ରମାଦେବୀ ବିଶ୍ୱବିଦ୍ୟାଳୟ ଉତ୍ସବରେ ଏଭଳି କହିଲେ ବର୍ଷା ପ୍ରିୟଦର୍ଶିନୀ ! କହିଲେ , ‘ ମୁଁ ସହିଛି ଅସହ୍ୟ ଯ-ନ୍ତ୍ରଣା , ତଥାପି କେବେ …….’

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଯେ ଓଲିଉଡର ବହୁ ଚର୍ଚ୍ଚିତ ସୁପରଷ୍ଟାର ଏବଂ ଅଭିନେତ୍ରୀ ଅନୁଭବ ଏବଂ ବର୍ଷାଙ୍କ ମଧ୍ୟରେ କେଉଁ ଭଳି ବି-ବାଦ ଲାଗି ରହିଛି । ହୁଏତ ବର୍ତ୍ତମାନ ସମୟରେ ସେହି ମାମ-ଲା ଆଉ ଲୋକ ଲୋଚନକୁ ଆସୁନାହିଁ କିନ୍ତୁ ତାହା ଏବେ ସୁଦ୍ଧା ଜାରି ରହିଛି ।କେତେବେଳେ ମାମ-ଲା ଜୋର ଧରିଲେ ତାହା ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୁଏ । ପୁଣି କେତେବେଳେ କେହି ସୋସିଆଲ ନିଜର ମତ ସେୟାର କଲେ ତାହା ମଧ୍ୟ ଜାଣିବାକୁ ମିଳେ ।

ଏମିତି ଅନେକ ଥର ଅନେକ ଅଭିନେତ୍ରୀ ଏବଂ ନିଜେ ଅନୁଭବ ମଧ୍ୟ ଏହି ମାମ-ଲା ଉପରେ ସୋସିଆଲ ମିଡିଆରେ ନିଜର ମତ ଦେଇଛନ୍ତି । ଯାହାଦ୍ୱାରା ଅନେକ ଥର ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି କାରଣ କେହି କେହି ଅନୁଭବଙ୍କୁ ପସନ୍ଦ କରୁଥିବା ବେଳେ କେହିକେହି ବର୍ଷାଙ୍କ ସୁଲଭ ସପକ୍ଷରେ ମଧ୍ୟ ଅଛନ୍ତି ।

ତେବେ ବର୍ତ୍ତମାନ ସମୟରେ ବର୍ଷାଙ୍କର ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ସେ ନିଜ ଜୀବନରେ ବିତିଥିବା କିଛି ଯ-ନ୍ତ୍ରଣା ଦାୟକ ମୁହୂର୍ତ୍ତ ସମ୍ପର୍କରେ ସେୟାର କରିଛନ୍ତି । ଯେଉଁଠି ବର୍ଷା ସିଧାସଳଖ ନିଜ ଜୀବନରେ ଚାଲିଥିବା ଝଡ଼ ବିଷୟରେ କହି ନାହାଁନ୍ତି ବରଂ ନିଜ ଜୀବନ ଏବଂ ଦୁନିଆ ମଧ୍ୟରେ କେଉଁ ସବୁ ଅନିଶ୍ଚିତତା ଦେଖା ଦେଉଛି ସେସବୁକୁ ଅନୁଭବ କରାଇଛନ୍ତି । ତେବେ କହି ରଖିବୁ ଯେ ଏଭଳି ଏକ କଥା ସେତେବେଳେ ଶୁଣିବାକୁ ମିଳିଛି ଯେତେବେଳେ ବର୍ଷା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଥିବା ବସନ୍ତ ଉତ୍ସବ କାର୍ଯ୍ୟକ୍ରମରେ । ବର୍ଷା ନିଜ ଜୀବନରେ ଘଟି ଯାଇଥିବା କିଛି ଏଭଳି କଥାକୁ ସେୟାର କରିବାର ଉଦ୍ଦେଶ୍ୟ ହେଲା ଯେ ଆଗାମୀ ପିଢ଼ି ଏଭଳି ସମସ୍ୟାକୁ ସାମ୍ନା କରି କେବେ ଭାଙ୍ଗି ପଡ଼ିବେ ନାହିଁ ବରଂ ତାଙ୍କ ଭଳି ସୁଦୃଢ଼ ହୋଇ ଦୁନିଆକୁ ସାମ୍ନା କରିବେ ।

