ଜନ୍ମ କରିଥିଲା ସେହି ମାର ପରିଣତ ବୟସରେ ଦୁଇ ଓଲି ଦୁଇ ମୁଠା ଖାଇବାକୁ ଦେବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ମା ଆଗରେ ତିନି ପୁଅ ହସ ଖୁସିରେ ଖାଇ ପିଇ ଜୀବନ ଜିଉଁଥିବା ବେଳେ ବୃଦ୍ଧା ମାଙ୍କୁ ମୁଠେ ଖାଇବାକୁ ଦେଉ ନାହାନ୍ତି ।

ଏବେ ଝିଅ କା-ନ୍ଦି କା-ନ୍ଦି ଗଣମାଧ୍ୟମରେ କହୁଛନ୍ତି ମୋ ମାଙ୍କୁ ମୋ ଭାଇ ମାନେ ନ ପଚାରିଲେ ତ କଣ ହେଲା ମୁଁ ଗୋଟିଏ ରୁଟି ଖାଇବାକୁ ପାଇଲେ ମୋ ମାଙ୍କୁ ଫାଳେ ଆଉ ମୁଁ ଫାଳେ ଖାଇବୁ । କାରଣ ସେହି ମା ପରା ଦିନେ ଗୋଟିଏ ରୁଟିକୁ ବାଣ୍ଟିକି ଆମ ପାଞ୍ଚ ଭାଇଙ୍କୁ ଖାଇବାକୁ ଦେଉଥିଲା । ସେହି ମା ଦିନେ ନିଜେ ଉପାସ ରହି ଆମ ପେଟରେ ଦାନା ଦେଉଥିଲା । ତା ପୁଅ ମାନେ ସିନା କରିଥିବା ସେହି କାମକୁ ଭୁଲିଗଲେ ହେଲେ ମୁଁ ଭୁଲିନି କି ଆଦୌ ମୁଁ ଭୁଲିବି ମଧ୍ୟ ନାହିଁ ।

ମତେ ଭାରି କଷ୍ଟ ଲାଗୁଛି ମୋ ମାଙ୍କ ପାଇଁ ମୋ ହୃଦୟ ପ୍ରତି ମୁହୂର୍ତ୍ତରେ କା-ନ୍ଦି ଉଠୁଛି । ହେଲେ ମୁଁ କଣ କରି ପାରିବି । ମୋ ବାପାଙ୍କ ଚାଲିଯିବା ପରେ ମୋ ମାଙ୍କ ଅବସ୍ଥା ସତରେ ଏମିତି ହୋଇଯିବ ତାହା ମୁଁ କେବେ ହେଲେ ମଧ୍ୟ ଚିନ୍ତା କରିନଥିଲି । ମୋ ମାଙ୍କର ସମ୍ପତ୍ତି ବାଡ଼ି ସବୁ କିଛି ଥାଇ ମୋ ମା ବୟସର ଅପରାହ୍ନରେ ଏମିତି ଅବସ୍ଥା ହେଉଛନ୍ତି ଯାହା ମତେ ଖୁବ କଷ୍ଟ ଦେଉଛି । ଏସବୁ ମୁଁ ଆଦୌ ସହି ପାରୁନି ମୁଁ ଭାବି ନଥିଲି ମୋ ଭାଇ ମୋ ଭାଉଜ ମୋ ମାଙ୍କୁ ଏତେ କଷ୍ଟ ଦେବେ କେବେ ମୁଁ ଏହା ଚିନ୍ତା ମଧ୍ୟ କରିନଥିଲି ।

ମୋ ଭାଇ ଭାଉଜ ମୋ ବୁଢ଼ୀ ମାଙ୍କୁ ଏତେ କଷ୍ଟ ଦେଉଛନ୍ତି ମୋ ହୃଦୟ ଫାଟି ଯାଉଛି । ହେଲେ ମୋ ଭାଇ ମାନଙ୍କର ହୃଦୟ ତରଳି ଯାଉନି । କେହି ବାହାର ଲୋକେ ହୋଇଥିଲେ ବି ସେ ମୋ ମାଙ୍କୁ ଏତେ କଷ୍ଟ ଦେଇ ନଥାନ୍ତେ ତାଙ୍କ ବିବେକ ତାଙ୍କୁ ନିହାତି ଭାବେ ବାଧା ଦେଇ ଥାନ୍ତା । ହେଲେ ମୋ ଭାଇ ଭାଉଜ ମୋର କୋଳରେ ଖେଳି କୁଦି ବଡ଼ ହୋଇ ମାଙ୍କୁ ଏତେ କଷ୍ଟ ଦେଉଛନ୍ତି । କେମିତି ସହିବି ବୁଝି ପାରୁନି । କଣ କରିବି ଆଉ ଏ ବୟସରେ ମୋ ମାଙ୍କୁ ଖୁସିରେ ରଖିବି ।

ତଥାପି ମୁ ଚେଷ୍ଟା କରୁଛି ପୁଅ ମାନେ ନ ପଚାରିଲେ ତ କଣ ହୋଇଗଲା ମୁଁ ମୋ ଦ୍ୱାରା ଯେତିକି ସମ୍ଭବ ମୋ ମାଙ୍କୁ ଖୁସିରେ ରଖିବାକୁ ନିହାତି ଭାବେ ଚେଷ୍ଟା କରିବି । ମା ଯେତେବେଳେ ପୁଅ ମାନଙ୍କ ପାଖରେ ରହୁଥିଲେ ଆ ତା ଘରେ ମାଗିକି ଖାଉଥିଲେ । ଏହା ପରେ ମା ବାଧ୍ୟ ହୋଇ ଆମ ପାଖକୁ ଚାଲି ଆସିଲେ । ଏ ବୁଢ଼ୀ ବୟସରେ ମୋ ମା ବାର ଦୁଆର ସୁଣ୍ଡିପିଣ୍ଡା ହେଉଛି । ଏମିତି ପୁଅ ବୋହୂ ଭଗବାନ କୋଉ ବି ମା ପୁଅଙ୍କୁ ନ ଦିଅନ୍ତୁ ।

ଏହି ଭଳି ଏକ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି । ସମସ୍ତେ କହୁଛନ୍ତି ସେମାନେ କେଉଁ ଭଳି ପୁଅ ଯେଉଁ ପୁଅକୁ ମା ଗର୍ଭ ଯ-ନ୍ତ୍ରଣା ସହି ଜନ୍ମ ଦେଇଥିଲା ମାର ଶେଷ ଅବସ୍ଥାରେ ମାଙ୍କୁ ଦୁଇ ମୁଠା ଖାଇବାକୁ ଦେବାକୁ ସେମାନେ ସମର୍ଥ ନୁହଁନ୍ତି । ଏମିତି ପୁଅ ଭଗବାନ କୋଉ ମାଙ୍କୁ ନ ଦିଅନ୍ତୁ ବୋଲି ଲୋକେ କହୁଛନ୍ତି । ଆଉ ଏପଟେ ମା କା-ନ୍ଦି କା-ନ୍ଦି ଅଫେରା ରାଇଜକୁ ଚାଲି ଯାଇଥିବା ସ୍ୱାମୀଙ୍କୁ ମନେ ପକାଇ କହୁଛନ୍ତି ତୁମେ ଚାଲିଗଲ ମତେ କାହିଁକି ଏକା କରି ଚାଲିଗଲ । ତୁମେ ଚାଲିଯିବା ପରେ ମୁଁ ବହୁତ କଷ୍ଟରେ ଅଛି ।

Leave a Reply

Your email address will not be published. Required fields are marked *