ଆଉ ଯାହା ବର୍ତ୍ତମାନ ବର୍ଷା ମଧ୍ୟ କରି ଚାଲିଛନ୍ତି । ବର୍ଷା କହିଛନ୍ତି ଯେ ଜୀବନଟା ଗୋଟିଏ ଫୁଲରେ ସଜା ହୋଇଥିବା ଖଟ ନୁହେଁ । ଜୀବନଟା ହେଉଛି ଗୋଟିଏ ଅନିଶ୍ଚିତତା । କେତେବେଳେ କଣ ହେବ ତାହା କିଛି କହିହେବ ନାହିଁ । ଯେମିତି ମୋ ସହ ହେଉଛି । ବର୍ଷା ସୋଇଛି କହିଛନ୍ତି ଯେ ତାଙ୍କ ଜୀବନରେ ଏମିତି ସବୁ ଝଡ଼ ଆସିଛି , ଯାହାକୁ ସେ କେବେବି ବିଶ୍ୱାସ କରିପାରି ନଥିଲେ ।

ଏ ଜୀବନ ତାଙ୍କୁ ବହୁତ ଥର ତଳେ ପକାଇବାକୁ ଚେଷ୍ଟା କରିଛି । କିନ୍ତୁ ସେ ତଳେ ପଡ଼ି ପୁଣିଥରେ ସଂ-ଘର୍ଷ କରି ଅଣ୍ଟା ସଳଖି ଛିଡ଼ା ହୋଇଛନ୍ତି । ପ୍ରତ୍ୟେକ ଥର ସେ ଏହା ପ୍ରମାଣିତ କରିଛନ୍ତି ଯେ ତାଙ୍କ ମଧ୍ୟରେ ଧୌର୍ଯ୍ୟ ଏବଂ ଶକ୍ତି ଅଛି । ସେ ଇଙ୍ଗିତ କରି କହିଛନ୍ତି ଯେ କିଛି ହତାଶ ବ୍ୟକ୍ତି ତାଙ୍କ ଗୋଡ଼ ଟାଣିବାକୁ ଚେଷ୍ଟା କରିଛନ୍ତି ।

କିନ୍ତୁ ସେସବୁ ଭିତ୍ତିହୀନ ବୋଲି ତାହାର ସେ କେବେହେଲେ ପ୍ରତି-କ୍ରିୟା ଦେଇ ନାହାଁନ୍ତି । ନକରାତ୍ମକ ଚିନ୍ତାଧାରାକୁ ସେ କେବେହେଲେ ଗ୍ରହଣ କରି ନାହାଁନ୍ତି । ସେ ସବୁଠାରୁ ବଡ଼ କଥା ଏହା କହିଛନ୍ତି ଯେ ସୋସିଆଲ ମିଡ଼ିଆର ନକରାତ୍ମକ ପ୍ରଭାବ ଠାରୁ ଦୂରେଇ ରହିବା ପାଇଁ । କାରଣ ସୋସିଆଲ ମିଡ଼ିଆ ମଧ୍ୟ ତାଙ୍କୁ ଅନେକ ଥର ବଦନାମ କରିବାକୁ ଚେଷ୍ଟା କରିଛି । କିନ୍ତୁ ସେ ସେଥିରେ ପ୍ରଭାବିତ ହୋଇ ନାହାଁନ୍ତି । ତେବେ ବର୍ଷା ପ୍ରିୟଦର୍ଶୀନିଙ୍କ ଏଭଳି ବୟାନରେ ପୁରା ରମାଦେବୀ ବିଶ୍ୱବିଦ୍ୟାଳୟ କମ୍ପି ଉଠିଥିଲା ଏବଂ ସମସ୍ତେ ବର୍ଷା ପ୍ରିୟଦର୍ଶୀନିଙ୍କ ଏଭଳି ବ-ୟାନ ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *